ପ୍ରଥମ ପର୍ଯ୍ୟାୟ ଭୋଟ କଳାହାଣ୍ଡି ଜିଲ୍ଲାରେ ବହୁ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ବେଳେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ର ଜୟପାଟଣା ବ୍ଲକ ଅନ୍ତର୍ଗତ ନାଗୁପଡା ବାସୀ ୨୦୧୯ ନିର୍ବାଚନ ରେ ଭୋଟ ବର୍ଜ୍ଜନ କରିଛନ୍ତି।ଗତ ୧୫ ଦିନ ଆଗରେ ଭୋଟ ବର୍ଜନ କରିବାକୁ ସେମାନେ ସ୍ଥିର କରିଥିଲେ।ପ୍ରଶାସନିକ ଅଧିକାରୀ ବୁଝେଇବା ସ୍ୱତେ କୋଣସି ସୁଫଳ ମିଳିନଥିଲା।

ରାଜ୍ୟ ତଥା କେନ୍ଦ୍ର ସରକାର ତାଙ୍କ ପ୍ରତି ବହୁ ଅଣଦେଖା କରି ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି ହେଲେ କୋଣସି ବିକାଶ ର ଚିହ୍ନ ନାହିଁ ବୋଲି ପଡ଼ାବାସୀ ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁସାରେ ତାଙ୍କ ଯାତାୟାତ କରୁଥିବା ମୁଖ୍ୟ ରାସ୍ତାରେ ଛଞ୍ଚାଣଝର ନାଳରେ ଏକ ପୋଲ ନିର୍ମାଣ ପାଇଁ ଅନେକ ଦିନ ଧରି କହି ଆସୁଥିଲେ ମଧ୍ୟ କେହି ଶୁଣୁ ନଥିବା ବେଳେ ବର୍ଷା ଦିନରେ ବହୁ ଅସୁବିଧା ର ସାମ୍ନା କରିବା ସହ ଗର୍ଭବତୀ ମହିଳାମାନଙ୍କ ପାଇଁ ଆମ୍ବୁଲାନ୍ସ ମଧ୍ୟ ଯାଇପାରୁ ନାହଁ।ଗତ ୨୦୧୭ ମସିହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ମଧ୍ୟ ଭୋଟ ବର୍ଜ୍ଜନ କରିଥିଲେ ହେଲେ ଏପର୍ଯ୍ୟନ୍ତ କୋୖଣସି ସୁଫଳ ମିଳି ନାହିଁ।।ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି।।



