
ବାସ୍ତବ ବ୍ୟୁରୋ-ସୋମବାର ଅର୍ଥାତ ଆଜି ଆୟୋଜିତ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ସମାପ୍ତ ହୋଇଛି । ସୋନିଆ ଗାନ୍ଧୀ ଆଗାମୀ ଛଅ ମାସ ପର୍ଯ୍ୟନ୍ତ ଦଳର ଅନ୍ତରୀଣ ସଭାପତି ପଦ ସମ୍ଭାଳିବେ। ଏହା ସହିତ ଆଗାମୀ ଛଅ ମାସ ଭିତରେ ପାର୍ଟିକୁ ନୂତନ ଅଧ୍ୟକ୍ଷ ଚୟନ କରିବାକୁ ପଡିବ । ଦଳର ଦୈନନ୍ଦିନ କାର୍ଯ୍ୟକଳାପରେ ସୋନିଆଙ୍କୁ ସହାୟତା କରିବାକୁ ଏକ କମିଟି ଗଠନ କରାଯିବ ।
ବୈଠକରେ କଂଗ୍ରେସର କାର୍ଯ୍ୟକାରିଣୀ କମିଟି ସୋନିଆଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ଵ ଦେବାକୁ କହିଥିଲେ ହେଲେ ରାହୁଲ ଓ ପ୍ରିୟଙ୍କା ଛଅ ମାସ ଭିତରେ ଦଳର ନୂତନ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଥିଲେ। ଏହା ପରେ ସୋନିଆଙ୍କୁ ଛଅ ମାସ ପାଇଁ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ କରାଯାଇଛି ।
ସୂଚନାଯୋଗ୍ୟ, ଦୀର୍ଘ ସାତ ଘଣ୍ଟାବ୍ୟାପୀ ଚାଲିଥିବା କଂଗ୍ରେସ୍ ୱାର୍କିଙ୍ଗ୍ କମିଟି ବୈଠକରେ ବକ୍ତବ୍ୟ ଶେଷ ବେଳକୁ ସୋନିଆ ଗାନ୍ଧୀ କହିଲେ ଯେ, “କଂଗ୍ରେସ ଗୋଟାଏ ବଡ଼ ପରିବାର ଓ କାହା ବିରୋଧରେ ମୋ ମନରେ କିଛି କଥା ନାହିଁ। କିନ୍ତୁ, ସମସ୍ତେ ବିଶେଷତଃ ବରିଷ୍ଠ ନେତାମାନେ କେବଳ ଦଳର ସାମ୍ମୁଖ୍ୟ ପ୍ରତି ଭାବନା ଉଦ୍ରେକ କରିବା ଉଚିତ।“ ବୁଦ୍ଧିଜୀବୀ ଙ୍କ ମତରେ ଏ ପରିିସ୍ଥିତିରେ ସୋନିଆଜୀ ଗାଦି ଛାଡିଲେ ବିପଦର ଗନ୍ଧ ନିଶ୍ଚୟ ପାଇଛନ୍ତି….



