ଆଜିର ଖାସ୍ ଖବର

ଆଜି ପବିତ୍ର ଗଣେଶ ଚତୁର୍ଥୀ। 

ଆସୁଛି ବଡ଼ ବର୍ଷା । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ରୁ ୨୬ ତାରିଖ ଯାଏଁ ଲଗାଣ ବର୍ଷା ହେବ ଓଡ଼ିଶାରେ । ଏ ନେଇ ସତର୍କ କରାଇ ଦେଇଛି ପାଣିପାଗ ବିଭାଗ ।

ରବିବାର ଦିନ ରାଉରକେଲାରେ ହେବନି ସଟ୍‌ଡାଉନ୍‌, ନୂଆଖାଇ ପାଇଁ କଟକଣା କୋହଳ ।

ସେପ୍ଟେମ୍ବରରେ ହିଁ ଜେଇଇ ମେନ୍‌ ଓ ନିଟ୍‌, ତାରିଖରେ ପରିବର୍ତ୍ତନ ହେବନି: ଏନଟିଏ ।

ସଡକ, ସେତୁ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ଉନ୍ନୟନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯାଇ ଲୋକଙ୍କ ପାଇଁ ଜୀବିକା ସୃଷ୍ଟି କରାଯିବ:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହୀରାକୁଦର ୨ଟି ଗେଟ୍‌ ବନ୍ଦ କରାଯାଇଛି । ଆଉ ୧୩ଟି ଗେଟ୍‌ ଦେଇ ମହାନଦୀକୁ ଜଳ ନିଷ୍କାସିତ ହେଉଛି ।

ସେପ୍ଟେମ୍ବର ୩୦ ସୁଦ୍ଧା ପିଜି ଓ ୟୁଜି ଶେଷବର୍ଷ ପରୀକ୍ଷା କରାଇବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିର୍ଦେଶକୁ ବିରୋଧ କରି ସୁପ୍ରିମକୋର୍ଟରେ ଚାଲିଥିବା ମାମଲାରେ ଆଜି ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜି ୧୬ ପୃଷ୍ଠାର ଲିଖିତ ଯୁକ୍ତି ଦାଖଲ କରାଯାଇଛି। 

ସମଗ୍ର ଦେଶରେ ୨୯ ୭୫ ୭୦୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୨୨୨୫୭୭ ଜଣ ସୁସ୍ଥ ହୋଇଥିବା ବେଳେ  ୫୫୭୯୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୯୭୩୩୦ ରହିଛି ।

ପ୍ରାଇଭେଟ ଚାକିରିରେ ସ୍ଥାନୀୟ ଯୁବକଙ୍କୁ ୭୫% ସଂରକ୍ଷଣ ଦେବାକୁ ବିଧେୟକ ଆଣିବ ହରିୟାଣା

ଶୁକ୍ରବାର ସନ୍ଧ୍ୟାରେ ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ପାକିସ୍ତାନ ସେନା ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଠାରେ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି। 

ପୂର୍ବତନ ଅର୍ଥ ସଚିବ ରାଜୀବ କୁମାରଙ୍କୁ ନୂତନ ନିର୍ବାଚନ କମିସନର ଭାବେ ନିଯୁକ୍ତି ଦିଆଯାଇଛି। ଅଗଷ୍ଟ ୩୧ ତାରିଖରେ ସେ ବିଦାୟୀ ନିର୍ବାଚନ କମିସନର ଅଶୋକ ଲାଭସାଙ୍କ ସ୍ଥାନ ନେବେ ବୋଲି ଆଇନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଚୀନକୁ ଆଉ ଏକ ଝଟକା: ମଧ୍ୟ ଦ୍ରୁତଗାମୀ ଟ୍ରେନର ଟେଣ୍ଡର ବାତିଲ କଲା ଭାରତୀୟ ରେଳବାଇ

ଚୀନ ନାଗରିକଙ୍କ ଉପରେ ଭିସା କଟକଣା ଲଗାଇଲା ଭାରତ ।  ଏଣିକି ଚୀନ ନାଗରିକ, ବ୍ୟବସାୟୀ, ଶିଳ୍ପ ବିଶେଷଜ୍ଞ, ଶିକ୍ଷାବିତମାନଙ୍କୁ ଭିସା ଜାରି କରାଯିବା ପୂର୍ବରୁ ସୁରକ୍ଷା ସମ୍ପର୍କିତ କ୍ଲିୟରାନ୍ସ ଆବଶ୍ୟକ ପଡ଼ିବ ।

ବିଶ୍ୱରେ ୨ କୋଟି ୩୦ ଲକ୍ଷ ୯୮ ହଜାର ୧୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ଲକ୍ଷ ୨ ହଜାର ୩୬୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରୁ କୋଟିଏ ୫୬ ଲକ୍ଷ ୯୦ ହଜାର ଜଣେ ସୁସ୍ଥ ହୋଇଥିଲା ବେଳେ ୬୬ ଲକ୍ଷ ୫ ହଜାର ୬୭୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । 

୨ ବର୍ଷ ଯାଏଁ ରହିବ ମହାମାରୀ କରୋନା ଭାଇରସ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Aug 23 , 2020
ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ୨୯୯୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮ହଜାର ୫୩୦କୁ ବୃଦ୍ଧିପାଇଛି । ଏବେ ରାଜ୍ୟରେ ମୋଟ୍ ୫୨୨୭୬ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୭୯୨ ରହିଛି। ୨୦୨୦-୨୧ ଶିକ୍ଷାବର୍ଷ ଲାଗି ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସିଲାବସ୍‌ ୩୦% କମିବ ପାଠ୍ୟକ୍ରମ, ସେପ୍ଟେମ୍ବରରେ ହାଇସ୍କୁଲ ଖୋଲିବାକୁ ଚାଲିଛି ପ୍ରସ୍ତୁତି ।  ଉଚ୍ଚ ମାଧ୍ୟମିକ […]

You May Like

Pin It on Pinterest