ନର୍ଲା ଠାରେ ପାଳିତ ହେଲା କାମନା ଦଣ୍ଡ ନୃତ୍ୟ !

କାମନା ଦଣ୍ଡନୃତ୍ୟ ତା 01,04,1922 ମସିହାରେ ଗଞ୍ଜାମ ଜିଲ୍ଲାରୁ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ର ତଲସଗାର ପଡ଼ା କୁ ଅଣାଯାଇଥିଲା,ଏହି ପର୍ଵ ଚୈତ୍ରମାସରେ ପାଳିତ ହୁଏ,ଏହି କାମନା ଦଣ୍ଡ ନୃତ୍ୟ ମହତ୍ୱ ହେଉଛି ମନର ଭକ୍ତି ଏବଂ କାମନା, ଯେଉଁ ଭକ୍ତ ମାନଙ୍କର ମନରେ କାମନା ଥାଏ ,ତାହେଲେ ତାଙ୍କର ମନସ୍କାମନା ପୂର୍ଣ୍ଣ ହେଲେ କାମନା ଦଣ୍ଡନୃତ୍ୟ କରିବା ପାଇଁ ରାମପୁର ଠାରେ ଥିବା ଦଣ୍ଡନୃତ୍ୟର ଦଳ କୁ ନିମତ୍ରଣ ଦେଇଥାନ୍ତି,

ଏହି ନିମନ୍ତ୍ରଣ ପାଇବା ପରେ,ତାଙ୍କର ଦଳ ସହିତ ମା କାଳୀଙ୍କର ପ୍ରତିମା ଧରି ଖାଲି ପାଦରେ ଚାଲି, ଚାଲି ଆସି ପହଁଚିଯାଇଥାନ୍ତି ଦାତାର ଘର ଦୁଆର ମୁହଁରେ,ଏହି ଦଣ୍ଡନୃତ୍ୟ ଦେଖିବାକୁ ମିଳିଥିଲା ନର୍ଲା ଏବଂ ମଣ୍ଡେଲ ଗ୍ରାମରେ ,ନର୍ଲା ର ମିଶ୍ର,ପୁଝ।ରି ଏବଂ ମଣ୍ଡେଲ ଗ୍ରାମର ବହିଦାର ଦମ୍ପତିଙ୍କ ଦୁଆରେ ପ୍ରଥମେ ମା କାଳୀଙ୍କର କୁମ୍ଭକଲସ ସ୍ଥାପନ।

କରି,ବନ୍ଦାପଣାକରିଥିଲେ,ତାପରେ ବରଣ କରି ପୂଜାପାଠ କରିଥିଲେ, ତାପରେ ଦଳର ପୁଝ।ରି ମ।ନେ ଧୁଳିଆ ଦାଣ୍ଡ ନୃତ୍ୟ କରି ରାତି ରେ ଅଗ୍ନି ସଂଯୋଗ କରି ନୃତ୍ୟ ପରିବେଷଣ କରିଥିଲେ, ଏହି ଦଣ୍ଡ ନୃତ୍ୟ ଦେଖିବା ଦ୍ବାରା ମନରେ ଶାନ୍ତି ମିଳେ,ରୋଗରୁ ମୁକ୍ତି ମିଳେ ବୋଲି ଉଲ୍ଲେଖ ରହିଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ସ୍ୱାଗତ ସମ୍ବର୍ଧନା କେନ୍ଦ୍ର ମନ୍ତ୍ରୀ ଙ୍କୁ

Sat Jun 8 , 2019
ବାସ୍ତବ ଭୁବନେଶ୍ୱର- ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ସଢଙ୍ଗି ,ବିମାନ ବନ୍ଦରରେକିଛି ସମୟପରେ ପହଞ୍ଚି ବାପରେ ଦଳିୟ ନେତା ଓ କର୍ମୀ ସ୍ୱାଗତ କରିବା ପରେ ,ବିମାନ ବନ୍ଦର ରୁ ସିଧା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯିବେ।ଏହାପରେ ଅପରାହ୍ନ୪ଟା ସମୟରେ ଭୁବନେଶ୍ୱରସ୍ଥ ପ୍ରଦର୍ଶନୀ ପଡିଆରେ ଭବ୍ୟସମ୍ବର୍ଧନା ସଭାରେ ପହଞ୍ଚିବେ ।ଏଥିପାଇଁ ବିଜେପି ଓଡିଶା ତରଫରୁ ପ୍ରଦର୍ଶନୀ ପଡିଆରେ ପାଖା ପାଖି ଛ’ଟି ଜିଲ୍ଲା […]

You May Like

Pin It on Pinterest