୧-ଆଜି ରାଜ୍ୟର ୪ ଜିଲ୍ଲା ଯଥା ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୁଳରେ ପ୍ରବଳ ବର୍ଷା ହେବ ।
୨-ବରିଷ୍ଠ IAS ଅଦଳବଦଳ: ଆର୍ କେ ଶର୍ମା କୃଷି ଉତ୍ପାଦନ କମିଶନର ଓ ସୁରେନ୍ଦ୍ରଙ୍କୁ ଇସ୍ପାତ ଓ ଖଣି ଏବଂ ଅନୁ ଗର୍ଗଙ୍କୁ ଜଳସମ୍ପଦ ଦାୟିତ୍ଵ।
୩-ଭୁବନେଶ୍ବର : ମୋବାଇଲ ଭ୍ୟାନ୍ ଜରିଆରେ ହେବ କରୋନା ପରୀକ୍ଷା ।
୪-ଭୁବନେଶ୍ଵର:କୋଭିଡ-୧୯ ଭ୍ୟାକ୍ସିନର ମାନବ ପରୀକ୍ଷଣ ସମ୍ ହସ୍ପିଟାଲରେ ଆରମ୍ଭ।
୫-ଆର ପାରିରେ ଆଲବମ୍ କୁଇନ୍ ଦୀପା, ଓଲିଉଡରେ ଶୋକର ଛାୟା।
୬-ଭୁବନେଶ୍ବରରେ କାର୍ଯ୍ୟକାରୀ ହେବ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡରସ୍ ଆତ୍ମନିର୍ଭର ନିଧି ଯୋଜନା ।
୭-ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ :www. bseodisha.ac.in ଏବଂ www.bseodisha.nic.in ରେ ପରୀକ୍ଷା ଫଳ ମିଳିବ । ଅଗଷ୍ଟ ଦ୍ଵିତୀୟ ସପ୍ତାହରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ।
୮-ଭୁବନେଶ୍ୱର: ଓଡ଼ିଶାକୁ ମିଳିଲା ୫୦୦୦କୋଟିର GST କ୍ଷତି ପୂରଣ ।

୯-୨୦୨୦-୨୧ ଶିକ୍ଷାବର୍ଷରେ ସାରା ଦେଶରେ, ଏଆଇସିଟିଇର ବଡ଼ ନିଷ୍ପତ୍ତି : ୧୩୦୧ କଲେଜରେ ତାଲା ।
୧୦-ଅଗଷ୍ଟ ୪ରୁ ଆର୍ବିଆଇ ମୁଦ୍ରାନୀତି ସମୀକ୍ଷା ବୈଠକ । ସୁଧହାର ୨୫ ବେସିସ୍ ପଏଣ୍ଟ କମିପାରେ।
୧୧-ନୁଆ ଦିଲ୍ଲୀ:୭୩.୫୮ ଲକ୍ଷ ଇପିଏଫଓ ସଦସ୍ୟଙ୍କ KYC ଅପ୍ଡେଟ।
୧୨-ନୂଆ ଦିଲ୍ଲୀ:ଆଉ ୪୭ ଚାଇନା ଆପ୍ ନିଷିଦ୍ଧ।

୧୩-ଦେଶ ତୁଳନାରେ ଓଡିଶାରେ ସୁସ୍ଥ ହାର ଅଧିକ ଓ ମୃତ୍ୟୁ ହାର କମ୍ : ସର୍ବଭାରତୀୟ ସ୍ତରରେ ସୁସ୍ଥ ହାର ୬୧.୬୯ ପ୍ରତିଶତ ଥିବାବେଳେ ଓଡିଶାରେ ୬୨ .୪୪; ମୃତ୍ୟୁ ହାର ୨.୧୬ ଥିବାବେଳେ ଓଡିଶାରେ ଶୂନ ଦଶମିକ ୫୪ ପ୍ରତିଶତ ।
୧୪-ବିଶ୍ୱର ସର୍ବବୃହତ ଅନଲାଇନ ହାକାଥନର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
୧୫-ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ୬ ଲକ୍ଷ ୫୫ ହଜାର ୮୭୩କୁ ବୃଦ୍ଧି ପାଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬୬ ଲକ୍ଷ ୨୯ ହଜାର ୬୫୨ରେ ପହଂଚିଛି। ସେମାନଙ୍କ ମଧ୍ୟରୁ ୧ କୋଟି ୨ ଲକ୍ଷ ୨୦ ହଜାର ୭୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
୧୬-୨୦୨୨ରେ ଚାଲିବ ମୁମ୍ବାଇର ସବୁଠାରୁ ଉଚ୍ଚ ମେଟ୍ରୋ ଟ୍ରେନ
୧୭-ମୋଦୀ ସରକାରଙ୍କ ନୂଆ ଉପହାର: ଅସ୍ଥାୟୀ ପେନସନ ଯୋଜନା
୧୮-ଆମେରିକା ରାଷ୍ଟ୍ରପତି ନିର୍ବାଚନ: ସେପଟେମ୍ବର ୨୯ରେ ଡୋନାଲ୍ଡ ଟ୍ରମ୍ପ ଓ ବାଇଡେନଙ୍କ ବିତର୍କ
