ଆଜିର ଖାସ୍ ଖବର

୧-ଉତ୍ତର ବଙ୍ଗୋପସାଗରରେ ଲଘୁଚାପ; ୩ ଦିନ ଧରି ସାରା ରାଜ୍ୟରେ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ।

୨-‌ଭୁବନେଶ୍ୱର ଓ କଟକରୁ ୮ଟି ରୁଟ୍‌ରେ ପୁଣି ଗଡ଼ିଲା ‘ମୋ ବସ୍’ ।

୩-ଏଣିକି ନିୟମିତ ହେବ ବ୍ୟାଙ୍କ ସେବା,୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ବ୍ୟାଙ୍କ କାର୍ଯ୍ୟ ।

୪-ଏସ୍‌ସିବି ଆଇସୋଲେସନ୍‌ରେ ହେବ ଡାଏଲିସିସ୍‌ ବ୍ୟବସ୍ଥା । ୩ଟି ମେସିନ୍‌ରେ ସପ୍ତାହ‌କୁ ୩୦ କିଡ୍‌ନି ରୋଗୀ ପାଇବେ ସୁବିଧା ।

୫-ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଲେ ସନତ କୁମାର ମହାନ୍ତି ।

୬-କେନ୍ଦ୍ରାପଡ଼ା ଜିଲ୍ଲା ବିଧାୟକମାନଙ୍କ ଦାବି: ହରିଦାସପୁର-ପାରାଦୀପ ଲାଇନ୍‌ରେ ଯାତ୍ରୀ ବାହୀ ଟ୍ରେନ୍ ଚଳାଚଳ ହେଉ ।

୭-ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ନାମଲେଖା ଓ ପାଠପଢ଼ା ପାଇଁ ସରକାରୀ ଶିକ୍ଷାନୁଷ୍ଠାନର ଶିକ୍ଷକଙ୍କୁ ଅନ୍‌ଲାଇନ୍‌ ତାଲିମ ।

୮-ଆସନ୍ତା ୫ ତାରିଖରୁ ଖୋଲିବ ଜିମ୍‌ ଓ ଯୋଗ ସେଣ୍ଟର,ଜାରି ହଲା SOP ।

୯-ଆସନ୍ତାକାଲି ରାମ ମନ୍ଦିର ଲାଗି ଭୂମିପଜନ, ଆଜି ହନୁମାନଗଡ଼ିରେ ପୂଜାର୍ଚ୍ଚନା

୧୦-ଅଯୋଧ୍ୟା:ରାମ ମନ୍ଦିର ଭୂମିପୂଜା ପାଇଁ ରୂପା ଇଟା,ରୂପା ପାନ ଓ ରତ୍ନ ଖଚିତ ପୋଷାକ ପ୍ରସ୍ତୁତ। ଆସନ୍ତା ୫ତାରିଖ ୧୨ଟା ୧୫ ମିନିଟ୍ ୧୫ ସେକେଣ୍ଡରେ ହେବ ଶିଳାନ୍ୟାସ।

୧୧-ମୁମ୍ବାଇରେ ପ୍ରବଳ ବର୍ଷା: ମହାନଗରର ତଳିଆ ଅଂଚଳ ଜଳାର୍ଣ୍ଣବ, ସ୍ଥିତି ସଂଗୀନ

୧୨-କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କୁ କରୋନା

୧୩-ଧାରା ୩୭୦ ଲାଗୁ ହେବାକୁ ବର୍ଷେ ପୂରିଲା, ଶ୍ରୀନଗରରେ ଆଜି ଓ କାଲି କର୍ଫ୍ୟୁ

୧୪-ଅଯୋଧ୍ୟା ରାମ ମନ୍ଦିର ପାଇଁ ସୁନା ଇଟା ଦେବେ ବାହାଦୂର ଶାହା ଜାଫରଙ୍କ ବଂଶଜ

୧୫-କୋଭିଡ୍‌-୧୯ ଟିକା : “କୋଭିସିଲ୍”‌ର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଡିସିଜିଆଇର ଅନୁମତି।

୧୬-ଭାରତ-ଚୀନ ଉତ୍ତେଜନା: ସୀମାରେ ଟି-୯୦ ଟ୍ୟାଙ୍କ ଓ ମାଉଣ୍ଟେନ ରେଜିମେଣ୍ଟ ମୁତୟନ ।

୧୭-ସମଗ୍ର ବିଶ୍ୱରେ କୋଟିଏ ୮୪ ଲକ୍ଷ ୩୪ ହଜାର ୮୮୩ ଜଣ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ୬ ଲକ୍ଷ ୯୬ ହଜାର ୮୧୭ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏଥିରୁ ସୁସ୍ଥ ହୋଇଛନ୍ତି କୋଟିଏ ୧୬ ଲକ୍ଷ ୬୫ ହଜାର ୬୬୬ ଜଣ । କିନ୍ତୁ ଏବେବି ୬୦ ଲକ୍ଷ ୭୨ ହଜାର ୪୦୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

୧୮-୬୦ ଦିନ ପ​‌​‌ରେ ପୃଥିବୀ ଫେରିଲା ସ୍ପେସ୍-ଏକ୍ସ: ଦୁଇ ମହାକାଶଚାରୀ ସମ୍ପୂର୍ଣ୍ଣ ସୁସ୍ଥ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ରାଜ୍ୟରେ ୨୮ଟି ଜିଲ୍ଲାରୁ ୧୩୮୪ଜଣ କରୋନା ପଜିଟିଭ୍ ଚିହ୍ନଟ

Tue Aug 4 , 2020
ବାସ୍ତବ ବ୍ୟୁରୋ-ଆଜି ରାଜ୍ୟରେ ୨୮ଟି ଜିଲ୍ଲାରୁ ୧୩୮୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭ ହଜାର ୬୮୧କୁ ବୃଦ୍ଧି ପାଇଛି । ଆଜି ସଙ୍ଗରୋଧ କେନ୍ଦ୍ରରୁ ୮୮୯ ଓ ସ୍ଥାନୀୟ ଅଞ୍ଚଳରୁ ୪୯୫ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୮, ଖୋର୍ଦ୍ଧା ଜିଲ୍ଲାରୁ ୨୦୧, କଟକ […]

You May Like

Pin It on Pinterest