ଆଜିର ଖାସ୍ ଖବର

୧-ଆଜି ସୋମବାର ରାକ୍ଷୀ ପୂର୍ଣ୍ଣିମା; ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା ।

୨-ଆଜି ରାଜ୍ୟରେ ୨୬ଟି ଜିଲ୍ଲାରୁ ୧୩୮୪ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୨୯୭କୁ ବୃଦ୍ଧି । ଏବେ ରାଜ୍ୟରେ ମୋଟ୍ ୨୧,୯୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୦୯୫ ରହିଛି ।

୩-୨ଶହ ଟପିଲା ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା, ଆଜି ପୁଣି ୧୦ ଆକ୍ରାନ୍ତଙ୍କ ପ୍ରାଣହାନି

୪-୩ ଦିନ ମଧ୍ୟରେ +୨ ନାମଲେଖା ବିଜ୍ଞପ୍ତି

୫-ପ୍ରତିରୋଧକ ଶକ୍ତି ବଢାଉଛି ବିସିଜି ଟୀକା । ବିଶେଷଜ୍ଞ କହିଲେ, କରୋନା ସଂକ୍ରମଣର ଜଟିଳ ପରିସ୍ଥିତିରୁ ବଞ୍ଚାଇଦେଉଛି ବିସିଜି ଟୀକା । କମୁଛି କରୋନା ସଂକ୍ରମଣ ଏବଂ ମୃତ୍ୟୁର ହାର ।

୬-ଚାଷୀଙ୍କ ପାଇଁ ଖୁସି ଖବର, ବର୍ଷା ଆଣିବ ଆଶ୍ୱସ୍ତି । ଆସନ୍ତା ୪ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ସାରା ଓଡ଼ିଶାରେ ପ୍ରବଳ ବର୍ଷା ପୂର୍ବାନୁମାନ । ଏପଟେ ରାଜ୍ୟର ୧୩ ଜିଲ୍ଲାରେ ସ୍ୱାଭାବିକ୍ ଠାରୁ କମ୍ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ ।

୭-୩ ରାଷ୍ଟ୍ରାୟତ ବ୍ୟାଙ୍କ ପଞ୍ଜାବ ଏଣ୍ଡ ସିନ୍ଧ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଘରୋଇ କରଣ ଲାଗି ସରକାରଙ୍କୁ ନୀତି ଆୟୋଗଙ୍କ ପରାମର୍ଶ

୮-କରୋନା ଆକ୍ରାନ୍ତ ହେଲେ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍

୯-ଆସନ୍ତାବର୍ଷ ସୁଦ୍ଧା ଚେନାବ ନଦୀର ୩୫୯ ମିଟର ଉପରେ ପ୍ରସ୍ତୁତ ହୋଇଯିବ ବିଶ୍ବର ଉଚ୍ଚତମ ରେଳପୋଲ ।

୧୦-ଭାରତକୁ ଆସୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ନୂଆ ନିର୍ଦ୍ଦେଶାବଳୀ – ୭୨ ଘଣ୍ଟା ପୂର୍ବରୁ ୱେବସାଇଟରେ ସୂଚନା ଦେବାକୁ ପଡ଼ିବ।

୧୧-ତାମିଲନାଡୁର ରାଜ୍ୟପାଳ ବନୱାରିଲାଲ ପୁରୋହିତ କରୋନା ପଜିଟିଭ୍ ।

୧୨-ନିଷ୍ପତ୍ତି ବଦଳାଇଲା ନେପାଳ ସରକାର। ମାସେ ହେବ ଭାରତୀୟ ନ୍ୟୁଜ୍ ଚ୍ୟାନେଲ ଗୁଡିକ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇଛନ୍ତି ନେପାଳ ସରକାର।

୧୩-ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ମହାନଦୀ ଗଣ୍ଡରେ ମଗର କୁମ୍ଭୀର ଦେଇଥିବା ଅଣ୍ଡାରୁ ଜନ୍ମ ନେଇଛନ୍ତି ୫ ଶହରୁ ଊର୍ଦ୍ଧ୍ୱ ଛୁଆ।

୧୪-ସେପ୍ଟେମ୍ବର ୧୫ସୁଦ୍ଧା ଟିକ୍-ଟକକୁ କିଣିବ ମାଇକ୍ରୋସଫ୍ଟ !

୧୫-କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦୁରପ୍ପା କରୋନା ସଂକ୍ରମିତ ।

୧୬-ଶ୍ରୀରାମ ମନ୍ଦିର ଭୂମି ପୂଜନ ପାଇଁ ସଜେଇ ହେଉଛି ଅଯୋଧ୍ୟା ନଗରୀ…

୧୭-ପାକିସ୍ତାନ ଟିଭି ଚ୍ୟାନେଲର ଭାରତର ଜାତୀୟ ପତାକା ‘ତ୍ରିରଙ୍ଗା’ ଉଡୁଥିବା ଦେଖିବାକୁ ମିଳିଛି। ଡନ ନାମକ ନ୍ୟୁଜ ଚ୍ୟାନେଲରେ ହ୍ୟାକର ସାଇବର ଆଟାକ କରିଥିବା ସୂଚନା ରହିଛି

୧୮-ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀ ପଞ୍ଜୀକରଣ ସମୟ ବଢ଼ିଲା : ଅଗଷ୍ଟ ୫ ଯାଏ ଚାଷୀ ବୀମାଭୁକ୍ତ ହୋଇପାରିବେ।

୧୯-ସିନେପ୍ରେମୀଙ୍କ ପାଇଁ ଖୁସି ଖବର । କରୋନାରୁ ସୁସ୍ଥ ହେଲେ ବିଗ୍ ବି’, ରିପୋର୍ଟ ନେଗେଟିଭ୍ ଆସିବାପରେ ହସ୍ପିଟାଲରୁ ହେଲେ ଡିସଚାର୍ଜ, ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରୋନା ସଂକ୍ରମିତ ହୋଇଛନ୍ତି । 

୨୦-ମନ୍ଦିରର ପୁନଃ ନିର୍ମାଣ ଏବଂ ମୂଲ୍ୟବୋଧର ପ୍ରତିଷ୍ଠା’: ରାମମନ୍ଦିର ଭୂମିପୂଜା ପୂର୍ବରୁ ଓଡିଆରେ ଲେଖିଲେ ଉପରାଷ୍ଟ୍ରପତି ।

୨୧- ୧୦୦ ବର୍ଷରେ ଥରେ ଉପୁଜେ କରୋନା ଭଳି ମହାମାରୀ, ଦଶନ୍ଧୀ ଧରି ରହେ ପ୍ରଭାବ: WHO

୨୨-ଲୋକେଟ ହୋଇ ପାରୁନାହାନ୍ତି ରିୟା : ବିହାର ଡିଜିପି କହିଲେ, ‘ପ୍ରମାଣ ମିଳିଲେ ମାଟି ତଳୁ ବି ଖୋଜି ବାହାର କରିବୁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପାଣିପାଗ ଖବର

Mon Aug 3 , 2020
ବାସ୍ତବ ବ୍ୟୁରୋ-ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏକ ସତର୍କ ସୂଚନା ଜାରି କରି କହିଛି ଯେ,ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବହୁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ମଙ୍ଗଳବାର ଅପରାହ୍ନ ସୁଦ୍ଧା ରାଜ୍ୟର ଗଞ୍ଜାମ, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର […]

You May Like

Pin It on Pinterest