କଳାହାଣ୍ଡି ଜିଲ୍ଲା ରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ କଳାହାଣ୍ଡି ଜିଳ୍ଳା ପର୍ଯ୍ୟଟନ ମାନଚିତ୍ର ରେ ଏକ ପ୍ରମୁଖ ସ୍ଥାନ ରହିଛି ଗୁଡହାଣ୍ଡି ଡୋକରିଚଞ୍ଚରା ର ବର୍ଷସାରା ଏଠାରେ ପର୍ଯ୍ୟଟକ ମାନଙ୍କ ଭିଡ ରହୁଥିବା ବେଳେ ରାମନବମି ରେ ରାମନାମରେ ମୁଖରିତ ହୋଇପଡେ ଏହି ମଧୁମାଧବ କ୍ଷେତ୍ର। ଆଜିକୁ ୫୦ ବର୍ଷ ହେବ ଏଠାରେ ରାମନବମି ମହୋତ୍ସବ ପାଳନ ହେଉଥିବା ବେଳେ ରାମନବମି ଠାରୁ ପୁର୍ଣିମା ପର୍ଯ୍ୟନ୍ତ ନଅଦିନ ଧରି ନିରୋଳା ଡୋକରିଚଞ୍ଚରା ରେ ଗୁଞ୍ଜରିତ ହୋଇପଡେ।

ଏଠାରେ ଥିବା ଭବ୍ୟ ଶ୍ରୀରାମ ମନ୍ଦିର ଦର୍ଶନ ସହ ପ୍ରକୃତିରାଣିର କୋଳରେ ଦିନଟିଏ ଅତିବାହିତ କରିବା ପାଇଁଁ ଗୁଡହାଣ୍ଡି ଡୋକରିଚଞ୍ଚରା ହୋଇପଡେ ଚଳଚଞ୍ଚଳ, ବିସ୍ତିର୍ଣ ପଥର ଉପରେ ନାଦିଣି ଝରଣାର କୁଲୁକୁଲୁ ନାଦ ସବୁ କ୍ଳାନ୍ତି କୁ କ୍ଷଣକ ମଧ୍ୟରେ ଭୁଳିଯିବା ପାଇଁଁ ନିଆରା ଅନୁଭୁତି ଦେଇଥାଏ।ଏହା ବ୍ୟତିତ ଅନେକ ପୈାରାଣିକ କିମ୍ବଦନ୍ତି ବହନ କରିଥିବା ମଧୁମାଧବ ତିର୍ଥ ରେ ରହିଛି ପୁଣ୍ୟକୁଣ୍ଡ,ମଧୁବଟ,ଗୋକୁଣ୍ଡ,ସିତାପାଦ,ଋଷିଗୁମ୍ଫା

ଭଳି ପୈାରାଣିକ ତଥ୍ୟ ସହ ଡୋକରିଦର ଓ ଭୈରବଧାର ଭଲି ଜଳପ୍ରପାତ,ସୁଉଚ୍ଚ ପାହାଡରୁ ପଡୁଥିବା ପାଣି ଇନ୍ଦ୍ରଧନୁ ର ଭ୍ରମ ସୃଷ୍ଟି କରୁଥିବା ବେଳେ ଏଠାକୁ ଆସୁଥିବା ଦର୍ଶକ ମାନଙ୍କୁ ବିମୋହିତ କରେ। ତେବେ ରାମନବମି ସମୟରେ ଏଠାରେ ଲକ୍ଷାଧିକ ଶ୍ରଦ୍ଧାଲୁଙ୍କ ଭିଡ ପରିଳକ୍ଷିତ ହୋଇଥାଏ।



