୧-ଆଜି ରାଜ୍ୟରେ ୧୩୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨୪ ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୦୧୩କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ମୋଟ୍ ୧୫,୨୦୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬୫୦ ରହିଛି ।
୨- ଆଜି ରାଜ୍ୟରେ ଆଉ ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୦କୁ ବୃଦ୍ଧି ପାଇଛି ।
୩-ଜୁଲାଇ ୨୫ ଓ ୨୯ରେ ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଲକ୍ଡାଉନ୍ ହୋଇଥିବାରୁ ଭୁବନେଶ୍ବରରୁ ହାୱଡାକୁ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନ୍କୁ ବାତିଲ୍ ।
୪-ରାଜ୍ୟସଭା ଉପାଧ୍ୟକ୍ଷ କମିଟିକୁ ମନୋନୀତ ହେଲେ ସସ୍ମିତ ପାତ୍ର ।
୫-ରେଳ ମାନଚିତ୍ରରେ ଯୋଡି ହେଲା କେନ୍ଦ୍ରାପଡା, ଗଡ଼ିଲା ପରୀକ୍ଷାମୂଳକ ଭାବେ ପାସେଞ୍ଜର ଟ୍ରେନ୍।
୬-କାଳିଆ ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ, ସରକାର ତିଆରି କଲେଣି ଫେରସ୍ତ ବାଟ, ସେପଟେ ପୁଣି ଚିହିଁକିଲେ ବିରୋଧୀ।

୭-ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ମିଳିବ ୫୭ ଦିନର ଶୁଖିଲା ଖାଦ୍ୟ, ରୋଷେଇ ବାବଦକୁ ବ୍ୟାଙ୍କ ଆକାଉଣ୍ଟ କୁ ଯିବ ଅର୍ଥରାଶି।
୮-ଲକ୍ ଡାଉନ୍ ବେଳର ବିକଳ ଚିତ୍ର: ଓଡ଼ିଶାର ୨୭%ପରିବାର ଆୟ ଶୁନ୍ୟ। ସଞ୍ଚିତ ଅର୍ଥ ଓ ସମ୍ପତି ବିକି ଚଳିଛନ୍ତି ୫୯%।
୯-ମନ୍ତ୍ରୀଙ୍କୁ ପ୍ଲାଜମା ଦାୟିତ୍ୱ, ୩୦ ଜିଲ୍ଲାରେ ସୁସ୍ଥ ହେଉଥିବା କୋଭିଡ୍ ସଂକ୍ରମିତଙ୍କୁ ପ୍ଲାଜମା ଦାନ କରିବାକୁ ଉତ୍ସାହିତ କରିବେ ୨୦ ମନ୍ତ୍ରୀ।
୧୦- ଏମ୍ସରେ ଭାରତ ପ୍ରସ୍ତୁତ କରୋନା ଟୀକାର ମାନବ ପରୀକ୍ଷଣ ଆରମ୍ଭ,୩୦ ବର୍ଷ ବୟସର ସୁସ୍ଥ ଯୁବକଙ୍କୁ ଦିଆଗଲା କରୋନା ଟୀକା କୋଭାକ୍ସିନ।
୧୧-କରୋନା ଚିକିତ୍ସା ପାଇଁ ସିପ୍ଲା ଲଞ୍ଚ୍ କଲା ସିପ୍ଲେଞ୍ଜା ଟାବଲେଟ୍, ଦାମ୍ ମାତ୍ର ୬୮ ଟଙ୍କା।
୧୨-ଭାରତରେ ୧,୩୩୬,୮୬୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୮୪୯୪୩୧ ଜଣ ସୁସ୍ଥ ହୋଇଛନ୍ତି । ବାକି ୩୧୩୫୮ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୬୦୭୧ ରହିଛି।

୧୩-ଏଲଏସସିରୁ ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ-ଚୀନ ସମ୍ମତ।
୧୪-ଆମେରିକାରୁ ୬ ସର୍ଭିଲାନ୍ସ ଏୟାରକ୍ରାଫ୍ଟ କିଣିବ ଭାରତ ।
୧୫-ବିଶ୍ୱରେ ୧ କୋଟି ୫୯ ଲକ୍ଷ ୩୦ ହଜାର ୭୭୯ ଜଣ ସଂକ୍ରମିତ ହୋଇଛନ୍ତି । କରୋନା ଭାଇରସରୁ ୯୭ ଲକ୍ଷ ୧୬ ହଜାର ୯ ଜଣ ସୁସ୍ଥ ହୋଇଥିବା ବେଳେ ୫୫ ଲକ୍ଷ ୭୨ ହଜାର ୧୮୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।ବିଶ୍ୱରେ ୬ ଲକ୍ଷ ୪୧ ହଜାର ୮୭୩ ଜଣଙ୍କର ମୃତ୍ୟୁ ହୋଇଛି ।
