୧-ଆଜି ରାଜ୍ୟରେ ୨୫ଟି ଜିଲ୍ଲାରୁ ୭୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୪୩୭ ରେ ପହଞ୍ଚିଛି । ଏଥିମଧ୍ୟରୁ ୫୩୮୧ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୧୯୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
୨-ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ।
୩-ଫ୍ଲିପକାର୍ଟ ଏବେ ବିକିବ ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ।
୪-ପ୍ରବାସୀ ଶ୍ରମିକଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ପାଇଁ ଗଢ଼ା ହେବ ସ୍ବତନ୍ତ୍ର ପାଣ୍ଠି।
୫-ପାରାଦୀପ:ଜୁଲାଇ ୨୫ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସଟ୍ଡାଉନ୍ ହେବ IOCL।
୬-ଘରୋଇ ହସ୍ପିଟାଲକୁ ସରକାରଙ୍କ ଚେତାବନୀ, ହଟସ୍ପଟ ଜିଲ୍ଲାର ରୋଗୀଙ୍କୁ ଚିକିତ୍ସା ନକଲେ କାର୍ଯ୍ୟାନୁଷ୍ଠାନ।
୭-ଜୁଲାଇ ୩୧ ଯାଏଁ ଲକଡାଉନ ଜିଲ୍ଲା ଗୁଡିକରେ କୋର୍ଟ ବନ୍ଦ, ଗୁରୁତ୍ବପୂର୍ଣ୍ଣ ଥିଲେ ଭର୍ଚୁଆଲ ମୋଡରେ ହେବ ବିଚାର।
୮-ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ ଓ ଆସାମରେ କୋଭିଡ୍ ସଂକ୍ରମଣ ବୃଦ୍ଧି : ନିୟନ୍ତ୍ରଣ ପାଇଁ କେନ୍ଦ୍ରର ଚିଠି।
୯-ଆସାମରେ ହୋଇଥିବା ବନ୍ୟାରେ ଶନିବାର ଯାଏଁ ୨୭ ଲକ୍ଷ ୬୪ ହଜାର ଲୋକ ପ୍ରଭାବିତ ।
୧୦-ସାମାଜିକ ଗଣମାଧ୍ୟମରେ ପୋଷ୍ଟ ପାଇଁ କାହାରିକୁ ଗିରଫ କରାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ
୧୧-ରାମ ମନ୍ଦିର ନିର୍ମାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ : ଅଗଷ୍ଟ ୫ରୁ ଆରମ୍ଭ ହୋଇପାରେ ମନ୍ଦିର ନିର୍ମାଣ।
୧୨-ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ଓ ସ୍ଥିତି ଖରାପ ହେଉଥିବା କହିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ ବା ଆଇଏମଏ ।
୧୩-ଭାରତରେ ୧୦,୭୭,୬୧୮ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୬୭୭୪୨୧ ଜଣ ସୁସ୍ଥ ହୋଇଛନ୍ତି । ବାକି ୨୬୮୧୬ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୩୩୭୯ରେ ପହଞ୍ଚିଛି।
୧୪-ସମଗ୍ର ବିଶ୍ୱରେ ୧ କୋଟି ୪୪ ଲକ୍ଷ ୨୨ ହଜାର ୯୧ ଜଣ ସଂକ୍ରମିତ ହୋଇସାରିଥିବା ବେଳେ ୬ ଲକ୍ଷ ୪ ହଜାର ୮୧୮ ଜଣଙ୍କର ମୃତ୍ୟୁ ହୋଇଛି । ଅପରପକ୍ଷେ ୮୬ ଲକ୍ଷ ୧୧ ହଜାର ୧୯୯ ଜଣ ସୁସ୍ଥ ହୋଇଥିବା ବେଳେ ୫୨ ଲକ୍ଷ ୬ ହଜାର ୭୪ ଲୋକ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।
୧୫-ଅଷ୍ଟ୍ରେଲିଆ ନିର୍ମାଣ କଲା ନୂଆ କରୋନା କିଟ୍, ମାତ୍ର ୨୦ ମିନିଟରେ ମିଳିବ ରିପୋର୍ଟ।




