ଆଜିର ଖାସ୍ ଖବର

୧-ରାଜ୍ୟରେ ଥିବା ସରକାରୀ ଓ ବେସରକାରୀ ଆଇଟିଆଇଗୁଡ଼ିକରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ସାମ୍‌ସ(ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ) ଜରିଆରେ କେନ୍ଦ୍ରୀୟ ଅନ୍‌ଲାଇନ୍‌ ପଦ୍ଧତିରେ ନାମ ଲେଖାଯିବ ।

୨-ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସିରେ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍‌ କଟକଣା ଜାରି ।

୩-ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ବିଜୁ ଜନତା ଦଳର ୪ ଜଣ ସଭ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି । ସେମାନେ ହେଲେ ମୁଜିବୁଲ୍ଲା ଖାନ୍‌, ସୁଜିତ କୁମାର, ମମତା ମହନ୍ତ ଓ ସୁବାସ ଚନ୍ଦ୍ର ସିଂହ । 

୪-ବରଗଡରେ ଦୁଇଟି ପର୍ଯ୍ୟାୟରେ ସଟ୍ ଡାଉନ୍, ଆଜିଠାରୁ ଲାଗୁ ହେବ କଟକଣା

୫-ଓଡ଼ିଶା ସମେତ ଦେଶର ୮ଟି ରାଜ୍ୟରେ ୪୫ଟି ବିଧାନସଭା ଆସନ ପାଇଁ ସେପ୍‌ଟେମ୍ବର ଶେଷ ସପ୍ତାହରେ ହୋଇପାରେ ଉପନିବର୍ବାଚନ । 

୬-ଭାରତରେ ସମୁଦାୟ ୧୨,0୩,୬୩୫ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୭୮୨୬୦୬ ଜଣ ସୁସ୍ଥ ହୋଇସାରିଛନ୍ତି । ଏବଂ ୨୯,୮୬୧ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୬,୧୬୭ରେ ପହଞ୍ଚିଛି ।

୭-India Ideas Summit: ଭାରତରେ ନିବେଶ କରିବାକୁ ବର୍ତ୍ତମାନ ହେଉଛି ସବୁଠୁ ପ୍ରକୃଷ୍ଟ ସମୟ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

୮-ସାମାନ୍ୟ ଏବଂ ମଧ୍ୟମ ନୋବେଲ କରୋନାଭାଇରସ୍ ରୋଗୀଙ୍କ ଉପରେ ଆଣ୍ଟିଭାଇରାଲ୍ ଔଷଧ ଫାଭିପିରାଭିରର ଫେଜ୍ -୩ କ୍ଲିନିକାଲ୍ ପରୀକ୍ଷଣ ସଫଳ ହୋଇଛି : ଗ୍ଲେନମାର୍କ ଫାର୍ମାସୁଟିକାଲ୍ସ।

୯-ସମଗ୍ର ବିଶ୍ୱରେ ଏକ କୋଟି ୫୩ ଲକ୍ଷ ୬୪ ହଜାର ୨୫୯ ଜଣ ସଂକ୍ରମିତ ହୋଇସାରିଛନ୍ତି । ୬ ଲକ୍ଷ ୨୯ ହଜାର ୩୦୪ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଏପର୍ଯ୍ୟନ୍ତ ୯୩ ଲକ୍ଷ ୪୩ ହଜାର ୮୧୫ ଜଣ ସୁସ୍ଥ ହୋଇଛନ୍ତି । ୫୩ ଲକ୍ଷ ୯୧ ହଜାର ୧୪୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

୧୦-୨୦୨୧ ପ୍ରାରମ୍ଭ ପର୍ଯ୍ୟନ୍ତ ଟିକାର ପ୍ରଥମ ବ୍ୟବହାର ଆଶା କରାଯାଇପାରିବ ନାହିଁ: ‘ହୁ’ ବିଶେଷଜ୍ଞ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ରାଜ୍ୟରେ ପୁଣି ରେକର୍ଡ ଭାଙ୍ଗିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

Thu Jul 23 , 2020
ବାସ୍ତବ ବ୍ୟୁରୋ : ଆଜି ରାଜ୍ୟରେ ପୁଣି ରେକର୍ଡ ଭାଙ୍ଗିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟ ୨୭ଟି ଜିଲ୍ଲାରୁ ୧୨୬୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୮୪୭ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୪୧୭ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୦୯୯କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ […]

You May Like

Pin It on Pinterest