ଭୁବନେଶ୍ୱର(ବାସ୍ତବ ଟିଭି): ଚାଷୀଙ୍କ ସ୍ୱାର୍ଥ ପାଇଁ ଶେଷରେ କିଷନକୁ ହଁ କରିଛନ୍ତି ନବୀନ । ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ପିଏମ କିଷାନକୁ ଆପଣେଇବାକୁ ମଙ୍ଗିଛନ୍ତି ରାଜ୍ୟ ସରକାର । ହେଲେ ଆୟୁଷ୍ମାନ ଯୋଜନାକୁ ନବୀନ ଗ୍ରହଣ କରିନଥିବା ଜଣାପଡ଼ିଛି । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାର ବସିଥିବା କାଳିଆ ପ୍ରକଳ୍ପ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର୍ୟ୍ୟାୟରେ କାଳିଆ ଯୋଜନାରେ ଟଙ୍କା ପାଇଥିବା ହିତାଧିକାରୀ ପିଏମ କିଷାନ ଟଙ୍କା ପାଇବେ । କାଳିଆ ଯୋଜନାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ୨୦୦୦ ଟଙ୍କା ପଠାଇବେ କେନ୍ଦ୍ର ସରକାର । ତେଣୁ ଆସନ୍ତା ୨୫ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କୁ ଏହି ତାଲିକା ପଠାଇବେ ରାଜ୍ୟ ସରକାର । ସେପଟେ ରାଜି ହେବା ପୂର୍ବରୁ ପିଏମ କିଷାନରେ ଭୂମିହୀନ ଓ ଭାଗଚାଷୀଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ବାରମ୍ବାର ଉଦବେଗ ପ୍ରକାଶ କରି କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ କେନ୍ଦ୍ରର ଯୋଜନାକୁ ଗ୍ରହଣ କରିବାକୁ ଖୋଦ ପ୍ରଧାନମନ୍ତ୍ରୀଙ୍କ ସହ ବହୁ ହେଭିୱେଟ୍ ନେତା ନିବେଦନ କରିଥିଲେ ବି ରାଜ୍ୟ ସରକାର ଗ୍ରହଣ କରିନଥିଲେ । ମାତ୍ର ଏବେ ଚାଷୀଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ରାଜ୍ୟ ସରକାର କେନ୍ଦ୍ରର ଯୋଜନାକୁ ଆପଣେଇଛନ୍ତି ।
Next Post
ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ଆୟ କେତେ ଜାଣିଛନ୍ତି କି ? ଜାଣିବାକୁ ନିଶ୍ଚୟ ପଢ଼ନ୍ତୁ .....
Wed Feb 27 , 2019
ମୁମ୍ବାଇ: ଜାଣନ୍ତିକି ଆପଣଙ୍କର ପ୍ରିୟ ଅଭିନେତା ରଜନୀକାନ୍ତ ଗୋଟିଏ ଫିଲ୍ମରେ ଅଭିନୟ କରିବାପାଇଁ କେତେ ଟଙ୍କା ନେଇ ଥାନ୍ତି ? ଜାଣିନଥିବେ ନିଶ୍ଚୟ ଜାଣିଲେ ଆପଣ ନିଶ୍ଚୟ ହୋଇଯିବେ ଆଶ୍ଚର୍ଯ୍ୟ । କାରଣ ଆଜି କାଲିର ବଲିଉଡ଼ର ସବୁଠୁ ବଡ଼ କଳାକାର ବା ନାମିଦାମି କଳାକାରଙ୍କ ଠାରୁ ବହୁ ଅଧିକ ଟଙ୍କ ନେଇଥାନ୍ତି । ଅର୍ଥାତ୍ ବଲିଉଡ଼ର ସଲମାନ, ଶାହାରୁଖ ଓ ଅମିର ଖାନ୍ ପ୍ରତି ଫିଲ୍ମ ପାଇଁ ୪୦ […]

You May Like
-
4 years ago
ରାସ୍ତା ଉପରେ ଜଳିଗଲା ସିମେଣ୍ଟ ବୋଝେଇ ଟ୍ରକ…
-
2 years ago
ରେଳ ବଜେଟରେ ଓଡ଼ିଶାକୁ ୧୦୫୩୬ କୋଟି ଟଙ୍କା ଆବଣ୍ଟନ