ଆଜିର ଖାସ୍ ଖବର

୧-ଆଜି ରାଜ୍ୟରେ ୨୩ଟି ଜିଲ୍ଲାରୁ ୬୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୭୫୭ ରେ ପହଞ୍ଚିଛି । ଏଥିମଧ୍ୟରୁ ୫୭୧୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୯୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

୨-ରାଜ୍ୟ ସରକାରଙ୍କ ବଡ ଘୋଷଣା, ଏଣିକି କରୋନା ମୃତ୍ୟୁବରଣ କରୁଥିବା ଲୋକଙ୍କ ଶବ ସତ୍କାର କଲେ ମିଳିବ ୭୫୦୦ ଟଙ୍କା ।

୩-କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୪୧ଟି ସ୍ଥାନରେ ଟେଲି ମେଡିସନ୍ ସେବା ଆରମ୍ଭ ।

୪-ଆସନ୍ତା ୨୨ ଓ ୨୩ ତାରିଖ‌‌ରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । 

୫-ଆରପାରିରେ ବିଜୟ ମହାନ୍ତି,ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ବିଜୟଙ୍କ ଅନ୍ତିମ ସଂସ୍କାର। ବିଜୟଙ୍କ ବିୟୋଗରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ।

୬-୨୦୧୮ ମସିହା ଓଡ଼ିଶା ସିଭିଲ୍‌ ସର୍ଭିସ୍ ପରୀକ୍ଷାରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ଅନ୍‌ଲାଇନ୍‌ ମୋଡ୍‌ରେ ତାଲିମ ଦିଆଯିବ।ଅଗଷ୍ଟ ୪ରୁ ଆରମ୍ଭ ହେବ ତାଲିମ୍ ।

୭-ଗଞ୍ଜାମରେ ଆଜିଠୁ ପ୍ଲାଜମା ଥେରାପି,୧୦୦ଆମ୍ବୁଲାନସ୍ ନିୟୋଜିତ,୨୫କୋଟି ମଞ୍ଜୁର।

୮-ଅବସରପ୍ରାପ୍ତ IAS ପ୍ରିୟବ୍ରତ ପଟ୍ଟନାୟକଙ୍କ ଦେହାନ୍ତ ।

୯-ମୟୁରଭଞ୍ଜ ଜିଲ୍ଲାର ଜଶୀପୁର ବ୍ଲକର ୨ଟି ପଞ୍ଚାୟତକୁ ୭ଦିନ ପାଇଁ ସଟ୍‌ଡାଉନ୍‌ ।

୧୦-ଆଗଧାଡିର କରୋନା ଯୋଦ୍ଧାଙ୍କ ପାଇଁ ସରକାରଙ୍କ ବଡ ଘୋଷଣା, କୋଭିଡ ହସ୍ପିଟାଲ ଡାକ୍ତର ନର୍ସଙ୍କୁ ଦୈନିକ ମିଳିବ ପ୍ରୋତ୍ସାହନ ରାଶି।

୧୧-ଭାରତରେ ସମୁଦାୟ ୧୧୫୫୧୯୧ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୭୨୪୫୭୭ ଜଣ ସୁସ୍ଥ ହୋଇଛନ୍ତି । ବାକି ୨୮୦୮୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୨୫୨୯ରେ ପହଞ୍ଚିଛି । 

୧୨ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନଙ୍କର ମଙ୍ଗଳବାର ସକାଳୁ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ବୟସ ୮୫ ବର୍ଷ ହୋଇଥିଲା ।

୧୩-ସିଭିଲ ସର୍ଭିସ ସାକ୍ଷାତକାର ପରୀକ୍ଷା କରିବ ୟୁପିଏସ୍‌ସି ।

୧୪-ଜାତୀୟକରଣ ବ୍ୟାଙ୍କ ସଂଖ୍ୟା ୫କୁ ଖସିବ; ଏବେ ଅଛି ୧୨ଟି।

୧୫-ଆସାମ ବନ୍ୟା ଉଦ୍‌ବେଗଜନକ ; ପାଣି ଘେରରେ ୨୪୦୦ ଗାଁ, ରିଲିଫ ଶିବିରରେ ୧.୫୪ ଲକ୍ଷ ଲୋକ,ମୃତ୍ୟୁସଂଖ୍ୟା ୧୧୧ , କାଜିରଙ୍ଗାରେ ୧୦୮ ପ୍ରାଣୀ ମୃତ

୧୬-ଶ୍ରୀରାମ ମନ୍ଦିର ଭୂମି ପୂଜା ଲାଗି ଭବ୍ୟ ଆୟୋଜନ: ରୂପା ଇଟାରେ ଶିଳାନ୍ୟାସ, ପ୍ରଧାନମନ୍ତ୍ରୀ ଓ ୫୦ VVIP, ଲାଗିବ ବଡ଼ବଡ଼ ଏଲଇଡି ସ୍କ୍ରିନ୍‌।

୧୭କରୋନା ପାଇଁ ସ୍ଥଗିତ ହେଲା ଅଷ୍ଟ୍ରେଲିଆରେ ହେବାକୁ ଥିବା ୨୦୨୦ ଟି-ଟ୍ୱେଣ୍ଟି ବିଶ୍ୱକପ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା :ଡାକ୍ତରଙ୍କ ଅବସର ବୟସ ୬୫ କୁ ବୃଦ୍ଧି...

Tue Jul 21 , 2020
ବାସ୍ତବ ବ୍ୟୁରୋ-ଆଜି ସନ୍ଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଓ କଟକ ଜିଲ୍ଲାର କରୋନା ସମୀକ୍ଷା କରି କରୋନା ପରିଚାଳନା ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି । କାରଣ ରାଜ୍ୟ ବାହାରୁ ଏକ ଲକ୍ଷରୁ ଅଧିକ ପ୍ରବାସୀ ଆସିଥିଲେ ମଧ୍ୟ ଖୋର୍ଦ୍ଧା (ଭୁବନେଶ୍ବର) ଓ କଟକ ଜିଲ୍ଲାରେ କରୋନା ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି । କଟକ ଜିଲ୍ଲାରେ ଏହା ୭୧ ପ୍ରତିଶତ ଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସୁସ୍ଥତା ହାର ୭୦ ପ୍ରତିଶତ, ଯାହାକି ଜାତୀୟ […]

You May Like

Pin It on Pinterest