ଆଜିର ଖାସ୍ ଖବର

ଚଳିତ ସପ୍ତାହରେ ଯୁକ୍ତ୨ ବିଜ୍ଞାନ ଫଳ ପ୍ରକାଶ ପାଇବ ।

ରାଜ୍ୟରେ ମନ୍ଦିର ଖୋଲିବା ପ୍ରସଙ୍ଗ, ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି କରିବେ ହାଇକୋର୍ଟ ।

ଆଜି ରାଜ୍ୟର ୭ ଜିଲ୍ଲାରେ ଅତିପ୍ରବଳ ବର୍ଷା ।

ଅପରାହ୍ନ ୫ଟାରେ ଗଞ୍ଜାମ ଜିଲ୍ଲାର ସରପଞ୍ଚମାନଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ।

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ : ସାମିଲ ହେବେ ୩୦ କରୋନା ଯୋଦ୍ଧା ।

ପନିପରିବା ବିକାଳୀ ଓ ଫେରୀଵାଲାଙ୍କର କରୋନା ଟେଷ୍ଟ କରାଇବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ରର ପରାମର୍ଶ।

ରାଜ୍ୟର ସବୁ ଜିଲ୍ଲାରେ ଏବେ ଶହେରୁ ଅଧିକ ରୋଗୀ।

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ : ୧୦୧ ରକ୍ଷା ଉପକରଣର ଆମଦାନୀ ଉପରେ ରୋକ୍ ଲଗାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।

କେରଳର ଇଡୁକି ଜିଲ୍ଲାରେ ହୋଇଥିବା ଭୂସ୍ଖଳନରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି।

ବିହାରରେ ବନ୍ୟାର କରାଳ ରୂପ । ଜୀବନ ଜୀବିକା ଉପରେ ଦାଉ ସାଧିଲା ବନ୍ୟା । ୭୩ଲକ୍ଷ ଲୋକ ବନ୍ୟା ପ୍ରଭାବିତ, ୧୨୨୩ ପଂଚାୟତରେ ପଶିଲା ପାଣି ।

ଆଜି ‘ଆତ୍ମ ନିର୍ଭର ଭାରତ ଶପଥ’ ଶୁଭାରମ୍ଭ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ଭାରତରେ ୨,୧୫,୦୭୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୧୫୩୫୭୪୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ବାକି ୪୪୩୮୬ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୩୪୯୪୫ ରହିଛି । 

ନେପାଳକୁ ୧୦ଟି ଭେଣ୍ଟି‌ଲେଟର ଦେଲା ଭାରତ।

 ବିଶ୍ୱରେ ୨ କୋଟି ୨୧ ହଜାର ୩୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ ଲକ୍ଷ ୩୩ ହଜାର ୯୧୮ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରୁ କୋଟିଏ ୨୮ ଲକ୍ଷ ୯୬ ହଜାର ୮୯୫ ଜଣ ସୁସ୍ଥ ହୋଇଥିଲା ବେଳେ ୬୩ ଲକ୍ଷ ୯୦ ହଜାର ୫୦୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ ଚତୁର୍ଥବାର ଶପଥ ଗ୍ରହଣ କଲେ ମହିନ୍ଦା ରାଜପକ୍ଷେ ।

ଚୀନକୁ ମିଳିବ ଆହୁରି ଦୃଢ ଜବାବ, ଭାରତ ଆରମ୍ଭ କଲା ପ୍ରୋଜେକ୍ଟ ‘ଚିତା’ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଙ୍କୁ କରୋନା...

Mon Aug 10 , 2020
ବାସ୍ତବ ବ୍ୟୁରୋ-ଦେଶରେ କରୋନା ଭାଇରସ୍ ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ ଥିବା ଜଣାପଡିଛି । ସୋମବାର ଅପରାହ୍ନରେ ପ୍ରଣବ ମୁଖାର୍ଜୀ ଏହି ସୂଚନା ଦେଇଛନ୍ତି । ପ୍ରଣବ ମୁଖାର୍ଜୀ ଟୁଇଟ୍‌ କରି ଲେଖିଛନ୍ତି ଯେ, “ଅନ୍ୟ କାମ ପାଇଁ ଡାକ୍ତରଖାନା ଗସ୍ତରେ ଆସିଥିବା ବେଳେ ଆଜି ମୋର କରାଯାଇଥିବା କୋଭିଡ-୧୯ ରିିପୋର୍ଟ ପଜିଟିଭ୍ ଆସିଛି । ଗତ ସପ୍ତାହରେ […]

You May Like

Pin It on Pinterest