୧-ଦୁଇ ଦିନ ଲାଗି ଭଦ୍ରକ ଜିଲ୍ଲାକୁ ସଂପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ ।
୨-ଶ୍ରୀମନ୍ଦିରରେ ହରିଶୟନ ଏକାଦଶୀ: ଆଜିଠୁ ଚାରିମାସ ପାଇଁ ଶୋଇ ରହିବେ ମହାପ୍ରଭୁ ।
୩-ଆଜି ଖୋଲିବ ଭୁବନେଶ୍ୱର ର ୟୁନିଟ-୪ ମାର୍କେଟ ।
୪-ସୁନ୍ଦରଗଡ ଓ ରାଉରକେଲାରେ ଲକଡାଉନ୍ ସୀମା ବଢିଲା ।
୫-ଆଜିଠୁ ରାଉରକେଲା ଆଇଜିଏଚରେ କାର୍ଯ୍ୟକ୍ଷମ ହେବ ପ୍ଲାଜମା ଥେରାପି ।
୬-ହଜିଗଲା ମୈ।ସୁମୀ, ଲଘୁଚାପ ଆଶା ମଉଳିଲା,ଏଥର ଗଜାମରୁଡି ଜଳ ଜଳ।
୭-ଟ୍ରାଇ ରିପୋର୍ଟ, ରାଜ୍ୟରେ କମିଲେ ୨ ଲକ୍ଷ ମୋବାଇଲ ଉପଭୋକ୍ତା।
୮-ବିଜୁଳି ଭିତ୍ତିଭୂମିର ଉନ୍ନତୀ କରଣ ,ଟାଟା ପାୱାର ରାଜ୍ୟରେ ନିବେଶ କରିବ ୩୪୪କୋଟି ।

୯-ସେପ୍ଟେମ୍ବର ୩୦ ଯାଏ ବଢ଼ିଲା ଆୟକର ଦାଖଲ ସମୟସୀମା ।
୧୦-ସାବାଡ଼ ହେବେ ହାଇଟେକ ଅପରାଧୀ, ପୂର୍ବତଟ ରେଳପଥରେ ଖୋଲିଲା ସାଇବର ସେଲ ।
୧୧-ଭାରତରେ ୧୬,୩୮,୮୭୦ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୧୦୫୭୮୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ବାକି ୩୫୭୪୭ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୫୩୧୮ରହିଛି ।
୧୨-କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ୫ମ ସ୍ଥାନରେ ପହଞ୍ଚିଲା ଭାରତ ।

୧୩-କରୋନା କାଳରେ ଦିଲ୍ଲୀ ସରକାରଙ୍କ ବଡ ଘୋଷଣା, ଡିଜେଲ ମୂଲ୍ୟରେ 8.36 ଟଙ୍କା ହ୍ରାସ ।
୧୪-ବିହାରରେ ଅଗଷ୍ଟ ୧୬ ପର୍ଯ୍ୟନ୍ତ ବଢିଲା କରୋନା ଲକଡାଉନ, ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ।
୧୫-ମରିସସ୍ ସୁପ୍ରିମକୋର୍ଟ୍ ଭବନର ଉଦ୍ଘାଟନ କଲେ ମୋଦୀ ।
୧୬-ସାରା ବିଶ୍ୱରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟି ୭୪ ଲକ୍ଷ ୫୪ ହଜାର ୧୨୯ରେ ପହଂଚିଛି । ୬ ଲକ୍ଷ ୭୫ ହଜାର ୭୬୪ ଜଣଙ୍କର ମୃତ୍ୟୁ ହୋଇସାରିଛି । କୋଟିଏ ଲକ୍ଷ ୯ ଲକ୍ଷ ୨୫ ହଜାର ୯୨୩ ଜଣ ସୁସ୍ଥ ହୋଇଥିବା ବେଳେ ୫୮ ଲକ୍ଷ ୫୨ ହଜାର ୪୪୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।
୧୭-ଚୀନକୁ ଆଉ ଏକ ଶକ୍ତ ଝଟକା ଦେଲା ଭାରତ, କଲର ଟିଭିର ଆମଦାନୀ ଉପରେ ଲାଗିଲା କଟକଣା ।
୧୮-ଖୋଲିବ ଲୋହିତ ଗ୍ରହର ରହସ୍ୟ, ମଙ୍ଗଳ ଗ୍ରହକୁ ନାସା ପଠାଇଲା ପର୍ସିଭେରାନ୍ସ ରୋଭର୍।
