ପାଣିପାଗ ଖବର

ବାସ୍ତବ ବ୍ୟୁରୋ-ଆଜି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରି କୁହାଯାଇଛି କି,ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ତତ୍‌ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ସକାଳେ ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ହେବାର ସମ୍ଭାବନା ରହିଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ପ୍ରଭାବ ଅଧିକ ରହିବ । ଏହି ସମୟ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ରାୟଗଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଦୃଷ୍ଟିରୁ ଏହି ସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏଥିସହ କନ୍ଧମାଳ, ବୌଦ୍ଧ, ନୟାଗଡ଼, ନୂଆପଡ଼ାରେ, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟରେ, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଓ ସୋନପୁର ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଣୁ ଆସନ୍ତା ୧୩ ତାରିଖ ଯାଏଁ ଏହି ସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Aug 11 , 2020
ଆଜି ପବିତ୍ର ଜନ୍ମାଷ୍ଟମୀ : ଜନ୍ମନେବେ ଭଗବାନ ଶ୍ରୀକୃଷ୍ଣ, କରୋନା ଲାଗି ଘରେ ରହି ଆରାଧନା ପାଇଁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ।  ପିଜି ନାମଲେଖା ପାଇଁ ଏଥର ଏକକ ପ୍ରବେଶିକା ପରୀକ୍ଷା, ଅଗଷ୍ଟ ୧୨ରୁ ୩୧ ଯାଏ ଆବେଦନ ।  ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ମନ୍ଦିର ଖୋଲିବା ନେଇ ସରକାର ନେବେ ନିଷ୍ପତ୍ତି ।  ୧୨‌‌ରେ +୨ ବିଜ୍ଞାନ ପରୀକ୍ଷାଫଳ, ମଧ୍ୟାହ୍ନ ସାଢ଼େ୧୨ଟା ପରେ ଜାଣି ହେବ । […]

You May Like

Pin It on Pinterest