ରାଜ୍ୟ ସରକାର ଲୋକଙ୍କୁ ୧୦୦ ଦିନିଆ ମଜୁରୀ ଯୋଗାଇ ଦେବାର ଡିଣ୍ଡିମ ପିଟୁଥିବା ବେଳେ, ତାହା ଏଠାରେ ଫେଲ ମାରିଥିବାର ଦେଖିବାକୁ ମିଳୁଛି । କଳାହାଣ୍ଡି ଜିଲ୍ଲା, ଜୟପାଟଣା ବ୍ଲକ ଅନ୍ତର୍ଗତ ଅଁଳାଭଟା ଗ୍ରାମ ପଞ୍ଚାୟତର ଜରିଗୁମା ଗ୍ରାମରେ ଚାଲିଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର କରାଘାଟି ବନ୍ଧର ପଙ୍କ ଉଦ୍ଧାର କାର୍ଯ୍ୟରେ ଶ୍ରମିକ ବଦଳରେ GCB ଗାଡି ଓ Tractor ଦ୍ୱାରା ବେଆଇନ ଭାବେ ପୋଖରୀ ଖନନ କରାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି ।ଏହି ପୋଖରୀ ଖନନ ବିଷୟରେ ଗ୍ରାମ ରୋଜଗାର ସେବକ ପ୍ରଶାନ୍ତ ବେଶ୍ରା ଠାରୁ ଆରମ୍ଭ କରି କନିଷ୍ଠ ଯନ୍ତ୍ରୀ ମିତା ଦାସ ଙ୍କ ପାଖରେ ମଧ୍ୟ କୌଣସି ଖବର ନ ଥିବା ପ୍ରକାଶ କରିଛନ୍ତି ।

କିନ୍ତୁ ଏହି ପୋଖରୀ କାମରେ ଲଗାଯାଇଥିବା ସୂଚନା ଫଳକରେ ଲେଖାଯାଇଛି , ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଏବଂ ତାର ପ୍ରକଳ୍ପ ଅଟକଳ ପରିମାଣ ପାଞ୍ଚଲକ୍ଷ ଟଙ୍କା । ଲୋକମାନଙ୍କ ଅଭିଯୋଗ କ୍ରମେ ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ ଜରିଗୁମା ଗ୍ରାମରେ ଚାଲିଥିବା କରାଘାଟି ବନ୍ଧର ପଙ୍କ ଉଦ୍ଧାର କାର୍ଯ୍ୟ ସ୍ଥଳୀକୁ ପହଞ୍ଚି ଲୋକମାନଙ୍କୁ ପଚାରି ବୁଝିଥିଲେ ।ଏବଂ ଗ୍ରାମ ରୋଜଗାର ସେବକ ପ୍ରଶାନ୍ତ ବେଶ୍ରା ଙ୍କ ସହିତ ଯୋଗାଯୋଗ କରିବାରୁ ଆଁଲାଭଟା ଗ୍ରାମପଞ୍ଚାୟତରେ କାର୍ଯ୍ୟରତ ଶ୍ରୀ ବେଶ୍ରା ଆଜ୍ଞା ଫୋନ ଯୋଗେ କହିଥିଲେ ମୁଁ ଏହି କାମ ବିଷୟରେ କିଛି ଜାଣି ନାହିଁ କିମ୍ବା ମୋ ପାଖରେ ଖବର ନାହିଁ ବୋଲି ଫୋନ କାଟିଦେଇଥିଲେ । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଏହିକି ଯେ – ଯଦି GRS ପାଖରେ କୌଣସି ଖବର ନାହିଁ , ତା’ହେଲେ ପୋଖରୀ ଖନନ ପାଖରେ ତିଆରି ହୋଇଥିବା ବୋର୍ଡ଼ରେ କାର୍ଯ୍ୟର କୋଡ଼ ନମ୍ବର – ୩୦୬୦୫୭୯ ପକାଇଲା କିଏ ? ଭୂତ ନା’ ଗ୍ରାମ ରୋଜଗାର ସେବକ । ସେହିଭଳି କନିଷ୍ଠ ଯନ୍ତ୍ରୀ – ମିତା ଦାସ ଙ୍କୁ ମଧ୍ୟ ପଚାରି ବୁଝିବାରୁ ସେ ମଧ୍ୟ ପ୍ରତିକ୍ରିୟା ଦେବା ତ ଦୂରର କଥା, କାମ ବାବଦରେ ମୁଁ କିଛି ଜାଣିନି ବୋଲି ମୁହଁ ବୁଲେଇ ଦେଇ ଚାଲି ଯାଇଥିଲେ । ଶେଷରେ BDO ଙ୍କୁ ମଧ୍ୟ ଏହି କାମ ବାବଦରେ ପ୍ରତିକ୍ରିୟା ରଖିଥିବାବେଳେ, ମୁଁ କୌଣସି ଉତ୍ତର ଦେଇ ପାରିବି ନାହିଁ ବୋଲି ରୋକ ଠୋକ ମନା କରିଦେଇଥିଲେ । କିନ୍ତୁ ଅଁଳାଭଟା ଗ୍ରାମପଞ୍ଚାୟତ ବାସୀଙ୍କ ଅଭିଯୋଗ ହେଲା GRS ଏବଂ JE ନିଜ ପାଖ ଲୋକ କିମ୍ବା ନିଜ ସମ୍ପର୍କୀୟ ଲୋକମାନଙ୍କୁ କାମରେ ନିୟୋଜିତ କରି ବିନା ଫାଇଲରେ MGNREGA କାମ କରିଥାନ୍ତି ଏବଂ କୌଣସି ଗଣମାଧ୍ୟମ ପ୍ରତିନିଧି କିମ୍ବା କୌଣସି ରାଜନେତା ପଚାରିଲେ ଏହି କାମର ଫାଇଲ ହୋଇନାହିଁ, ଏହି କାମ ଆମର ନୁହେଁ ବୋଲି ସମସ୍ତ ଙ୍କୁ ଭୁଆଁ ବୁଲାଇଥାନ୍ତି ।

କିଛି ମାସ ବିତିଗଲାପରେ ଗ୍ରାମରୋଜଗାର ସେବକ ଏବଂ କନିଷ୍ଠ ଯନ୍ତ୍ରୀ ମିଶି ସେହି କାମର ଫାଇଲ ତିଆରି କରି ଦୁଇ ଜଣଙ୍କ ମଧୁ ଚନ୍ଦ୍ରିକରେ ନିଜ ସମ୍ପର୍କୀୟ ମାନଙ୍କ Account ରେ ଟଙ୍କା ପକାଇ MGNREGA କାମର ସରକାରୀ ଅର୍ଥକୁ ହଡପ କରୁଥିବା ଲୋକେ ଅଭିଯୋଗ କରିଛନ୍ତି । ଏପଟେ ସରକାର ଲୋକମାନଙ୍କୁ ୧୦୦ଦିନିଆ ମଜୁରୀ ଯୋଗାଇଦେଉଛି ବୋଲି ଭାଷଣ ପ୍ରଦାନ କରୁଥିବା ବେଳେ, ସରକାରୀ ବାବୁମାନେ ଶ୍ରମିକ ବଦଳରେ ମିସିନ ଦ୍ୱାରା କାମ କରୁଥିବା ଯୋଗୁଁ ଏ ଅଞ୍ଚଳର ଲୋକମାନେ କାମଧନ୍ଦା ନ ପାଇ ନିଜ ଭିଟାମାଟି ଛାଡି ବାହାର ରାଜ୍ୟକୁ କାମ ଅନ୍ୱେଷଣରେ ଦାଦନ ଖଟିବାକୁ ଯାଇ କାହାର ହାତ କଟି ଯାଉଛି ତ, କାହାର ଗୋଡ କଟି ଯାଉଛି, ଆଉ କିଏ ଶବ ହୋଇ ଫେରୁଛି । ତେଣୁ ଏହି କାମକୁ ନେଇ ବୁଦ୍ଧିଜୀବୀ ମହଲରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଳଟି ଥିବାବେଳେ, ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେବ ଏବଂ କାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା



