ଲଘୁଚାପ ପ୍ରଭାବ, ରାଜ୍ୟରେ ଆହୁରି ୨ ଦିନ ବର୍ଷା ।
ଜଳବନ୍ଦୀରେ ଜୟପୁର ଗାଁ : ବଢୁଛି ନଦୀର ଜଳସ୍ତର, ଚିନ୍ତାରେ ଗ୍ରାମବାସୀ ।
ବିଭିନ୍ନ ସ୍ଥାନରେ ବର୍ଷା: କାମାକ୍ଷାନଗରରେ ପୋଲ ଭାସିଲା, ମାଲକାନଗିରିରେ ଯୋଗାଯୋଗ ବିଚ୍ଛିନ୍ନ ।
ପୁରୀରେ ଲଗାଣ ବର୍ଷାରେ ବୁଡ଼ିଲା ବାଇଶି ପାହାଚ, ଗୁମୁଟରେ ଆଣ୍ଠୁଏ ପାଣି ।
ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ୯ଟି ଗେଟ୍ ।
ପୁରୀରେ ନନ୍ଦିଘୋଷ ରଥ ଖୋଲା ଆରମ୍ଭ, ସରିଲା ତାଳଧ୍ବଜ କାମ ।
କରୋନା ସଂକ୍ରମଣ ସମୟରେ ଓଡ଼ିଶାକୁ ୧୨ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି : ମୁଖ୍ୟମନ୍ତ୍ରୀ ।
ଶିଶୁଙ୍କ ପୋଷଣ ସାଧନ ପାଇଁ ସୁନ୍ଦରଗଡ଼ ଅଙ୍ଗନବାଡ଼ିରେ ‘ମାଣ୍ଡିଆ ଲଡୁ’ ଓ ‘ସ୍ପିରୁଲିନା ଚିକି’ ବଣ୍ଟନ ।
ଆଜି ବାଜପେୟୀଙ୍କର ଶ୍ରାଦ୍ଧ ବାର୍ଷିକୀ, ଶ୍ରଦ୍ଧାଞ୍ଜଳି ଦେଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ-ପିଏମ ମୋଦୀ ।
ଭାରତରେ ଅଛି ୪୫ ହଜାରରୁ ଅଧିକ ଏମବିବିଏସ୍ ଏବଂ ଏମଡ଼ି ସିଟ୍ : ପ୍ରଧାନମନ୍ତ୍ରୀ ମୋଦୀ ।
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଏବଂ ସୁରେଶ ରାଇନା ।
ବିଶ୍ୱରେ ୨ କୋଟି ୧୬ ଲକ୍ଷ ୩୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ ଲକ୍ଷ ୬୮ ହଜାର ୬୦୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରୁ କୋଟିଏ ୪୩ ଲକ୍ଷ ୨୧ ହଜାର ୮୪୪ ଜଣ ସୁସ୍ଥ ହୋଇଥିଲା ବେଳେ ୬୫ ଲକ୍ଷ ୯ ହଜାର ୯୧୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।




