ବଲିଉଡ ଭେଟେରାନ ଅଭିନେତ୍ରୀ କୁମକୁମଙ୍କର ୮୬ ବର୍ଷ ବୟସରେ ପରଲୋକ…

ବାସ୍ତବ ବ୍ୟୁରୋ-“ମଦର ଇଣ୍ଡିଆ”, “କୋହିନୂର”, “ଉଜାଲା”, “ଏକ ସପେରା” “ଏକ ଲୁଟେରା” ଏବଂ “ନୟା ଦୌର” ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଭେଟେରାନ ଅଭିନେତ୍ରୀ କୁମକୁମଙ୍କର ଆଜି ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ଖବର ଅଭିନେତା ଜନ୍ନି ୱାକରଙ୍କ ପୁଅ, ନାସିର ଖାନ ଟ୍ୱିଟ କରି ଜଣାଇଛନ୍ତି । ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

ନାସିର ଖାନ ଟ୍ୱିଟରେ, ଜନ୍ନି ଓ୍ବାକର ଏବଂ କୁମକୁମଙ୍କ ଫଟୋ ସେୟାର କରି ଲେଖିଛନ୍ତି ଯେ- “ବିଗତ ଦିନର ଫିଲ୍ମ ଅଭିନେତ୍ରୀ କୁମକୁମ ଆଣ୍ଟିଙ୍କ ପରଲୋକ ହୋଇଯାଇଛି । ତାଙ୍କୁ ୮୬ବର୍ଷ ହୋଇଥିଲା ସେ ବହୁତ ଫିଲ୍ମ, ଗୀତ ଏବଂ ନାଚ କରିଛନ୍ତି। ସେ ପାପା ଜହ୍ନି ଓ୍ବାକରଙ୍କ ବିପକ୍ଷରେ ମଧ୍ୟ ଅନେକ ଫିଲ୍ମ କରିଛନ୍ତି ।

କୁମକୁମ ୧୯୫୪ ମସିହାରେ “ଆର ପ୍ୟାର୍” ଚଳଚ୍ଚିତ୍ରରୁ “କଭି ଆର କଭି ପାର ଲଗା ତେରେ ନଜର ଗୀତରେ” ଜଣେ ନୃତ୍ୟଶିଳ୍ପୀ ଭାବରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ପରେ ସେ ଅନେକ ସଫଳ ଚଳଚ୍ଚିତ୍ରରେ ଅଭିନୟ କାମ କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଇଆରସିଟିସି ଓ ଏସବିଆଇ ମିଳିତ ଭାବେ,ଯାତ୍ରୀ ମାନଙ୍କ ସୁବିଧା ପାଇଁ ଆରମ୍ଭ କଲେ "ନୋ ଟଚ୍"RuPay କ୍ରେଡିଟ୍ କାର୍ଡ....

Tue Jul 28 , 2020
ବାସ୍ତବ ବ୍ୟୁରୋ-ଆଜି ଏସବିଆଇ କାର୍ଡ ଓ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ୍‌ ଟୁରିଜିମ୍‌ କର୍ପୋରେସନ ଲିମିଟେଡ୍‌ (ଆଇଆରସିଟିସି) ପକ୍ଷରୁ ଆଇଆରସିଟିସି ଏସବିଆଇ କାର୍ଡକୁ “ରୁପେ ପ୍ଲାଟଫର୍ମରେ” ଲଞ୍ଚ କରାଯାଇଛି । ଭାରତୀୟ ରେଳବାଇରେ ନିୟମିତ ଯାତ୍ରା କରୁଥିବା ଲୋକମାନଙ୍କୁ ନଜରରେ ରଖି ପ୍ରସ୍ତୁତ କରାଯାଇଥିବା ଏହି କାର୍ଡ, ଯାତ୍ରୀମାନଙ୍କୁ ସେମାନଙ୍କ ଯାତ୍ରା ଉପରେ ସର୍ବାଧିକ ସଞ୍ଚୟ ପ୍ରସ୍ତାବ ପ୍ରଦାନ କରିଥାଏ, କାରବାର ଶୁଳ୍କ ଛାଡ ବ୍ୟତୀତ ଖୁଚୁରା, ଭୋଜନ ଏବଂ […]

You May Like

Pin It on Pinterest