୧-ଆଜି ରାଜ୍ୟରେ ୨୮ଟି ଜିଲ୍ଲାରୁ ୧୦୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯,୧୭୫ରେ ପହଞ୍ଚିଛି । ଏବେ ରାଜ୍ୟରେ ମୋଟ୍ ୧୮୦୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୦,୯୨୦।
୨-ରାଜ୍ୟରେ ଆଉ ୫ଜଣଙ୍କ ଜୀବନ ନେଲା କରୋନା । ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୯ ରେ ପହଞ୍ଚିଛି ।
୩-ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ: ପାସ ହାର ୭୮.୭୬ ପ୍ରତିଶତ
୪-ଓଡିଶାକୁ ୫୧୨୨ କୋଟି ଟଙ୍କା ଜିଏସଟି ସହାୟତା, ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
୫-ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କୋଭିଡ ଡ୍ୟୁଟି ସମୟରେ ମୃତ୍ୟୁବରଣ କରୁଥିବା କୋଭିଡ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ମିଳିବ।
୬- ୨୬ ବର୍ଷ ପରେ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ମହାପ୍ରଭୁ
୭-ଶତ୍ରୁ ପକ୍ଷକୁ ମାତ ଦେବା ପାଇଁ ଆଜି ସକାଳେ ଭାରତ ମାଟିରେ ଲ୍ୟାଣ୍ଡ କରିବ ଅମୋଘ ଅସ୍ତ୍ର କୁହାଯାଉଥିବା ରାଫେଲ ଜେଟ୍।
୮-ଆଇସିସି ମାନ୍ୟତା, ବ୍ୟାଟିଂ ତାଲିକାର ଶୀର୍ଷ ୨ଟି ସ୍ଥାନରେ ଭାରତ ।
୯-ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପ୍ରସଙ୍ଗରେ ନୂଆ ମୋଡ : ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏତଲା ଦାୟର କଲେ ସୁଶାନ୍ତଙ୍କ ପିତା ।
୧୦-ରାମ ମନ୍ଦିର ଭୂମି ପୂଜନ: ୨୨.୬ କିଲୋର ରୂପା ଇଟାରେ ମନ୍ଦିରର ଶିଳାନ୍ୟାସ୍ କରିବେ ପ୍ରଧାନମନ୍ତ୍ରୀ ମୋଦୀ ।
୧୧-ଶେଷ ପର୍ଯ୍ୟାୟରେ ଅକ୍ସଫୋର୍ଡର କରୋନା ଟିକା ପରୀକ୍ଷା । ଭାରତର ୫ଟି ସ୍ଥାନରେ ହେବ କରୋନା ଟିକାର ତୃତୀୟ ପର୍ଯ୍ୟାୟର ମାନବ ପରୀକ୍ଷଣ । ପ୍ରସ୍ତୁତି ନେଇ ବାଓ ଟେକନୋଲୋଜି ବିଭାଗର ସଚିବ ଦେଲେ ସୂଚନା
୧୨-ଭାରତରେ ୧, ୫୩୧, ୬୬୯ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୯୮୮୦୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ବାକି ୩୪୧୯୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦୯୪୪୭ ରହିଛି।




