ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ୨୯୯୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮ହଜାର ୫୩୦କୁ ବୃଦ୍ଧିପାଇଛି । ଏବେ ରାଜ୍ୟରେ ମୋଟ୍ ୫୨୨୭୬ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୭୯୨ ରହିଛି।
୨୦୨୦-୨୧ ଶିକ୍ଷାବର୍ଷ ଲାଗି ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସିଲାବସ୍ ୩୦% କମିବ ପାଠ୍ୟକ୍ରମ, ସେପ୍ଟେମ୍ବରରେ ହାଇସ୍କୁଲ ଖୋଲିବାକୁ ଚାଲିଛି ପ୍ରସ୍ତୁତି ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମର ରି-ଚେକିଂ ଓ ରି-ଆଡିସନ୍ ଆରମ୍ଭ ।
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୨୪ରୁ ପ୍ରବଳ ବର୍ଷା ।
ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ, ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗିହେବ ନବାନ୍ନ ।
ଭାରତରେ ପ୍ରଥମ କରୋନା ଟିକା ‘କୋଭିଶିଲ୍ଡ’ ୭୩ ଦିନ ମଧ୍ୟରେ ବଜାରରେ ଉପଲବ୍ଧ ହେବ । ମାଗଣା କରୋନା ଟିକା ପ୍ରଦାନ କରିବେ ସରକାର ।
ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସାମିଲ ହେବେ ଏନଡିଆରଏଫ୍ର ମହିଳା ଟିମ୍ ।

ସମଗ୍ର ଦେଶରେ ୩୦,୪୪,୯୪୦ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୨୮୦୫୬୬ ଜଣ ସୁସ୍ଥ ହୋଇଥିବା ବେଳେ ୫୬୭୦୬ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୭୬୬୮ ରହିଛି।
ଚୀନରୁ ଅଟୋମୋବାଇଲ ଉପକରଣ ଆମଦାନୀ କମାଇବ ଭାରତ ।
