ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ,୨ ପାଇଲଟ୍‌ ସମେତ ୧୪ ମୃତ….

ବାସ୍ତବ ବ୍ୟୁରୋ-ଦୁବାଇରୁ ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ୧୭୦ ଯାତ୍ରୀଙ୍କ ସହ ଶୁକ୍ରବାର ଦିନ କେରଳର କୋଝିକୋଡ ବିମାନବନ୍ଦରରେ ଅବତରଣ କରିବା ସମୟରେ ରନୱେରୁ ଖସି ଯାଇଥିଲା । ପାଇଲଟ ଏବଂ ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଡିଜିସିଏ ଅନୁଯାୟୀ ବିମାନଟି ରନୱେରୁ ଖସି ଏକ କାନ୍ଥରେ ଖସିପଡିଲା ଏବଂ ପରେ ଏକ ଉପତ୍ୟକାକୁ ଖସିଗଲା ଏବଂ ଏହା ଦୁଇ ଭାଗରେ ବିଭକ୍ତ ହେଇଯାଇଥିଲା ।

ଡିଜିସିଏ ଅନୁଯାୟୀ, ଏୟାର ଇଣ୍ଡିଆ ଏକ୍ସପ୍ରେସ AXB1344 ବୋଇଙ୍ଗ ୭୩୭ ଦୁବାଇରୁ କାଲିକଟକୁ ଆସୁଥିଲା। ବିମାନରେ ୧୮୯ ଜଣ ଯାତ୍ରୀ ଥିଲେ । ପ୍ରବଳ ବର୍ଷା ଯୋଗୁଁ ବିମାନଟି ରନୱେରେ ଅବତରଣ କରିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏହି ସମୟରେ ବିମାନ ରନୱେରେ ଦୁଇଖଣ୍ଡ ହୋଇଯାଇଛି । ଏହି ବିମାନରେ ୧୮୯ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟ ରହିଥିଲେ । ଏଥିରେ ୧୦ ଜଣ ଶିଶୁ ଅନ୍ତର୍ଭୁକ୍ତ ଥିଲେ ।

ରିପୋର୍ଟ ଲେଖାଯିବା ବେଳକୁ ୨ ଜଣ ପାଇଲଟ୍‌ଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ୧୨୩ ଜଣ ଆହତ ହୋଇଥିବା ବେଳେ ଏଥିରୁ ୧୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ଅଛି। ସମସ୍ତ ଆହତ ଓ ଗୁରୁତରମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । କେରଳର ମଲାପୁରମ୍‌ ଏସ୍‌ପି ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ଏହି ସୂଚନା ଦେଇଛନ୍ତି । ବିମାନ ଦୁର୍ଘଟଣାରେ ପରେ ବିମାନରେ ୪ ଜଣ ଯାତ୍ରୀ ଫସି ରହିଥିବା ହେତୁ ସିଆଇଏସ୍‌ଏଫ୍‌ର ଯବାନମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଏନ୍‌ଡିଆରଏଫର ଯବାନମାନେ ଘଟଣାସ୍ଥଳକୁ ପହଞ୍ଚିଛନ୍ତି ।

ଦୁର୍ଘଟଣା ସମ୍ବେଦନଶୀଳ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କ ସହ କଥା ହୋଇଛନ୍ତି । ଏହି ଘଟଣାକୁ ନେଇ ରାଷ୍ଟ୍ରପତି କୋବିନ୍ଦ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଯାତ୍ରୀ, କ୍ରୁ ସଦସ୍ୟ ଓ ସେମାନଙ୍କର ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Aug 8 , 2020
ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୮ । ୧୧ ତାରିଖ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା । ଅର୍ଥ, କ୍ରୀଡ଼ା, ସଂସ୍କୃତି ସମେତ ୪ ବିଭାଗରେ ଅନ୍‌ଲାଇନ୍‌ ସେବା । ଭୁବନେଶ୍ୱର: ଆଜି – କାଲି ସପ୍ତାହାନ୍ତ ସଟ୍ ଡାଉନ୍ । ଅଗଷ୍ଟ ମାସ ଶେଷ ଯାଏଁ ଲାଗୁ । ରାଜ୍ୟରେ ପୋଲିସ ବିଭାଗର ପ୍ରଶସ୍ତିକରଣ ଉପରେ […]

You May Like

Pin It on Pinterest