ରାଜଧାନବାସୀଙ୍କ ପାଇଁ ଲକ୍ ଡାଉନ୍ ନିୟମରେ କିଛିଟା କୋହଳ …

ବାସ୍ତବ ବ୍ୟୁରୋ-ରାଜ୍ୟରେ ଅଧିକ କରୋନା ପ୍ରବଣ ୪ଟି ଜିଲ୍ଲା ଖୋର୍ଦ୍ଧା, ଗଞ୍ଜାମ, କଟକ ଓ ଯାଜପୁର ସହିତ ରାଉରକେଲା ମହାନଗରରେ ଆଜି ରାତି ୯ଟାରୁ ଜୁଲାଇ ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ, ଲକ୍‌ଡାଉନ୍‌ ଲାଗୁ କରିଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ଭୁବନେଶ୍ଵରରେ ଲକ୍‌ଡାଉନ୍ କଡାକଡି ହେବ। ଏ ନେଇ ପୋଲିସ କମିଶରନର ସୁଧାଂଶୁ ଷଡଙ୍ଗୀ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି। ନିୟମ ନମାନିଲେ କଡା ଦଣ୍ଡ ମିଳିବ ସେ କହିଛନ୍ତି ।

କରୋନା ନିୟନ୍ତ୍ରଣ ପାଇଁ ରାଜଧାନୀରେ ଲକ୍‌ଡାଉନ୍ କଡାକଡି ହେବ ।ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଏ ନେଇ ସୁଧାଂଶୁ ଷଡଙ୍ଗୀ ଦେଇଥିବା ସୂଚନାନୁଯାଇ….

ନିୟମ ଗୁଡିକ ହେଲା :

  • ୨୫ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲି ପାରିବ ବ୍ୟାଙ୍କ କାର୍ଯ୍ୟ ଓ ଇଣ୍ଟରନେଟସେବା
  • ଅତ୍ୟାବଶ୍ୟକ ସାମଗ୍ରୀର ଅନଲାଇନ୍‌ ଡେଲିଭରିକୁ ଅନୁମତି ।
  • ଘର ପାଖ ଦୋକାନରୁ ପରିବା, ରାସନ କିଣନ୍ତୁ। ଚାଲି ଚାଲି ରାସନ କିଣିବାକୁ ଯାଆନ୍ତୁ।
  • ଅମାନିଆଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।
  • ବାଇକ୍‌ ନେଇ କିଣିବାକୁ ଗଲେ ବାଇକ୍ ଜବତ ହେବ ।
  • ଦିନ ୧ଟା ପର୍ଯ୍ୟନ୍ତ ରାସନ, ପନିପରିବର ଦୋକାନ ଖୋଲା ରହିବ ।
  • ହାଇଓ୍ଵେ କଡ ଢାବା ପାର୍ସଲ ପାଇଁ ଖୋଲା ରହିବ।
  • ବାହାଘର, ଶୁଦ୍ଧିଘର ପାଇଁ ପୋଲିସ୍‌ର ଅନୁମତି ଆବଶ୍ୟକ।
  • ମିଛ ପ୍ରେସ୍ କାର୍ଡ ଧରି ଆସିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ।
  • ଗଣମାଧ୍ୟମରେ କାମ କରୁଥିଲେ ପ୍ରେସ୍‌ କାର୍ଡ ଗ୍ରହଣୀୟ।
  • IT ସେକ୍ଟରରେ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ ଚାଲି ପାରିବ।
  • ଅଫିସ୍ ଆସୁଥିବା କର୍ମଚାରୀଙ୍କୁ ଦୋକାନ, ବଜାର ମନା।
  • ରହଣି ପାଇଁ ହୋଟେଲ୍ ଖୋଲା ରହିବ।
  • ସରକାରୀ କର୍ମଚାରୀ ଉପରିସ୍ଥ ଅଧିକାରୀଙ୍କ ଅନୁମତି ପତ୍ର ରଖିବେ।
  • ରେଲଓ୍ଵେ ଷ୍ଟେସନ, ଏୟାରପୋର୍ଟ ଖୋଲା ରହିବ।
  • ଭୁବନେଶ୍ଵରରୁ କେହି ବାହାରକୁ ଯାଇ ପାରିବେ ନାହିଁ।
  • ଭାରତ ସରକାରଙ୍କ ସିଏଜି ଅଫିସ ଓ ସେମାନଙ୍କ ଖ୍ୟତ୍ରୀୟ ଅଫିସ୍ କମ୍ କର୍ମଚାରୀ ରେ ଚାଲିପାରିବ ।
  • ରାଜ୍ୟ ସରକାରଙ୍କ କେଉଁ ଅଫିସ କେତେ କର୍ମଚାରୀ ରେ ଚାଲିବ ,ସେ ସଂପର୍କରେ ସାଧାରଣ ପ୍ରଶାସନ ପଖ୍ୟରୁ ନିର୍ଦ୍ଦାରିତ ହେବ ।

ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ….।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Jul 18 , 2020
୧-ଆଜି ରାଜ୍ୟରେ ପୁଣି ୫୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୫୨୫୯ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୧୩୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨-ଓଡିଶାରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ। ଏହି ୩ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୬ କୁ […]

You May Like

Pin It on Pinterest