୧-ଆଜି ରାଜ୍ୟରେ ୨୮ଟି ଜିଲ୍ଲାରୁ ୧୫୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୮୯୨ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୧୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୬୭୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
୨-ଭଦ୍ରକ ପୌରପାଳିକାର ୧୨ଟି ଓ୍ବାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଗଲା
୩-ଅଗଷ୍ଟ ପ୍ରଥମ ସପ୍ତାହର ଶେଷ ଆଡ଼କୁ ରାଜ୍ୟରେ ପୁଣି ମୌସୁମୀ ସକ୍ରିୟ ହେବ

୪-କରୋନା ମୃତକଙ୍କ ପିଲାଙ୍କୁ କିଟ୍ ବିଶ୍ୱ ବିଦ୍ୟାଳୟରେ ସମ୍ପୂର୍ଣ୍ଣ ନିଃଶୁଳ୍କ ଶିକ୍ଷା, ଆସନ୍ତା ଦୁଇଟି ଶିକ୍ଷାବର୍ଷ ପାଇଁ ମାଗଣାରେ ପଢ଼ିବାର ସୁଯୋଗ।ବିପିଏଲ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏବଂ ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବ ।
୫-ସ୍ବିଡେନ୍ ସରକାରଙ୍କ କଳା ପରାମର୍ଶଦାତା ନିଯୁକ୍ତ ହେଲେ ପି.କେ.ମହାନନ୍ଦିଆ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
୬-ଆଜି ହାଇ ଥ୍ରୁପୁଟ୍ ଟେଷ୍ଟିଂ ସୁବିଧାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
୭-ବିହାରରେ ବନ୍ୟା ଯୋଗୁଁ ୧୦ ଲକ୍ଷ ଲୋକ ପ୍ରଭାବିତ
୮-ପୁନର୍ବାର ସୁଧ ହାର ହ୍ରାସ କରିପାରେ ରିଜର୍ଭ ବ୍ୟାଙ୍କ , 0.25 ପ୍ରତିଶତ ହ୍ରାସ ହୋଇପାରେ
୯-ଭାରତରେ ୧୪,୩୫,୪୫୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୯,୧୭,୫୬୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ବାକି ୩୨,୭୭୧ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୮୫,୧୧୪ ରହିଛି
୧୦-କରୋନାର ଘାତକ ରୂପ: ସୁସ୍ଥ ହେବା ପରେ ବି ଅଚାନକ ମୃତ୍ୟୁ !!
୧୧-ଚୀନକୁ ନଜରରେ ରଖି ବାଂଲାଦେଶକୁ ୧୦ ଟି ବ୍ରଡ-ଗେଜ୍ ଲୋକୋମୋଟିଭ୍ ହସ୍ତାନ୍ତର କରିବ ଭାରତ
