ଆଜି ରାଜ୍ୟରେ ନୂଆ ୧୨୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ

ବାସ୍ତବ ବ୍ୟୁରୋ-ଆଜି ରାଜ୍ୟରେ ୨୮ଟି ଜିଲ୍ଲାରୁ ୧୨୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୫୩ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୬୨ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୧୦୭ରେ ପହଞ୍ଚିଛି ।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩୧୨ଜଣ, କଟକ ଜିଲ୍ଲାରୁ ୬୦ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୪ଜଣ, ପୁରୀ ଜିଲ୍ଲାରୁ ୧୧ଜଣ, ଅନୁଗୁଳ ଜିଲ୍ଲାର ୧୧ଜଣ, ବାଲେଶ୍ୱର ଜିଲ୍ଲାର ୨୯ଜଣ, ବରଗଡ ଜିଲ୍ଲାର ୧୦ଜଣ, ଭଦ୍ରକ ଜିଲ୍ଲାର ୨ଜଣ, ବଲାଙ୍ଗୀର ଜିଲ୍ଲା ୨୧ଜଣ , ବୌଦ୍ଧ ଜିଲ୍ଲାରୁ ୨ଝଣ, ଦେଓଗଡ ଜିଲ୍ଲାରୁ ଜଣେ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ୮୯ଜଣ, ଗଞ୍ଜାମ ଜିଲ୍ଲାରୁ ୩୩୨ଜଣ, ଜଗତସିଂହପୁର ଜିଲ୍ଲାରୁ ୪୭ଜଣ, ଯାଜପୁର ଜିଲ୍ଲାରୁ ୨୦ଜଣ, ଝାରସୁଗୁଡା ଜିଲ୍ଲାରୁ ୨ଜଣ, କଳାହାଣ୍ଡି ଜିଲ୍ଲାରୁ ୮ଜଣ, କନ୍ଧମାଳ ଜିଲ୍ଲାରୁ ୧୪ଜଣ, କେନ୍ଦୁଝର ଜିଲ୍ଲାରୁ ୭୭ଜଣ, କୋରାପୁଟ ଜିଲ୍ଲାରୁ ୭୩ଜଣ, ମାଲକାନଗିରି ଜିଲ୍ଲାରୁ ୧୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୨ଜଣ, ନୟାଗଡ ଜିଲ୍ଲାରୁ ୭ଜଣ, ନୂଆପଡ଼ା ଜିଲ୍ଲାରୁ ୮ଜଣ, ରାୟଗଡ଼ା ଜିଲ୍ଲାରୁ ୨୪ଜଣ, ସୋନପୁର ଜିଲ୍ଲାରୁ ୨ଜଣ, ସୁନ୍ଦରଗଡ ଜିଲ୍ଲାରୁ ୨ଜଣ ରହିଛନ୍ତି ।

ଆଉ ୭ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଆଜି ଗଞ୍ଜାମରୁ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରାୟଗଡାରୁ ୨, କଟକରୁ ଜଣେ ଓ ଭୁବନେଶ୍ୱରୁ ଜଣଙ୍କର ମୃତ୍ୟୁ ଘଟିଛି । ଭୁବନେଶ୍ୱରରେ ୫ ବର୍ଷର୍ ବାଳକର କରୋନା ଜନିତ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୪ରେ ପହଞ୍ଚିଛି ।

ସୂଚନାଯୋଗ୍ୟ ଯେ, ଏବେ ରାଜ୍ୟରେ ୧୦୫୪୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୭୩୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବଲିଉଡ ଭେଟେରାନ ଅଭିନେତ୍ରୀ କୁମକୁମଙ୍କର ୮୬ ବର୍ଷ ବୟସରେ ପରଲୋକ...

Tue Jul 28 , 2020
ବାସ୍ତବ ବ୍ୟୁରୋ-“ମଦର ଇଣ୍ଡିଆ”, “କୋହିନୂର”, “ଉଜାଲା”, “ଏକ ସପେରା” “ଏକ ଲୁଟେରା” ଏବଂ “ନୟା ଦୌର” ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଭେଟେରାନ ଅଭିନେତ୍ରୀ କୁମକୁମଙ୍କର ଆଜି ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ଖବର ଅଭିନେତା ଜନ୍ନି ୱାକରଙ୍କ ପୁଅ, ନାସିର ଖାନ ଟ୍ୱିଟ କରି ଜଣାଇଛନ୍ତି । ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ନାସିର ଖାନ ଟ୍ୱିଟରରେ, ଜନ୍ନି ଓ୍ବାକର […]

You May Like

Pin It on Pinterest