ଆଜିର ଖାସ୍ ଖବର

ଆଜିଠାରୁ ବ୍ରହ୍ମପୁର ସହରର ସୀମାକୁ କଟକଣା ମୁକ୍ତ କରାଗଲା, ସକାଳ ୫ଟାରୁ ରାତି ୮ଟା ଯାଏ ଦୋକାନ ବଜାର ଖୋଲା ରହିବ ।

ଏସ୍‌ସିବିର ନ୍ୟୁ‌ ମେଡିସିନ୍‌ ବିଭାଗ କୋଠାରେ ହେବ ୨୫୦ ଶଯ୍ୟା କୋଭିଡ ହସ୍ପିଟାଲ୍‌ ।

ସାରା ରାଜ୍ୟରେ ୨୮ ତାରିଖ ପର୍ଯ୍ୟନ୍ତ ବିଶେଷକରି ଉପକୂଳ, ଉତ୍ତର, ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ନୂତନ ଶିକ୍ଷା ନୀତି-୨୦୨୦ ଲାଗୁ କରିବା ପୂର୍ବରୁ ଦେଶର ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଧ୍ୟକ୍ଷଙ୍କ ମତାମତ ଲୋଡ଼ିଲା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ।

ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତବର୍ଷର ଜାତୀୟ ପୁରସ୍କାର ପାଇଁ ଚୟନ ହୋଇଥିବା ଦେଶର ୪୭ ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ତାଲିକାରେ ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କ ନାମ ସାମିଲ  ଦୁଇ ଓଡ଼ିଆ ଶିକ୍ଷକ ହେଲେ, ବୌଦ୍ଧ ଜିଲ୍ଲାର ହରଭଙ୍ଗାର ସରସରାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ କୁମାର ସାହୁ ଓ ଭୁବନେଶ୍ବରର ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଶିକ୍ଷକ ତାପସ କୁମାର ମହାନ୍ତି ।

ସମଗ୍ର ଦେଶରେ ୩୧,୦୬,୩୪୮ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୩୩୮୦୩୫ଜଣ ସୁସ୍ଥ ହୋଇଥିବା ବେଳେ ୫୭୫୪୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୧୦୭୭୧ ରହିଛି ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଚଳଚ୍ଚିତ୍ର ନିର୍ମାଣ ଓ ସୁଟିଂ ପାଇଁ ଜାରି କଲେ ନୂଆ ଗାଇଡ୍‌ଲାଇନ

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ନେଇ ୬୦ କୋଟି ଟଙ୍କା ଦାନ କରିସାରିଲେଣି ଭକ୍ତ

ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ଘୋଷଣା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ରେଳବାଇ କୋଟିକୋଟି ଶ୍ରଦ୍ଧାଳୁଙ୍କ ପାଇଁ ଚାରିଧାମ ଯାତ୍ରାକୁ ସହଜ କରିବ ।

୨୦୨୨ ସୁଦ୍ଧା ଜମ୍ମୁ କଶ୍ମୀରର ରିୟାସି ଜିଲ୍ଲାରେ ବିଶ୍ୱର ସର୍ବୋଚ୍ଚ ରେଳପୋଲର ନିର୍ମାଣ କାମ ଶେଷ କରିବ ଭାରତ

ସାରା ବିଶ୍ୱରେ କୋଭିଡ-୧୯ ଯୋଗୁଁ ୮ ଲକ୍ଷ ୧୨ ହଜାର ୧୮୧ ଜଣଙ୍କର ମୃତ୍ୟୁ ହୋଇସାରିଛି । ୨ କୋଟି ୩୫ ଲକ୍ଷ ୭୭ ହଜାର ୬୪୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧ ​​କୋଟି ୬୦ ଲକ୍ଷ ୭୫ ହଜାର ୩୨୫ ଜଣ ସୁସ୍ଥ ହୋଇସାରିଛନ୍ତି. କିନ୍ତୁ ଏବେବି ୬୬ ଲକ୍ଷ ୯୦ ହଜାର ୧୪୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି

ରୁଷିଆ ଦ୍ବାରା ବିକଶିତ ‘ସ୍ପୁଟ୍‌ନିକ୍‌-ଭି’ ନାମକ କୋଭିଡ୍‌ ଟିକାର ଲୋକାର୍ପଣ ସହ ବ୍ୟାବସାୟିକ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ଏହାର ସାର୍ବଜନୀନ ବ୍ୟବହାର ପାଇଁ ଆବଶ୍ୟକ ଅନୁମତି ହାସଲ ଉଦ୍ଦେଶ୍ୟରେ ଦେଶର ୪୫ଟି ଚିକିତ୍ସା କେନ୍ଦ୍ରରେ ଅନୁଷ୍ଠିତ ହେବ ଗଣପରୀକ୍ଷା ଯେଉଁଥିରେ ୪୦ ହଜାରରୁ ଅଧିକ ସ୍ବେଚ୍ଛାସେବୀ ସାମିଲ ହେବେ ।

ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ପଳାତକ ଘୋଷଣା କଲେ ପାକିସ୍ତାନ ସରକାର

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ କୋମାରେ,ତାଙ୍କ ଭଉଣୀ କିମ ୟୋ-ଜୋଙ୍ଗ ସମ୍ଭାଳିବେ ପଦ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଂଗ୍ରେସ ରେ ନେତୃତ୍ୱ କୁ ନେଇ 'ବିଦ୍ରୋହ': ଗୋଟିଏ ପଟେ 'ଗାନ୍ଧୀ' ଓ ଅନ୍ୟ ପଟେ ବିଦ୍ରୋହୀ ନେତା....

Mon Aug 24 , 2020
ବାସ୍ତବ ବ୍ୟୁରୋ-କଂଗ୍ରେସ କାର୍ଯ୍ୟ କମିଟିର ବୈଠକକୁ ‘ମହାଭାରତ’ରେ ପରିଣତ ହୋଇଛି । ସୋନିଆ ଗାନ୍ଧୀ ମଧ୍ୟବର୍ତ୍ତୀକାଳୀନ ସଭାପତି ପଦରୁ ଇସ୍ତଫା ଦେବା ସହ ତାଙ୍କ ନେତୃତ୍ୱତ କୁ ନେଇ ପଚରାଯାଇଥିବା ଚିଠିର ଉତ୍ତର ମଧ୍ୟ ଦେଇଛନ୍ତି । ଏହା ପରେ କଂଗ୍ରେସ କମିଟି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ଗୋଟିଏ ପଟେ ଗାନ୍ଧୀ ପରିବାରର ସମର୍ଥକ ଥିବା ବେଳେ ଅନ୍ୟପଟେ ବିଦ୍ରୋହୀ ନେତାମାନେ ମଧ୍ୟ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ […]

You May Like

Pin It on Pinterest