ହାତୀ ଆକ୍ରମଣରେ ମହିଳା ମୃତ ।

କଳାହାଣ୍ଡି ଜିଲ୍ଲାରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ ନର୍ଲା ବ୍ଲକ ଅନ୍ତର୍ଗତ ସେରଗଡ଼ ଗ୍ରାମପଞ୍ଚାୟତ ର ଶ୍ରୀପାଲି ଗ୍ରାମର ବନିତା ପୋଢ଼ (45) ପିତା ରବି ପୋଢ଼ ଏବଂ ତାଙ୍କ ଭାନଜି ବୈଷ୍ଣବୀ ପୋଢ଼ ଙ୍କ ସହିତ ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଗ୍ରାମ ନିକଟସ୍ଥ ଜଙ୍ଗଲ କୁ ଲାଗି ରହିଥିବା ନିଜ ଜମି କୁ ସକାଳ ପ୍ରାୟ ୮ଘଣ୍ଟା ସମୟରେ ଯାଇଥିଲେ ।

ବନିତା ପୋଢ଼ ମହୁଲ ଫୁଲ ସଂଗ୍ରହ କରିବା ସମୟରେ ହଟାତ ପଛ ପଟୁ ଏକ ହାତୀ ଆକ୍ରମଣ କରିଥିବା ବେଳେ ବନିତା ପୋଢ଼ଙ୍କ ମୃତ୍ୟୁ ଘଟିଥିଲା , ସେତିକିବେଳେ ତାଙ୍କ ଭାନଜି ଖଣ୍ଡିଆ ଖବରା ହୋଇ ହାତୀ କବଲରୁ ବର୍ତ୍ତି ଯାଇ ନିଜ ଘରେ ଜଣାଇଥିଲେ । ଏହି ଖବର ଜାଣି ବନବିଭାଗ ର ରେଞ୍ଜର ନୃତ୍ୟ ରାଜ୍ ମାଝୀ ଘଟଣା ସ୍ଥଳରେ ପହଞ୍ଚି ପୋଲିସ କୁ ଜଣାଇଥିଲେ । ନର୍ଲା ପୋଲିସ ପହଂଚି ଘଟଣାର ତର୍ଜମା କରୁଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନର୍ଲା ଠାରେ ପାଳିତ ହେଲା କାମନା ଦଣ୍ଡ ନୃତ୍ୟ !

Sat Apr 20 , 2019
କାମନା ଦଣ୍ଡନୃତ୍ୟ ତା 01,04,1922 ମସିହାରେ ଗଞ୍ଜାମ ଜିଲ୍ଲାରୁ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ର ତଲସଗାର ପଡ଼ା କୁ ଅଣାଯାଇଥିଲା,ଏହି ପର୍ଵ ଚୈତ୍ରମାସରେ ପାଳିତ ହୁଏ,ଏହି କାମନା ଦଣ୍ଡ ନୃତ୍ୟ ମହତ୍ୱ ହେଉଛି ମନର ଭକ୍ତି ଏବଂ କାମନା, ଯେଉଁ ଭକ୍ତ ମାନଙ୍କର ମନରେ କାମନା ଥାଏ ,ତାହେଲେ ତାଙ୍କର ମନସ୍କାମନା ପୂର୍ଣ୍ଣ ହେଲେ କାମନା ଦଣ୍ଡନୃତ୍ୟ କରିବା ପାଇଁ ରାମପୁର ଠାରେ ଥିବା ଦଣ୍ଡନୃତ୍ୟର ଦଳ କୁ […]

You May Like

Pin It on Pinterest