ଆଜିର ଖାସ୍ ଖବର

୧-ଆଜି ରାଜ୍ୟର ୨୨ଟି ଜିଲ୍ଲାରୁ ୬୧୮ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮୯୮ କୁ ବୃଦ୍ଧି ।

୨-ଆଜି ରାଜ୍ୟରେ କରୋନାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ୩ଜଣଙ୍କୁ ମିଶାଇଲେ କରୋନାରେ ମୃତକଙ୍କ ସଂଖ୍ୟା ୭୭ ରେ ପହଞ୍ଚିଛି।

୩-ଆଜି ଠାରୁ ତିନି ହସ୍ପିଟାଲରେ (KIMS,SUM ଓ କଟକର ଅଶ୍ଵିନୀ ) ପ୍ଲାଜମା ଥେରାପି ଆରମ୍ଭ।

୪- ଆଜି ପ୍ରକାଶ ପାଇବ CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ ।www.cbseresults.nic.in।

୫- ଆସନ୍ତା ୩ ଦିନ ସାରା ରାଜ୍ୟରେ ବର୍ଷା ହେବ। କିଛି କିଛି ସ୍ଥାନରେ ପ୍ରବଳର ଅତିପ୍ରବଳ ବର୍ଷା ହେବ ସମ୍ଭାବନା ରହିଛି।

୬-ଆଜିଠାରୁ ଆସନ୍ତା ୨୧ ଯାଏଁ   ବୁର୍ଲା ଭିସୁଟ୍ ବା ବୀରସୁରନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ସଟ୍‌ଡାଉନ ।   

୭-ଫୁଲବାଣୀ ଓ ବାଲିଗୁଡା ସହରାଂଚଳ ୪ ଦିନ ସଟଡାଉନ,ଘର ଘର ବୁଲି ହେବ ସ୍ୱାସ୍ଥ୍ୟ ଯାଂଚ।

୮-ଏଥର ଅନ୍‌ଲାଇନ୍‌ରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ ।

୯-Online କ୍ଲାସ୍ ପାଇଁ ନୂଆ ନିୟମ: ପ୍ରି ପ୍ରାଇମେରୀ ପାଇଁ ୩୦ ମିନିଟ୍ ର ଗୋଟିଏ କ୍ଲାସ୍ ,୧ମରୁ ୮ମ ଯାଏଁ ୩୦ରୁ ୪୫ମିନିଟ୍ ଅବଧି ର ୨ଟି କ୍ଲାସ୍ ଓ ୯ମରୁ ୧୨ଶ ଶ୍ରେଣୀ ପିଲାମାନଙ୍କ ପାଇଁ ୪ଟି କ୍ଲାସ୍ କରାଯାଇପାରିବ।

୧୦-IPS ସ୍ତରରେ ବଡ ଧରଣର ଅଦଳ ବଦଳ,‌ବଦଳିଲେ କଟକ, ଭୁବନେଶ୍ୱର ଡିସିପି ଓ ଟ୍ରାଫିକ ଡିସିପି । ସାଗରିକାଙ୍କ ସ୍ଥାନରେ ଆସିଲେ ସୌମ୍ଯା। ଉମାଶଙ୍କର ଭୁବନେଶ୍ୱର ଓ ପ୍ରତୀକ କଟକ DCP।

୧୧-କରୋନା ପାଇଁ ବନ୍ଦ ହେଲା ଯାଜପୁରରୁ କୋଲ୍‌କାତା ଓ ରାଉରକେଲା ବସ୍‌ ସେବା।

୧୨-ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣା: ୨୮ ଜଣଙ୍କ ବୟାନ ରେକର୍ଡ କଲା ଜିଆରପି, ଘର ଠାରୁ ଷ୍ଟେସନ୍‌ ପର୍ଯ୍ୟନ୍ତ ସିସିଟିଭି ଜବତ।

୧୩- 25ବର୍ଷ ଅପେକ୍ଷାର ଅନ୍ତ ହେବ, ପାରାଦୀପ- ହରିଦାସପୁର ମଧ୍ୟରେ ଗଢ଼ିବ ଟ୍ରେନ,ଚଳିତ ମାସରେ ଉଦଘାଟନ।

୧୪-ରେଳବାଇ ପ୍ରସ୍ତୁତ କଲା କରୋନା ସଂକ୍ରମଣ ନିରୋଧୀ କୋଚ୍‌; କୋବିଦ ଭୂତାଣୁ ନଷ୍ଟ ନିମନ୍ତେ ରହିଛି ବ୍ୟବସ୍ଥା

୧୫-ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୯ ଲକ୍ଷ ୩୬ ହଜାର ୧୮୧ ରେ ପହଁଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୪ ହଜାର ୩୦୯ କୁ ବୃଦ୍ଧି ପାଇଛି । ମୋଟ୍ ସଂକ୍ରମିତ ମଧ୍ୟରୁ ୫ ଲକ୍ଷ ୯୨ ହଜାର ୩୩୨ ଜଣ ସୁସ୍ଥ ହୋଇଥିବା ବେଳେ ୩ ଲକ୍ଷ ୧୯ ହଜାର ୨୪୦ ସକ୍ରିୟ ଅଛନ୍ତି ।

୧୬-କରୋନା କାଳରେ ବଢ଼ୁଛି ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି: ଧନୀ ତାଲିକାରେ ବିଶ୍ବରେ ଷଷ୍ଠ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଶ୍ୱ ଯୁବ ଦକ୍ଷତା ଦିବସ ରେ-"ଆଜିର ଦିନଟି ତୁମ୍ଭମାନଙ୍କ ଦକ୍ଷତା ପ୍ରତି ଉତ୍ସର୍ଗୀକୃତ":ପ୍ରଧାନମନ୍ତ୍ରୀ...

Wed Jul 15 , 2020
ବାସ୍ତବ ବ୍ୟୁରୋ-ଆଜି ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଜଣେ ବ୍ୟକ୍ତି ଯେତେ ଶିକ୍ଷିତ ହୁଅନ୍ତୁ ନା କାହିଁକି, ନୂତନ କୌଶଳ ହାସଲ କରିବାକୁ ସର୍ବଦା ପ୍ରସ୍ତୁତ ରହିବା ଆବଶ୍ୟକ। ସବୁବେଳେ ବଦଳୁଥିବା ମାର୍କେଟ ପରିସ୍ଥିତିରେ ପ୍ରାସଙ୍ଗିକ ରହିବାର କୌଶଳ, ପୁନର୍ବାର ସ୍କିଲିଂ ଏବଂ ଅପ୍ ସ୍କିଲ୍ ହେଉଛି ଏକମାତ୍ର ଉପାୟ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି, "ଆଜିର […]

You May Like

Pin It on Pinterest