ବାସ୍ତବ ଭୁବନେଶ୍ୱର-ଓଡିଆ ବିଜେପି ପଖ୍ୟରୁ ଗତକାଲି, ପ୍ରଦର୍ଶନୀ ପଡିଆର ଠିକ୍ ସେଇ ସ୍ଥାନରେ(ଯୋଉଠି ମୁଖ୍ୟମନ୍ତ୍ରୀ ଙ୍କ ଶପଥ ଗ୍ରହଣ ଉଛ୍ଛବପାଳନ ହୋଇଥିଲା)କେନ୍ଦ୍ର ମନ୍ତ୍ରୀ ତଥା ନିର୍ବାଚିତ ସାସଂଦ ଓବିଧାୟକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହା ବୁଦ୍ଧିଜୀବୀମହଲରେ
ଯେତିକି କୋୖତୁହଳ ସୃଷ୍ଟି କରଛି ସେତିକି ଆଗକୁ ବିଧାନସଭା ରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବାର ସୁରାକ ପାଇପାରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଦ୍ୱୟଙ୍କ ପ୍ରଥମ ଓଡିଶା ଗସ୍ଥ ହୋଇଥିବାରୁ ବହୁ ଧୁମଧାମରେ ପାଳନ କରିବାକୁ ଚେଷ୍ଟା କରାଯାଇ ଥିଲେ ମଧ୍ୟ, କେଉଁଠି ନା କେଉଁଠି ଓଡିଶା ବିଜେପି ରେ ମତାନ୍ତର ମନାନ୍ତର ର ଗନ୍ଧ ବାରି ହୋଇ ପଡୁଥିଲା।ସର୍ବପରି ବିମାନ ବନ୍ଦରରେ ମନ୍ତ୍ରୀ ଆସିବା ବେଳେ ଦୁଇ ଗୋଷ୍ଠୀ ଙ୍କ କନ୍ଦଳ ତ ସଭା ମନ୍ଚରେ ଭୁବନେଶ୍ୱର ସାସଂଦ ଅପରାଜିତା ଙ୍କ ସହିତ ସାସଂଦ ଜୁଏଲ୍ ଓରାମ ଓ ସୁରେଶପୁଝାରୀଙ୍କ ଅନୁପସ୍ଥିତି । ଅପରାଜିତା ଶ୍ୱାସ୍ଥଗତ ସମସ୍ୟା ର ଆଳ ନେଉଥିଲାବେଳେ ଅନ୍ୟଦୁଇ ସାସଂଦ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।ଏହାର କାରଣ ଯାହାହେଉନା କାହିଁକି ,ହେଲେ ଏ କାହିଁକି ର କାରଣ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ଶୃଷ୍ଠି କରିଚି …..।


