ବାସ୍ତବ ବ୍ୟୁରୋ-ଆଜି ରାଜ୍ୟରେ ୨୮ଟି ଜିଲ୍ଲାରୁ ୧୩୮୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭ ହଜାର ୬୮୧କୁ ବୃଦ୍ଧି ପାଇଛି ।
ଆଜି ସଙ୍ଗରୋଧ କେନ୍ଦ୍ରରୁ ୮୮୯ ଓ ସ୍ଥାନୀୟ ଅଞ୍ଚଳରୁ ୪୯୫ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୮, ଖୋର୍ଦ୍ଧା ଜିଲ୍ଲାରୁ ୨୦୧, କଟକ ଜିଲ୍ଲାରୁ ୧୨୧, ସମ୍ବଲପୁର ଜିଲ୍ଲାରୁ ୮୨, କେନ୍ଦୁଝର ଜିଲ୍ଲାରୁ ୬୬, ସୁନ୍ଦରଗଡ଼ ଜିଲ୍ଲାରୁ ୬୪, କନ୍ଧମାଳ ଜିଲ୍ଲାରୁ ୬୨, ଢେଙ୍କାନାଳ ଜିଲ୍ଲାରୁ ୫୧, କୋରାପୁଟ ଜିଲ୍ଲାରୁ ୪୯, କଳାହାଣ୍ଡି ଜିଲ୍ଲାରୁ ୪୭, ଭଦ୍ରକ ଜିଲ୍ଲାରୁ ୪୦, ଯାଜପୁର ଜିଲ୍ଲାରୁ ୩୯, ଗଜପତି ଜିଲ୍ଲାରୁ ୩୮, ବାଲେଶ୍ବର ଜିଲ୍ଲାରୁ ୩୭, ମାଲକାନଗିରି ଜିଲ୍ଲାରୁ ୩୪, ପୁରୀ ଜିଲ୍ଲାରୁ ୩୪, ନୟାଗଡ଼ ଜିଲ୍ଲାରୁ ୩୧, ମୟୂରଭଞ୍ଜ ଜିଲ୍ଲାରୁ ୨୮, ଜଗତସିଂହପୁର ଜିଲ୍ଲାରୁ ୨୦, ଅନୁଗୁଳ ଜିଲ୍ଲାରୁ ୧୪, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨, ବରଗଡ଼ ଜିଲ୍ଲାରୁ ୧୦, ବଲାଙ୍ଗୀର ଜିଲ୍ଲାରୁ ୫, ଝାରସୁଗୁଡ଼ା ଜିଲ୍ଲାରୁ ୩, ନୂଆପଡ଼ା ଜିଲ୍ଲାରୁ ୩, ବୌଦ୍ଧ ଜିଲ୍ଲାରୁ ୨, ନବରଙ୍ଗପୁର ଜିଲ୍ଲାରୁ ଓ ୨ ସୋନପୁର ଜିଲ୍ଲାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଆଜି ରାଜ୍ୟରେ କରୋନାରେ ଆଉ ୯ଜଣଙ୍କର ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୬କୁ ବୃଦ୍ଧି ପାଇଛି ।

ଆଜି ଗଞ୍ଜାମ ଜିଲ୍ଲାରେ କରୋନାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଯାଜପୁର, ପୁରୀ ଓ ଖୋର୍ଦ୍ଧା ରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାରେ କରୋନାରେ ୬ ଜଣ ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଓ ୪ଜଣ ପୁରୁଷ ଅଛନ୍ତି । ମୃତ ପୁରୁଷମାନଙ୍କ ବୟସ ଯଥାକ୍ରମେ ୪୦, ୫୦, ୬୦ ଓ ୪୬ ବର୍ଷ । ଅପରପକ୍ଷରେ ମହିଳାଙ୍କ ବୟସ ୬୦ ଓ ୭୫ ବର୍ଷ । ଉଭୟେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ।
ଯାଜପୁର, ପୁରୀ ଓ ଖୋର୍ଦ୍ଧାରେ ଯେଉଁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି , ସେମାନେ ସମସ୍ତେ ପୁରୁଷ। ସେମାନଙ୍କର ବୟସ ଯଥାକ୍ରମେ ୫୭, ୪୦ ଓ ୫୫ ବର୍ଷ । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଏହି ୯ଜଣ କୋଭିଡ୍ ପଜିଟିଭ୍ ରୋଗୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।
ଏବେ ରାଜ୍ୟରେ ମୋଟ୍ ୨୩,୦୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୩୫୦ ରହିଛି ।
