କରୋନା ରୋଗୀ ଙ୍କୁ ‘ହୋମ୍ ଆଇସୋଲେସନ୍’ ପାଇଁ ରାଜ୍ୟ ସରକାର ଦେବେ ଅନୁମତି…

ବାସ୍ତବ ବ୍ୟୁରୋ: ଓଡ଼ିଶାରେ ପ୍ରତିଦିନ କରୋନା ର ପ୍ରକୋପ ବଢିଚାଲିଥିବା ବେଳେ ଆଜି ଓଡ଼ିଶା ସରକାର ଏକ ନୂଆ କୋଭିଡ ପରିଚାଳନା ରଣନୀତି ଆରମ୍ଭ କରିବାକୁ ଯାଉଛନ୍ତି । ଏଣିକି ଲକ୍ଷଣ ନଥିବା ରୋଗୀଙ୍କୁ ‘ହୋମ୍ ଆଇସୋଲେସନ’ ଅନୁମତି ମିଳିବ । ଆଜି ଏନେଇ ମୁଖ୍ୟଶାସନ ସଚିବ ଅସିତ ତ୍ରୀପାଠି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ସୂଚନାନୁଯାୟୀ, ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀ ଆଇସୋଲେସନରେ ରହି ଏବଂ ନିଜର ସଠିକ ଯତ୍ନ ନେଇ କରୋନାରୁ ମୁକ୍ତ ହୋଇପାରିବେ ସହରାଞ୍ଚଳର ଲକ୍ଷଣ ନଥିବା ରୋଗୀ ମଧ୍ୟ ହୋମ୍ ଆଇସୋଲେସନ ରହିବା ପାଇଁ ଅନୁମିତି ମିଳିବ । ଲକ୍ଷଣ ନଥାଇ ପଜିଟିଭ ଚିହ୍ନଟ ହେଲେ ଘରେ ରହି ଚିକିତ୍ସିତ ହୋଇପାରିବେ। ସର୍ତ୍ତମୂଳକ ଭାବେ ଘରେ ରହି ଚିକିତ୍ସା ହେବାକୁ ମିଳିବ ଅନୁମତି ।

ହୋମ୍ ଆଇସୋଲେସନ ସୁବିଧା ଥିଲେ ମିଳିବ ଘରେ ରହି ଚିକିତ୍ସା କରିବା ପାଇଁ ମିଳିବ ଅନୁମତି । ହୋମ୍ ଆଇସୋଲେସନରେ ରହୁଥିବା ଲୋକ ପାଇଁ ଜଣେ ଘର ଲୋକ ରହିବେ। ସମ୍ପୃକ୍ତ ବ୍ୟକ୍ତି ସରକାର-ରୋଗୀ ମଧ୍ୟରେ ସେତୁ ସାଜିବେ । ଘରେ ରହି ଚିକିତ୍ସିତ ହେଉଥିବା ରୋଗୀର ସମସ୍ତ କଥା ବୁଝିବେ ସଂପୃକ୍ତ ବ୍ୟକ୍ତି। ତେବେ ହୋମ୍ ଆଇସୋଲେସନ ବ୍ୟକ୍ତି ପାଇଁ ସମସ୍ତ ଚିକିତ୍ସା ସରକାର ଯୋଗାଇ ଦେବେ । ପିପିଇ କିଟ୍ ଠାରୁ ଔଷଧ ପର୍ଯ୍ୟନ୍ତ ସବୁ ରାଜ୍ୟ ସରକାର ଯୋଗାଇ ଦେବେ । ଏମିତିକି ଖାଦ୍ୟ ଭତ୍ତା ମଧ୍ୟ ସରକାର ଯୋଗାଇ ଦେବେ ।

୮୦ ପ୍ରତିଶତ ରୋଗୀ ଲକ୍ଷଣହୀନ ହୋଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ଯଦି ଏମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଏ, ତେବେ ଦରକାର ଥିବା କରୋନା ରୋଗୀଙ୍କୁ ସଠିକ ଚିକିତ୍ସା ଯୋଗାଇ ଦେବାରୋ ସମସ୍ୟା ଉପୁଜିବ ରାଜ୍ୟ ସରକାରଙ୍କ ପାଖରେ ଥିବା ସମ୍ବଳର ସଠିକ ବିନିଯୋଗ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି ପ୍ରଥମେ ଏହି ସୁବିଧା ସହରାଞ୍ଚଳ, ଜିଲ୍ଲା ମୁଖ୍ୟାଳୟ / ବ୍ଲକ ମୁଖ୍ୟାଳୟରେ ଦିଆଯିବ

କିଛି ବିଶେଷ ପ୍ରକାରର ଲୋକଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିବନି । ବିଶେଷକରି HIV ରୋଗୀ, ଅଙ୍ଗ ପ୍ରତିରୋପଣ କରିଥିବା ବ୍ୟକ୍ତିଙ୍କୁ ଅନୁମତି ମିଳିବନି । ସେହିପରି କ୍ୟାନ୍ସର, ହୃଦରୋଗୀ, ବୟସ୍କ, ବହୁବିଧ ରୋଗାକ୍ରାନ୍ତଙ୍କୁ ଅନୁମତି ମିଳିବନି ବୋଲି କହିଛନ୍ତି ମୁଖ୍ୟଶାସନ ସଚିବ ଅସିତ ତ୍ରୀପାଠି

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଭୁ ରାମଚନ୍ଦ୍ର ଭାରତର ନୁହେଁ ନେପାଳର ପ୍ରଧାନମନ୍ତ୍ରୀ ନେପାଳ ...

Tue Jul 14 , 2020
ବାସ୍ତବ ବ୍ୟୁରୋ-ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ସୋମବାର ଦାବି କରିଛନ୍ତି ଯେ,ପ୍ରଭୁ ରାମଚନ୍ଦ୍ର ଭାରତର ନୁହେଁ ନେପାଳର,ତାଙ୍କ ଦେଶରେ ଜନ୍ମ ହୋଇଥିଲେ ଏବଂ ଅଯୋଧ୍ୟା ବାସ୍ତବରେ କାଠମାଣ୍ଡୁ ନିକଟରେ ଏକ ଛୋଟ ଗାଁ । ସେ ଭାରତକୁ “ସାଂସ୍କୃତିକ ଅତ୍ୟାଚାର ଏବଂ ଏନକାଉଣ୍ଟର” ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ତାଙ୍କ ବାସଭବନରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଲି କହିଛନ୍ତି ଯେ “ଆମେ ତଥାପି ବିଶ୍ୱାସ କରୁ ଯେ […]

You May Like

Pin It on Pinterest