ଡିଗ୍ରୀ କଲେଜ ଅଧ୍ୟକ୍ଷ ମାନଙ୍କୁ ଶାଶ୍ୱତ ମିଶ୍ରଙ୍କ ଚିଠି ,” ସିଟ୍ ବଦଳରେ ସିଟ୍”…

ବାସ୍ତବ ବ୍ୟୁରୋ-ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର, ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ଯେଉଁ ଡିଗ୍ରୀ କଲେଜରେ କୌଣସି ବିଷୟର ଚାହିଦା ନାହିଁ କିମ୍ବା ଲଗାତର କିଛି ବର୍ଷ ହେବ ଖାଲି ପଡୁଛି ତାହାକୁ ବନ୍ଦ କରି ଦିଆଯାଉ । ନହେଲେ ‌ସେହି ସିଟ୍‌ ବଦଳରେ ଅନ୍ୟ ଚାହିଦା ଥିବା ବିଭାଗଗୁଡିକର ସିଟ୍‌ ବୃଦ୍ଧି କରାଯାଉ ।

ସେ ଚିଠିରେ ଉଲ୍ଲେଖ କରି କହିଛନ୍ତି କି, “ଡିଗ୍ରୀ କଲେଜଗୁଡିକରେ ଖୋଲା ଯାଇଥିବା ନୂଆ ବିଭାଗଗୁଡିକରେ ସିଟ୍‌ ଆଉ ବୃଦ୍ଧି କରାଯିବ ନାହିଁ । ତେବେ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତ(ପିସିଏମ୍‌), ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ(ସିବିଜେଡ୍‌), କଳା ଓ ବାଣିଜ୍ୟ ବିଭାଗରେ ସରକାର ଦ୍ୱାରା ଅନୁମୋଦିତ ସିଟ୍‌ ରେ କୌଣସି ପରିବର୍ତନ ହେବ ନାହିଁ । ଅନର୍ସରେ ସର୍ବନିମ୍ନ ସିଟ୍‌ ସଂଖ୍ୟା ୮ ରହିବ ।”

ଯଦି କୌଣସି କଲେଜ ନିର୍ଦିଷ୍ଟ ବିଭାଗରେ ସିଟ୍‌ କମ ବା ବଢାଇବାକୁ ଚାହୁଁଥିଲେ, ଏହା ବାବଦରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ସିଟ୍‌ ପରିବର୍ତ୍ତନ ପାଇଁ ଅନୁମତି ନେବାକୁ ହେବ । ଆସନ୍ତା ୨୫ ତାରିଖ ସୁଦ୍ଧା କଲେଜଗୁଡିକ ସେମାନଙ୍କର ଆଞ୍ଚଳିକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରସ୍ତାବଗୁଡିକ ଦାଖଲ କରିବେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Jul 19 , 2020
୧-ଆଜି ରାଜ୍ୟରେ ୨୫ଟି ଜିଲ୍ଲାରୁ ୭୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୪୩୭ ରେ ପହଞ୍ଚିଛି । ଏଥିମଧ୍ୟରୁ ୫୩୮୧ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୧୯୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨-ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା । ୩-ଫ୍ଲିପକାର୍ଟ ଏବେ ବିକିବ ଓଡ଼ିଶାର ହସ୍ତଶିଳ୍ପ ଓ […]

You May Like

Pin It on Pinterest