ଆଜିର ଖାସ୍ ଖବର

୧-ଆଜି ରାଜ୍ୟରେ ୨୪ଟି ଜିଲ୍ଲାରୁ ୭୧୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୧୧୦ରେ ପହଞ୍ଚିଥିବା ବେଳେ ଆରୋଗ୍ୟ ଲାଭ କରିଛନ୍ତି ୧୦୮୭୭ ଜଣ ।  ରାଜ୍ୟରେ ସକ୍ରିୟ କରୋନା ‌ଆକ୍ରାନ୍ତଙ୍କ ସଂଖ୍ୟା ୫୧୨୪ ରେ ପହଞ୍ଚିଛି।

୨-ରାଜ୍ୟରେ ଆଉ ୪ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୩ରେ ପହଞ୍ଚିଛି।

୩-ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ସୀତାପୁର ଓ ତ୍ରିନାଥ ବସ୍ତି କଣ୍ଟେନମେଣ୍ଟ ଜୋନ୍ । 

୪-ଆଜି ରାଜଧାନୀର ୟୁନିଟ୍-୪ ମାର୍କେଟ ବନ୍ଦ କଲା ବିଏମସି ।

୫-ଯାଜପୁର ର କଣ୍ଟେନମେଣ୍ଟ ଜୋନ୍ ରେ ମୋବାଇଲ୍ ଏ.ଟି.ଏମ୍. ସେବା,ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ସୂଚନା ।

୬-ଆଜିଠାରୁ ୧୪ ଦିନ ପାଇଁ ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ ବନ୍ଦ ।

୭-ଆସନ୍ତା ୨୦ରୁ ରାଜ୍ୟରେ ଟେଲି ମେଡିସିନ୍‌ ସେବା ଆରମ୍ଭ, ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ସୂଚନା।ରାଜ୍ୟର ୩୦ଟି ଜିଲା ମୁଖ୍ୟ ଚିକିତ୍ସାଳୟ, ୭ଟି ସରକାରୀ ମେଡିକାଲ କଲେଜ ସମେତ ୪୧ଟି ସ୍ଥାନରେ ଆରମ୍ଭ ହେବ ବୋଲି ସ୍ଥିର ହୋଇଛି ।

୮-ସେପ୍ଟେମ୍ବରରୁ ବିଧାନସଭା ଅଧିବେଶନ, ଦର୍ଶକ ଓ ସାମ୍ବାଦିକଙ୍କୁ ମନା,ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଙ୍କ ସୂଚନା ।

୯-ରିଲାଏନ୍ସ -ସାଉଦି ଆରାମ୍‌କୋ ଡିଲ୍‌ ଅଟକିଲା,COVID-୧୯ କାରଣରୁ ଏନର୍ଜି ମାର୍କେଟ ଉପରେ ବଡ଼ ପ୍ରଭାବ ପଡିଥିବାରୁ RIL ର ଅଏଲ୍‌ ଟୁ କେମିକାଲ (ଓଟୁସି) କାରବାରର ୨୦% ଅଂଶଧନ ସାଉଦି ଆରାମ୍‌କୋ ନାମକ କମ୍ପାନୀକୁ ବିକ୍ରି କରିବାର ଯୋଜନା ଅଟକ ।

୧୦-ଏଣିକି ଟ୍ରେନ୍‌ରେ ମିଳିବ ଫ୍ରି ହ୍ୟାଣ୍ଡ ସାନିଟାଇଜର, ମୁମ୍ବାଇରେ ଚାଲୁଥିବା ଟ୍ରେନ୍‌ଗୁଡ଼ିକରେ ଏ ସୁବିଧା ମିଳି ପାରିବ ବୋଲି ମୁମ୍ବାଇ ଡିଭିଜନ ସେଣ୍ଟ୍ରାଲ ରେଲ୍‌ୱେର ଡିସିଏମ୍‌ ଗୌରବ ଝା କହିଛନ୍ତି।

୧୧-IOCଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୨୦୨୨ ସେନେଗାଲ ୟୁଥ୍ ଅଲିମ୍ପିକ୍ ୨୦୨୬ ମସିହା ପର୍ଯ୍ୟନ୍ତ ସ୍ଥଗିତ ।

୧୨-ଆଜିଠାରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ, ଫ୍ରାନ୍ସ ଓ ଆମେରିକା ସହ ହୋଇଥିବା Air Bubbles ଚୁକ୍ତି ଅନୁଯାୟୀ ବିମାନ ଉଡ଼ିବ। ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସୂଚନା ।

୧୩-ଏଣିକି ଯବାନ ମାନଙ୍କୁ ଚୀନର ମାଣ୍ଡାରିନ ଭାଷା ଶିଖାଯିବ,ଏହା ଦ୍ୱାରା ଭାରତୀୟ ସୁରକ୍ଷାବଳ ଅଧିକ ସହଜରେ ପ୍ରତିପକ୍ଷଙ୍କ ଭାଷା ବୁଝିବା ସହ ସେମାନଙ୍କ ଦ୍ୱାରା କରାଯାଉଥିବା ଗୁପ୍ତ ଷଡଯନ୍ତ୍ର ଗୁଡିକୁ ମଧ୍ୟ ଠଉରେଇ ପାରିହେବ ।

୧୪-ସମଗ୍ର ଦେଶରେ ୧୦୦୩୮୩୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୬୩୫୭୫୬ ଜଣ ସୁସ୍ଥ ହୋଇଛନ୍ତି । ବାକି ୨୫୬୦୨ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୨୪୭୩ ରହିଛି ।

୧୫-ଚୀନ୍-ଭାରତ ସୀମା ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଲେହ ଗସ୍ତ ।

୧୬-ପାକିସ୍ତାନସ୍ଥିତ ଆତଙ୍କବାଦ ସଂଗଠନ ତେହରିକ୍-ଏ-ତାଲିବାନ୍‌ ପାକିସ୍ତାନର ମୁଖ୍ୟ ମୁଫ୍‌ତି ନୂର୍‌ ୱାଲି ମେହ୍‌ସୁଦ୍‌ଙ୍କୁ ଗୁରୁବାର ଦିନ ଜାତିସଂଘ ବୈଶ୍ବିକ ଆତଙ୍କବାଦୀ ନାମିତ କରିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୋଲିସ କମିଶନର ଙ୍କ ଟାର୍ଗେଟ:BMI ୧୯ ରୁ ୨୫,ନାହିଁତ ଚାକିରୀ ନାହିଁ

Fri Jul 17 , 2020
ବାସ୍ତବ ବ୍ୟୁରୋ-ସାରା ବିଶ୍ୱ ଇମ୍ୟୁନିଟି ପାୱାର ବା ରୋଗପ୍ରତିରୋଧକ ଶକ୍ତି କୁ ବଢ଼ାଇ କରୋନା କୁ ହରେଇବା ପାଇଁ ସଚେତନତା ସୃଷ୍ଟି କରୁଥିବା ବେଳେ ଆମ ରାଜ୍ୟର ପୋଲିସ କମିଶନର ଙ୍କ ନଜର ପଡିଛି ଥାନା ବାବୁଙ୍କ ମେଦବହୁଳତା (BMI) ଉପରେ । ଏହାର କାରଣ ଯାହା ଥାଉ ନା କାହିଁକି ପୋଲିସ କର୍ମଚାରୀଙ୍କ ନିଦ ହଜାଇ ଦେଇଛି । କରୋନା କଟକଣା ସମୟରେ ପୁଲିସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା […]

You May Like

Pin It on Pinterest