
ବାସ୍ତବ ବ୍ୟୁରୋ-କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କରୋନା ପଜିଟିଭ ବୋଲି ଜଣାପଡିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ହରିୟାଣାର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।କରୋନାରେ ସଂକ୍ରମିତ ହେବା ପରେ ଧର୍ମେନ୍ଦ୍ର ପ୍ରଧାନ ନିଜେ ଟ୍ୱିଟ୍ କରି ମଙ୍ଗଳବାର ସନ୍ଧ୍ୟାରେ ଜଣାଇଛନ୍ତି ।

ସେ ଟୁଇଟ୍ କରି ଲେଖିଛନ୍ତି, “କୋଭିଡ୍ ୧୯ ଲକ୍ଷଣ ଦେଖାଯିବା ପରେ ମୁଁ ଟେଷ୍ଟ କରାଇଥିଲି ଏବଂ ମୋର ରିପୋର୍ଟ ପଜିଟିଭ୍ ଆସିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି ଏବଂ ସୁସ୍ଥ ଅଛି ।”
ମୋଦୀ ସରକାରରେ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଦ୍ୱିତୀୟ ମନ୍ତ୍ରୀ, ଯାହାଙ୍କର ରିପୋର୍ଟ କରୋନା ପଜିଟିଭ ଆସିଛି । ଏହାପୂର୍ବରୁ କରୋନା ରିପୋର୍ଟ ପଜିଟିଭ ଆସିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦେଶରେ କରୋନା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପ୍ରତିଦିନ ଦେଶରେ ୫୦ ହଜାରରୁ ଅଧିକ କରୋନା ମାମଲା ସାମ୍ନାକୁ ଆସୁଛି ।
