ଆଜିର ଖାସ୍ ଖବର

୧-ଆଜି ରାଜ୍ୟରେ ୨୮ ଜିଲ୍ଲାରୁ ରେକର୍ଡ଼ ସଂଖ୍ୟକ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୮୩୫କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୬୩୮୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୩୩୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

୨-ରାଜ୍ୟରେ ପୁଣି ୫ଜଣଙ୍କ ମୁଣ୍ଡ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୦୮ର ପହଞ୍ଚିଛି

୩-ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟାରେ ବସିବ ମନ୍ତ୍ରୀ ପରିଷଦ ବୈଠକ , କୋଭିଡ୍‌ ସ୍ଥିତିକୁ ଦେଖି ଆସିପାରେ ବଡ଼ ନିଷ୍ପତ୍ତି

୪-କନ୍ଧମାଳ ଜିଲ୍ଲାରେ ସବୁ ବ୍ୟାଙ୍କ ସପ୍ତାହେ ବନ୍ଦ

୫-ରାଜ୍ୟରେ ଆସନ୍ତା ଦୁଇଦିନ ବର୍ଷା ବଢ଼ିବ । ବିଶେଷକରି ଉତ୍ତର ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ ।

୬-କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା।

୭-ଭାରତରେ ୧୧୯୨୯୧୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୭୫୩୦୪୯ ଜଣ ସୁସ୍ଥ ହୋଇଛନ୍ତିବାକି ୨୮୭୩୨ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୧୧୩୩ ରହିଛି।

୮-ଲୋକଙ୍କ ସୁବିଧା ପାଇଁ ବ୍ରହ୍ମପୁର ମହାନଗର ନିଗମ ରାତିରେ ଲୋକଙ୍କ ଯାତାୟାତ ପାଇଁ ୨୨ଟି ଅଟୋର ନମ୍ବର ଜାରି କରିଛି । ରାତିରେ ଜରୁରୀ କାର୍ଯ୍ୟ ପାଇଁ ଅଟୋରେ ଯାତାୟାତ କରିହେବ । 

୯-କରୋନାଭାଇରସ୍ ସଂକ୍ରମଣ ପରୀକ୍ଷା କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ବରେ ଅଗ୍ରଣୀ ଏବଂ ଭାରତ ଦ୍ବିତୀୟ ସ୍ଥାନରେ ଥିବା କଥା କହିଛନ୍ତି ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍

୧୦-ୟୁଏଇରେ ଆୟୋଜିତ ହେବ ଆଇପିଏଲ । 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ତେଲ କୂଅରେ ନିଆଁ....

Wed Jul 22 , 2020
ବାସ୍ତବ ବ୍ୟୁରୋ-ବୁଧବାର ଆସାମର ତିନସୁକିଆ ଜିଲ୍ଲା ସ୍ଥିତ ବାଗଜାନର ୫ ନମ୍ବର ତୈଳକୂପରେ ଅଗ୍ନିକାଣ୍ଡର ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ଉଲ୍ଲେଖନୀୟ କଥା ହେଉଛି, ଏକ ମାସରୁ ଅଧିକ ସମୟ ଧରି ଏହି କୂଅରେ ନିଆଁ ଜଳୁଛି । ଏପରିିକି ଏହି ନିଆଁକୁ ଲିଭାଇବାକୁ ବିଦେଶରୁ ଆସିଥିବା ବିଶେଷଜ୍ଞ ଘଟଣାସ୍ଥଳରେ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଛି । ଗତ ମେ ୨୭ରେ ତୈଳକୂପର […]

You May Like

Pin It on Pinterest