ଆଜିର ଖାସ୍ ଖବର

୧-ଆଜି ରାଜ୍ୟରେ ୨୯ଟି ଜିଲ୍ଲାରୁ ୧୬୦୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩,୪୭୯କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ମୋଟ୍ ୨୦,୫୧୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୭୩୭ ରହିଛି ।

୨-ଆଜି ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଇଛି କରୋନା । ଏହା ସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୭ରେ ପହଞ୍ଚିଛି

୩-ଅଗଷ୍ଟରେ ୫୦% କର୍ମଚାରୀରେ ଚାଲିବ ସରକାରୀ ଅଫିସ, ପ୍ରତି ଶନିବାର ଅଫିସ ବନ୍ଦ ରହିବ ।

୪-ଆସୁଛି ଲଘୁଚାପ : ଆସନ୍ତା ୩ରୁ ପ୍ରବଳ ବର୍ଷା , ଫୁଲିପାରେ ନଦୀ

୫-ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌ (୦୨୮୬୧/୦୨୮୬୨) ସେବାକୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ବୃଦ୍ଧି

୬-ରାଜ୍ୟରେ ଦିନକରେ ୧୪,୩୩୫ କରୋନା ପରୀକ୍ଷା, ପ୍ରତିଷ୍ଠା ହେବ ଆଉ ୬ ପରୀକ୍ଷାଗାର

୭-ରାଜ୍ୟ ସଂଗ୍ରହାଳୟରେ ଖୋଲିଲା ନୌବାଣିଜ୍ୟ ଗ୍ୟାଲେରି ।

୮-ରାଜ୍ୟର ତୃତୀୟ ତଥା ପଶ୍ଚିମ ଓଡିଶାର ପ୍ରଥମ ପ୍ଲାଜ୍‌ମା ବ୍ୟାଙ୍କ ରାଉରକେଲାର ଆଇଜିଏଚ୍‌ଠାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୯-ଆଜିଠୁ ୩ ଦିନ ପାଇଁ ବରଗଡ଼ ଜିଲ୍ଲା ସଟ୍‌ଡାଉନ୍‌

୧୦-ଭାରତରେ ୧୬,୯୫,୯୮୮ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୧୦୯୪୩୭୪ ଜଣ ସୁସ୍ଥ ହୋଇଛନ୍ତି । ବାକି ୩୬୫୧୧ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୬୫୧୦୩ ରହିଛି।

୧୧-ଇଦ୍ ଅଲ-ଅଦା ଅବସରରେ ସାରା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

୧୨-ରାମ ମନ୍ଦିର ଭୂମିପୂଜନ: ଗର୍ଭଗୃହରେ ରଖାଯିବ ରୁପାର କଇଁଛ ଓ ଏହାରି ଉପରେ ଶେଷନାଗ!

୧୩-ନାଗରା ଶୈଳୀରେ ନିର୍ମିତ ହେବ ଅଯୋଧ୍ୟା ରାମ ମନ୍ଦିର ।

୧୪-କୋଭିଡ-୧୯ ଯୋଗୁଁ ସମଗ୍ର ବିଶ୍ୱରେ ୧ କୋଟି ୭୭ ଲକ୍ଷ ୪୫ ହଜାର ୬୨୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧ ​​କୋଟି ୧୧ ଲକ୍ଷ ୫୧ ହଜାର ୮୧୮ ଜଣ ସୁସ୍ଥ ହୋଇସାରିଛନ୍ତି । କିନ୍ତୁ ଏବେବି ୫୯ ଲକ୍ଷ ୧୧ ହଜାର ୬୧୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ୬ ଲକ୍ଷ ୮୨ ହଜାର ୧୯୭ ଜଣଙ୍କର ମୃତ୍ୟୁ ହୋଇସାରିଛି ।

୧୫-ଚୀନ୍ ଉପରେ ଆମେରିକାର ‘ଡିଜିଟାଲ୍ ଷ୍ଟ୍ରାଇକ୍’: ୨୪ଘଣ୍ଟା ମଧ୍ୟରେ ଟିକ୍ ଟକ୍ ଉପରେ ଲାଗିପାରେ ପ୍ରତିବନ୍ଧକ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟସଭା ସାଂସଦ ଅମର ସିଂଙ୍କ ୬୪ ବର୍ଷ ବୟସରେ ଦେହାନ୍ତ

Sat Aug 1 , 2020
ବାସ୍ତବ ବ୍ୟୁରୋ-ରାଜ୍ୟସଭା ସାଂସଦ ତଥା ସମାଜବାଦୀ ଦଳର ପୂର୍ବତନ ନେତା ଅମର ସିଂ ଆଉ ନାହାଁନ୍ତି । ଅମର ସିଂ, ବହୁତ ଦିନ ଧରି ଅସୁସ୍ଥ ଥିଲେ ଏବଂ କିଛି ମାସ ଧରି ସିଙ୍ଗାପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ନିକଟରେ ଏକ ରିପୋର୍ଟରେ ମୁତାବକ,ସେ ଆଇସିୟୁରେ ଥିଲେ । ଏହା ପୂର୍ବରୁ ତାଙ୍କର ୨୦୧୩ ରେ କିଡନୀ ଫେଲ ହୋଇଥିଲେ । ଆଜି ସିଂ ନିଜେ ଟ୍ୱିଟ କରି, ସ୍ୱାଧୀନତା […]

You May Like

Pin It on Pinterest