୧-ଆଜି ରାଜ୍ୟରେ ୨୩ଟି ଜିଲ୍ଲାରୁ ଆଉ ୪୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫,୩୯୨ ରେ ପହଞ୍ଚିଛି । ୧୦, ୪୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪୮୧୩ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
୨- ରାଜ୍ୟରେ କରୋନାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୯ରେ ପହଞ୍ଚିଛି।
୩-ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହୋଇପାରେ ପ୍ରବଳରୁ ଅତିପ୍ରବଳ ବର୍ଷା ।
୪-ଦୀର୍ଘ ୧୬ ବର୍ଷ ପରେ ପୁଣି ପ୍ରକାଶ ପାଇବ ଶିଳ୍ପୀ ଓ କଳା କାରିଗରୀ ପତ୍ରିକା ‘ରଙ୍ଗ ରେଖା’।
୫-ରାଜ୍ୟବାସୀଙ୍କୁ ମାଗଣାରେ ମିଳିବ ପ୍ଲାଜମା ଥେରାପି: ମୁଖ୍ୟମନ୍ତ୍ରୀ ।
୬-ରାଜ୍ୟର ପ୍ରତି ପଞ୍ଚାୟତରେ ପ୍ରସ୍ତାବିତ କୋଭିଡ୍ କେୟାର୍ ହୋମ୍ରେ ଅସ୍ଥାୟୀ ନିଯୁକ୍ତି ପାଇବେ ୭ ହଜାର ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀ ।
୭-ରାଜସ୍ଥାନରେ ରାଜନୈତିକ ସଂକଟ ଜାରି । ପାଇଲଟଙ୍କ ପ୍ରେସମିଟ ଟଳିଲା, ବୟାନ ବଦଳିଲା । କହିଲେ, ବିଜେପିରେ ଯୋଗ ଦେବିନି । କଂଗ୍ରେସ କହିଲା ଏବେବି ଖୋଲା ଦଳର ଦ୍ୱାର ।
୮-ଅଗଷ୍ଟ ୩୧ ପର୍ଯ୍ୟନ୍ତ ଉଚ୍ଛେଦ, ନିଲାମ ଉପରେ ରୋକ୍, କରୋନା ପାଇଁ ସୁରକ୍ଷା ଦେଲେ ହାଇକୋର୍ଟ ।
୯-ନୂଆଦିଲ୍ଲୀ : ଜିଓ ଲଞ୍ଚ୍ କରିବ ଦେଶର ପ୍ରଥମ ୫ଜି ନେଟୱାର୍କ ।ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ବଡ଼ ଘୋଷଣା ।
୧୦–କରୋନା ମାଡ଼: ୫ ବର୍ଷ ପର୍ଯ୍ୟନ୍ତ ବିନା ଦରମା ଛୁଟିରେ ଯିବେ ଏୟାରଇଣ୍ଡିଆ କର୍ମଚାରୀ ।

୧୧-ସମଗ୍ର ଦେଶରେ ୯୬୮୮୭୬ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୬୧୨୮୧୪ ଜଣ ସୁସ୍ଥ ହୋଇଛନ୍ତି । ବାକି ୨୪୯୧୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୧୧୪୬ ରହିଛି।
୧୨–ଭାରତ ଓ ଚୀନ୍ର ସାମରିକ ନେତାମାନଙ୍କ ମଧ୍ୟରେ ଦୀର୍ଘ ୧୪ ଘଣ୍ଟା ଆଲୋଚନା ପରେ ଫିଙ୍ଗର୍ ଏରିଆକୁ (ପାହାଡ଼ ଶୃଙ୍ଗ) ବାଦ ଦେଇ ବାସ୍ତବ ନିୟନ୍ତ୍ରଣ ରେଖା ଅନ୍ତର୍ଗତ ସମସ୍ତ ଉତ୍ତେଜନାସ୍ଥଳୀରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ପାଇଁ ରାଜି ହେଲେ ଉଭୟ ପକ୍ଷ ।
୧୩-ବିଦେଶୀ ଶିକ୍ଷାର୍ଥୀଙ୍କୁ ଆମେରିକାରୁ ବିଦା କରିବା ଆଦେଶ ରଦ୍ଦ କଲା ଟ୍ରମ୍ପ୍ ପ୍ରଶାସନ ।
୧୪-ଆମେରିକା ଔଷଧ କମ୍ପାନୀ Moderna କୋଭିଡ୍-୧୯ ଭ୍ୟାକସିନ୍ର ପ୍ରଥମ ପରୀକ୍ଷଣରେ ପାସ୍, ଜୁଲାଇ ୨୭ରେ ଶେଷ ପର୍ଯ୍ୟାୟ ପରୀକ୍ଷଣ ।
୧୫-ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଇ-କମର୍ସ ସଂସ୍ଥା ଆମାଜନ୍ CEO ଜେଫ୍ ବେଜୋସ୍, ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଛି।
