୧-ଆଜି ରାଜ୍ୟରେ ୨୩ଟି ଜିଲ୍ଲାରୁ ୫୪୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୨୮୦କୁ ବୃଦ୍ଧି ପାଇଛି । ୯୨୫୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୯୨୯ ରହିଛି ।
୨-ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୪ରେ ପହଞ୍ଚିଛି ।
୩- ରେଡ୍ଜୋନରେ ଗଞ୍ଜାମ ଜିଲ୍ଲାର ୫୭୧ଟି ଗ୍ରାମ।
୪-WHO ର ଚେତାବନୀ : କଟକଣା ନ ମାନିଲେ ଆଗକୁ ଆହୁରି ସଂଘାତିକ ହେବ କରୋନା ସ୍ଥିତି ।
୫-କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହରର ଚାରି ଦିଗକୁ ସିଲ୍ କଲା ଜିଲ୍ଲା ପ୍ରଶାସନ।
୬-ମହିଳା ସଙ୍ଗଠନକୁ ସୁଦୃଢ଼ ଲକ୍ଷ୍ୟ: ୧୮ ନେତ୍ରୀଙ୍କୁ ୩୦ ଜିଲା ଦାୟିତ୍ବ ଦେଲେ ନବୀନ।
୭-ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ପାଇଁ ଉପନିର୍ବାଚନ, ସଜବାଜ ହେଲେଣି ରାଜନୈତିକ ଦଳ।
୮-ଭଦ୍ରକ ଜିଲ୍ଲାକୁ କଲିକତା ବସ ଆସିବା ଆଉ ଯିବା ମନା । ବାହାର ଜିଲ୍ଲା କିମ୍ବା ରାଜ୍ୟରୁ ଆଠଗଡ଼କୁ ଆସିବା ମନା : ଜିଲ୍ଲାପାଳ।
୯-ଭୁବନେଶ୍ୱର:ଜାମୁଝରିିରେ ୫୦୦ , ଖୁଦୁପୁରରେ ୩୦୦ ଶଯ୍ୟାବିଶିଷ୍ଟ ନୂଆ କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା ହେବ।

୧୦-ସମଗ୍ର ଦେଶରେ ୯୦୬,୭୫୨ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୫୭୧୪୫୯ ଜଣ ସୁସ୍ଥ ହୋଇଛନ୍ତି।୨୩୭୨୭ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୧୫୬୫ରେ ପହଞ୍ଚିଛି।
୧୧-ବିଶାଖାପାଟନମର ଫାର୍ମା ସିଟିରେ ଅଗ୍ନିକାଣ୍ଡ ; ୧୭ଟି ଭୟଙ୍କର ବିସ୍ଫୋରଣ, ଲୋକେ ଆତଙ୍କିତ।
୧୨-୭୫ଟଙ୍କାରେ ମିଳିବ କରୋନା ଔଷଧ ଫାଭିପିରାବିର।ଦର କମାଇଲା ଗ୍ଲେନମାର୍କ।
୧୩-କରୋନା ଟୀକା : ଭାରତରେ ପ୍ରଥମ କରୋନା ଟୀକାର ମାନବ ପରୀକ୍ଷଣ ଆରମ୍ଭ, କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ପାଟ୍ନା ଏମ୍ସ ବାଛିଲା ୧୮ଜଣ ସ୍ବେଚ୍ଛାସେବୀଙ୍କୁ।
୧୪-ଭାରତରେ ୭୫ ହଜାର କୋଟି ଟଙ୍କା ନିବେଶ କରିବ ଗୁଗୁଲ୍, ଘୋଷଣା କଲେ ସୁନ୍ଦର ପିଚାଇ।
