
ବାସ୍ତବ ବ୍ୟୁରୋ (ଖଣ୍ଡପଡା)- ଶାସକ ଦଳର ପୁରୁଖା ରାଜନେତା ଖଣ୍ଡପଡାର ବିଧାୟକ,ହେଲେ ଖଣ୍ଡପଡା ର ସମଶ୍ୟା ସହ ସେ ଯେପରି ଅନଭିଜ୍ଞ ପରି ଲାଗେ।ରାସ୍ତା ଘାଟ ହେଉବା ନିର୍ବାଚନ ମଣ୍ଡଳୀର ସମଶ୍ୟା କିଛି ଯେପରି ତାଙ୍କ କାନରେ ବାଯେନା। ବିଦ୍ୟୁତ ସାମାଜିକ ଜୀବନରେ ସବୁଠାରୁ ଜରୁରୀ ହୋଇପଡିଥିବାବେଳେ,ସେସୁ ସମୟରେ ଯଥାକଥା ଚଳିଯାଉଥିଲେ ଖଣ୍ଡପଡାବାସି। ହେଲେ ଟା ଟା କମ୍ପାନୀ ଦାଇତ୍ଵ ନେବାପରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଚଂଳବାସି । ଖଣ୍ଡପଡ଼ାଗଡ଼ ନିକଟରେ ଥିବା ସମସ୍ତ ଗ୍ରାମର ଲୋକମାନେ ଅଭିଯୋଗ କରିଛନ୍ତି ଯେ ଦିନେ ଦିନେ ନୁହେଁ ସବୁବେଳେ ଦିନରେ ଟିକିଏ ସମୟ ପାଇଁ କରେଣ୍ଟ୍ ରହୁଥିବା ବେଳେ ବେଳେ୧୦୦ଥର କଟୁଚି ,ଏପରିକି ୨ ମାସ ହେବ ରାତିରେ କରେଣ୍ଟ୍ ରହୁନି କହିଲେ ଚଳେ ।ବାରମ୍ବାର ବିଦ୍ୟୁତ୍ କଟ୍ ହେବା ଫଳରେ ,ବିଦ୍ୟୁତ୍ ଚାଳିତ ସରଞ୍ଜାମ ଖରାପ ହେଉଛି । ପ୍ରତିଦିନସନ୍ଧ୍ୟା ସମୟରେ ଓ ରାତିସାରା ଲାଇନ୍ କାଟିବାସାଧାରଣ କଥା ହୋଇଛି।
ଗତ ଦୁଇଦିନ ହେବ ଲାଇନ୍ ନାହିଁ, ଆଜି ଅଗଷ୍ଟ ୧୫ ସରକାରୀ ଘୋଷଣାନୁସାରେ କୋରୋନା ମହାମାରୀ ସତର୍କତା ଦୃଷ୍ଟିରୁ ସମସ୍ତେ ନିଜଘରେ ରହି ,ଦେଶ ତଥା ରାଜ୍ୟର ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଦୁରଦର୍ଶନ ମାଧ୍ୟମରେ ଦେଖିବା ପାଇଁ। କିନ୍ତୁ ଦୁର୍ଭାଗ୍ୟର କଥା ଟାଟା କଂପାନୀ ର ବିଚାରରେ ତାହା ନାହିଁ ।ସ୍ଥାନୀୟ ପ୍ରଶାସନ ଓ ନିର୍ବାଚିତ ବିଧାୟକ ମହୋଦୟ ଏଥପ୍ରତି ଦୃଷ୍ଟି ଦେବାକୁ, ପଠାଣି ସାମନ୍ତ ମହାବିଦ୍ୟାଳୟ ଏରିଆ ସହିତ ବାଇଗୁଣିଆ, ବାହାଡା ଗ୍ରାମ,ଓ କଲେଜ ଛକ,ବନମାଳୀ ପୁର ତଥା ପାଖ ଅଚଂଳବାସି ନିବେଦନ କରିଛନ୍ତି। ଆଶାକରୁ ପ୍ରଶାସନ ଏଥିପ୍ରତି ନଜର ଦେବେ ।(ଖଣ୍ଡପଡ଼ାରୁ ଲକ୍ଷ୍ମୀଧର ଷଡଙ୍ଗୀଙ୍କ ରିପୋର୍ଟ)



