୧-ଆଜି ରାଜ୍ୟରେ ପୁଣି ୫୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୫୨୫୯ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୧୩୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
୨-ଓଡିଶାରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ। ଏହି ୩ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୬ କୁ ବୃଦ୍ଧି ପାଇଛି।
୩-ଆଜିଠୁ କଟକ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ ଓ ରାଉରକେଲା ସହର ଲକ୍ ଡାଉନ୍ ଲାଗି କଡ଼ାକଡ଼ି ଚେକିଂ ଆରମ୍ଭ ।
୪-ଲକଡାଉନ୍ ପାଇଁ ଯୁକ୍ତ ୨ ଖାତାଦେଖା ପ୍ରଭାବିତ ।
୫-ଆଜି ସକାଳ ୬ଟା ଠାରୁ ୨୧ତାରିଖ ସକାଳ ୧୦ ଟା ପର୍ଯ୍ୟନ୍ତ ଆଠଗଡ ତିଗିରିଆ ସଟ୍ଡାଉନ୍ ଘୋଷଣା କଲେ ସରପଞ୍ଚ ।
୬-ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ଶେଷ ସେମିଷ୍ଟର୍ ଅନଲାଇନ୍ ପରୀକ୍ଷାକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ।
୭-ଅଗଷ୍ଟ ୩୧ ଯାଏଁ ବନ୍ଦ ରହିବ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ସ୍ପେଶାଲ ସ୍କୁଲ ।
୮-ଅଙ୍ଗନୱାଡି ଓ ଆଶାକର୍ମୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା, କୋଭିଡ- ୧୯ରେ ମୃତ୍ୟୁବରଣ କଲେ ପରିବାରକୁ ୭୫୦୦ ଓ ୫୦୦୦ ଟଙ୍କା ମାସିକ ଭତ୍ତା ମିଳିବ ।
୯-ସୁନ୍ଦରଗଡ଼ରେ ଖୋଲିଲା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର, ଭିନ୍ନକ୍ଷମଙ୍କୁ ମିଳିବ ଅତ୍ୟାଧୁନିକ ଚିକିତ୍ସା।
୧୦-ତିରୁପତି ବାଲାଜୀ ମନ୍ଦିରରେ ପଶିଲା କରୋନା: ୧୪ ପୂଜାରୀଙ୍କ ସମେତ ୧୪୦ କର୍ମଚାରୀଙ୍କୁ କରୋନା।
୧୧-ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଆଗାମୀ ଅଗଷ୍ଟ ୫ ତାରିଖରେ ହୋଇପାରେ ଭୂମି ପୂଜନ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
୧୨-ଚଳିତ ବର୍ଷ ସରକାର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(IIT)ରେ ଆଡମିଶନ ପାଇଁ ମାନଦଣ୍ଡରେ କିଛିଟା ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ସରକାର।

୧୩-ଆସନ୍ତା ଜୁଲାଇ ୨୨ତାରିଖରେ ଶପଥ ନେବେ ରାଜ୍ୟସଭାର ନବନିର୍ବାଚିତ ସାଂସଦ ।
୧୪-ଭାରତରେ ୧,୦୩୮,୭୧୬ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୬୫୩୭୫୦ ଜଣ ସୁସ୍ଥ ହୋଇଛନ୍ତି । ବାକି ୨୬୨୭୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୫,୮୮୪ରେ ପହଞ୍ଚିଛି ।
୧୫-ଜାତିସଂଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ : ଭାରତ ସବୁ କ୍ଷେତ୍ରରେ ଆଗକୁ ବଢୁଛି।
୧୬-ସମଗ୍ର ବିଶ୍ୱରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪୧ ଲକ୍ଷ ୭୯ ହଜାର ୫୦୯ରେ ପହଂଚିଛି । ଏହି ମାରାତ୍ମକ ଭାଇରସରେ ୫ ଲକ୍ଷ ୯୮ ହଜାର ୫୩୭ ଜଣଙ୍କର ମୃତ୍ୟୁ ହୋଇସାରିଛି । ୮୪ ଲକ୍ଷ ୪୮ ହଜାର ୪୮୧ ଜଣ ସୁସ୍ଥ ହୋଇଥିବା ବେଳେ ୫୧ ଲକ୍ଷ ୩୨ ହଜାର ୪୯୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।
