ଆଜି ପ୍ରକାଶ ପାଇବ +୨ ବିଜ୍ଞାନ ପରୀକ୍ଷା ଫଳ ।
ଆଜିଠୁ ପିଜି ନାମଲେଖା ଲାଗି ଆବେଦନ, ୫ଟି ବିଷୟ ଓ ୧୦ ଶିକ୍ଷାନୁଷ୍ଠାନ ପାଇଁ ଆବେଦନ କରିପାରିବେ । ଭିନ୍ନକ୍ଷମ ଓ କିନ୍ନରଙ୍କୁ ଆବେଦନ ଫି’ ଦେବାକୁ ପଡ଼ିବନି, ୧୧ ବିଶ୍ବବିଦ୍ୟାଳୟ ଓ ୫ କଲେଜରେ ହେବ ପରୀକ୍ଷା କେନ୍ଦ୍ର ।
ଆଜି ଓଡିଶା ବିଧାନସଭାର ପ୍ରଥମ ବାଚସ୍ପତି ସ୍ବର୍ଗତ ମୁକୁନ୍ଦ ପ୍ରସାଦ ଦାସଙ୍କର ୧୩୩ ତମ ଜନ୍ମଜୟନ୍ତୀ ।
୧୩ ଓ ୧୪ରେ ସାରା ରାଜ୍ୟରେ ଭଲ ବର୍ଷା ।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ରାଜ୍ୟ କ୍ୟାବିନେଟ, 18 ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର ।
ସମ୍ବଲପୁର ସହରରେ ୧୪୪ ଧାରା ଲାଗୁ । ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ୧୦ଟି ସ୍ଥାନରେ ୧୪୪ ଧାରା ଲାଗୁ ।
ଭାରତରେ ୨୩, ୨୯, ୬୩୯ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୧୬୩୯୫୯୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ବାକି ୪୬୦୯୧ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୩୯୪୮ ରହିଛି ।
ସଞ୍ଜୟ ଦତ୍ତଙ୍କୁ ଫୁସଫୁସ କ୍ୟାନସର, ଅଛନ୍ତି ଥାର୍ଡ ଷ୍ଟେଜରେ, ଚିକିତ୍ସା ପାଇଁ ଯିବେ ବିଦେଶ ।
ଖ୍ୟାତନାମା କବି ରାହତ ଇନ୍ଦୋରୀଙ୍କ ପରଲୋକ ।
ଜମ୍ମୁ ଓ କଶ୍ମୀରର ପୁଲୱାମାରେ ଗୁଳିବିନିମୟ: ଜଣେ ଯବାନ ସହିଦ, ଜଣେ ଆତଙ୍କବାଦୀ ନିହତ ।
ଅବିଭକ୍ତ ହିନ୍ଦୁ ପରିବାର ସମ୍ପତ୍ତିରେ ଝିଅମାନଙ୍କର ସମାନ ଦାୟାଦ ଅଧିକାର, ଝିଅ ସାରା ଜୀବନ ଝିଅ: ସୁପ୍ରିମ୍ କୋର୍ଟ ।
ଭାରତରେ ଜଳ ସମସ୍ୟା ଆଣିବ ତିବ୍ବତର ନଦୀବନ୍ଧ ।
ସାରା ବିଶ୍ୱରେ ୭ ଲକ୍ଷ ୪୪ ହଜାର ୫୨୭ ଜଣଙ୍କର କରୋନା ଜୀବନ ନେଇ ସାରିଛି । ମୋଟ ୨ କୋଟି ୫ ଲକ୍ଷ ୩ ହଜାର ୨୮୦ ଜଣ ଲୋକ କରୋନା ଭାଇରସର ଶିକାର ହୋଇସାରିଛନ୍ତି । ଏଥିରୁ କୋଟିଏ ୩୪ ଲକ୍ଷ ୨୬ ହଜାର ୯୫୭ ଜଣ ସୁସ୍ଥ ହୋଇଥିବା ବେଳେ ୬୩ ଲକ୍ଷ ୩୧ ହଜାର ୭୯୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।
ଆମେରିକାର ଉପରାଷ୍ଟ୍ରପତି ପ୍ରାର୍ଥିନୀ ଭାବେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ୍ଙ୍କୁ ଚୟନ କଲେ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ ।




