ବାସ୍ତବ ବ୍ୟୁରୋ : ଆଜି ରାଜ୍ୟରେ ପୁଣି ରେକର୍ଡ ଭାଙ୍ଗିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟ ୨୭ଟି ଜିଲ୍ଲାରୁ ୧୨୬୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୮୪୭ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୪୧୭ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୦୯୯କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୩୭, ରାୟଗଡ଼ା ଜିଲ୍ଲାରୁ ୮୪, ଗଜପତି ଜିଲ୍ଲାରୁ ୭୪ , ନୟାଗଡ଼ ଜିଲ୍ଲାରୁ ୬୧, ସୁନ୍ଦରଗଡ଼ ଜିଲ୍ଲାରୁ ୬୦, କଟକ ଜିଲ୍ଲାରୁ ୪୭, ଭଦ୍ରକ ଜିଲ୍ଲାରୁ ୩୦, କନ୍ଧମାଳ ଜିଲ୍ଲାରୁ ୨୯, କୋରାପୁଟ ଜିଲ୍ଲାରୁ ୨୭, କେନ୍ଦୁଝର ଜିଲ୍ଲାରୁ ୨୫, ବରଗଡ଼ ଜିଲ୍ଲାରୁ ୨୪, ପୁରୀ ଜିଲ୍ଲାରୁ ୨୨, ସମ୍ବଲପୁର ଜିଲ୍ଲାରୁ ୨୦, ଯାଜପୁର ଜିଲ୍ଲାରୁ ୧୭, ମୟୂରଭଞ୍ଜ ଜିଲ୍ଲାରୁ ୧୫, ବାଲେଶ୍ବର ଜିଲ୍ଲାରୁ ୯ କେନ୍ଦ୍ରାପଡ଼ା ଜିଲ୍ଲାରୁ ୮, କଳାହାଣ୍ଡି ଓ ଅନୁଗୁଳ ଜିଲ୍ଲାରୁ ୭ ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଢେଙ୍କାନାଳ ଜିଲ୍ଲାରୁ ୬, ଜଗତସିଂହପୁର ଓ ନବରଙ୍ଗପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, ଝାରସୁଗୁଡ଼ା ଜିଲ୍ଲାରୁ ୩, ବୌଦ୍ଧ ଜିଲ୍ଲାରୁ ୨, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୩,୭୪୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨୦୫ ରହିଛି ।
ସେହିପରି ଆଜି ରାଜ୍ୟରେ ପୁଣି ରେକର୍ଡ ଭାଙ୍ଗିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଆଉ ୬ଜଣଙ୍କ ମୁଣ୍ଡ ନେଇଛି କରୋନା ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୪ରେ ପହଞ୍ଚିଛି । ୬ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୫ ଜଣ ଏବଂ ଜଣେ ଖୋର୍ଦ୍ଧା ଜିଲ୍ଲାର ରହିଛନ୍ତି । ଗଞ୍ଜାମ ଜିଲ୍ଲାର ଜଣେ ୪୧ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ଖୋର୍ଦ୍ଧା ଜିଲ୍ଲାର ଜଣେ ୮୬ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ । ଗଞ୍ଜାମ ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ଗଞ୍ଜାମ ଜିଲ୍ଲାର ଜଣେ ୫୧ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଡାଇବେଟିସ୍ କେଟୋଏସିଡୋସିସ୍ ରୋଗରେ ପୀଡିତ ଥିଲେ । ଗଞ୍ଜାମ ଜିଲ୍ଲାର ଜଣେ ୬୯ ବର୍ଷ ବୟସ୍କ ପୁରୁଷ । ଗଞ୍ଜାମ ଜିଲ୍ଲାର ଜଣେ ୫୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ ।
