
ବାସ୍ତବ ବ୍ୟୁରୋ – ପ୍ରକାଶ ପାଇଲା ଭାରତୀୟ ପ୍ରଶାସନିକ ସେବା ୨୦୧୯ ପରୀକ୍ଷାଫଳ । ପ୍ରଦିପ ସିଂ ୟୁପିଏସସି ସିଭିଲ ସର୍ଭିସେସ୍ (ମେନ୍ସ) ପରୀକ୍ଷା ୨୦୧୯ ରେ ଟପ୍ପର ହୋଇଥିବା ବେଳେ ଜତିନ୍ କିଶୋର ଦ୍ୱିତୀୟ ସ୍ଥାନରେ ଏବଂ ପ୍ରତୀଭା ଭର୍ମା ତୃତୀୟ ସ୍ଥାନରେ ଅଛନ୍ତି । ସେହିପରି ଓଡ଼ିଶାର ଅଭିଷେକ ସରାଫ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ୧୦ ନମ୍ବର ସ୍ଥାନରେ ରହିଛନ୍ତି ସଞ୍ଜିତା ମହାପାତ୍ର । ଆଇଏଏସ୍, ଆପିଏସ୍, ଆଇଆର୍ଏସ୍, ଆଇଏଫ୍ସ ଆଦି ବିଭିନ୍ନ ବର୍ଗର ପରୀକ୍ଷାର୍ଥୀଙ୍କୁ ମିଶାଇ ସମୁଦାୟ ୮୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି ।


ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ସାକ୍ଷାତକାର ୨୦ ଜୁଲାଇରୁ ଆରମ୍ଭ ହୋଇଥିଲା । ଏହାର ଫଳାଫଳ ମଙ୍ଗଳବାର ସକାଳେ ପ୍ରକାଶ ପାଇଛି । ପ୍ରାର୍ଥୀମାନେ ସେମାନଙ୍କର ପ୍ରାର୍ଥୀମାନେ ସେମାନଙ୍କର ପରୀକ୍ଷା ଫଳାଫଳକୁ UPSC ର ଅଫିସିଆଲ ୱେବସାଇଟରୁ ପାଇପାରିବେ ।
ଉଲେଖ୍ୟଯୋଗ୍ୟ ଯେ, ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ରେ ପ୍ରିଲିମ୍ ଏବଂ ମେନ୍ ପାସ୍ କରିବା ପରେ ତୃତୀୟ ଷ୍ଟପ୍ ହେଉଛି ସାକ୍ଷାତକାର ପରୀକ୍ଷା କିନ୍ତୁ କୋଭିଡ-୧୯ ହେତୁ ଏହି ସାକ୍ଷାତକାର ଗୁଡ଼ିକ ପୂର୍ବରୁ ସ୍ଥଗିତ ରଖାଯାଇଥିଲା । ପରେ,UPSC ତରଫରୁ ସାକ୍ଷାତକାର ପରୀକ୍ଷା କୋଭିଡ-୧୯ ର ସବୁ ନିୟମ ପାଳନ କରି ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।
