୧-୨୮ ତାରିଖରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
୨-ଓଡ଼ିଶା ହାଇକୋର୍ଟକୁ ୭୨ ବର୍ଷ ପୂରିଲା। ୧୯୪୮, ଜୁଲାଇ ୨୬ ତାରିଖରେ ପ୍ରତିଷ୍ଠା ହୋଇଥିଲା ଓଡ଼ିଶା ହାଇକୋର୍ଟ। ଆସନ୍ତାକାଲି ହେଉଛି ପ୍ରତିଷ୍ଠା ଦିବସ ।
୩-ଆସନ୍ତା ସୋମବାରଠାରୁ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ୨୪ ଘଣ୍ଟିଆ ଆଣ୍ଟିଜେନ୍ ପରୀକ୍ଷା ଆରମ୍ଭ ହେବ।

୪-ଆଜିଠୁ ସମ୍ବଲପୁରରେ ଦ୍ୱିତୀୟ ପର୍ଯ୍ୟାୟ ସଟ୍ଡ଼ାଉନ୍ ।
୫-ଜୁଲାଇ ୩୧ ସୁଦ୍ଧା ଓଜେଇଇ ଆବେଦନ, ଆଉ ୫ ସହରରେ ଅନଲାଇନ୍ ପରୀକ୍ଷା କେନ୍ଦ୍ର ।
୬-ବୀଣାପାଣି ମହାନ୍ତିଙ୍କୁ ଓଡ଼ିଶା ସାହିତ୍ୟ ଏକଡେମିର ସର୍ବୋଚ୍ଚ ସାରସ୍ବତ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ପ୍ରଦାନ ।
୭-ଆଜି ଦିନ ୧୧ଟାରେ ‘ମନ୍ କି ବାତ୍’ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
୮-କାରଗିଲ ବିଜୟ: ଆଜି ଜାତୀୟ ଯୁଦ୍ଧ ସ୍ମାରକୀ ସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେବେ ପ୍ରତିରକ୍ଷା ମନ୍ତ୍ରୀ ।
୯-ବଜାରକୁ ଆସିଲା ୩୯ ଟଙ୍କିଆ କୋଭିଡ୍ ଟାବ୍ଲେଟ ।
୧୦-ଆମେରିକାଠାରୁ ୬ ପୋଜାଇଡନ୍ ବିମାନ କିଣିବ ଭାରତ ।
