ଲଘୁଚାପ ଜନିତ ବର୍ଷାରେ ବେହାଲ ଭଦ୍ରକ । ଅନେକ ଅଞ୍ଚଳରେ ପଶିଲା ପାଣି, ଚାଷ ଜମି ଜଳମଗ୍ନ ।
କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜେଇଇ (ମେନ୍) ଓ ନିଟ୍ ପରୀକ୍ଷା ସ୍ଥଗିତ ରଖାଯାଉ ।
ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ରେକର୍ଡ । ବାରିପଦାରେ ବନ୍ୟା ସ୍ଥିତି, ବିପଦ ସଂକେତ ଟପିଲ ଜଳକା ।

ଲଗାଣ ବର୍ଷାରେ ବେହାଲ୍ ଉପକୂଳ ଓ ଉତ୍ତର ଓଡ଼ିଶା । ପ୍ରବଳ ବର୍ଷା ଯୋଗୁ ବ୍ରାହ୍ମଣୀ ଓ ବୈତରଣୀ ଉଛୁଳିବା ଆଶଙ୍କା ସୃଷ୍ଟି ହୋଇଛି । ଉପରମୁଣ୍ଡରେ ଲଗାଣ ବର୍ଷା,ଫୁଲିବ ମହାନଦୀ :ସତର୍କ ରହିବାକୁ SRCଙ୍କ ନିର୍ଦ୍ଦେଶ ।
ପାଣିପାଗ ସୂଚନା: ଭୁବନେଶ୍ୱର-କଟକରେ ପ୍ରବଳ ବର୍ଷିବ, ୯ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ।
ଶସ୍ତା ହୋଇପାରେ ଦୁଇ ଚକିଆ ବାହାନ, ଜିଏସଟି ହ୍ରାସ କରିପାରନ୍ତି କେନ୍ଦ୍ର ସରକାର ।
ଆନ୍ତର୍ଜାତିକ ସ୍ଥାପତ୍ୟ ପତ୍ରିକା ‘ଡିଜିନ୍’ରେ ସ୍ଥାନ ପାଇଛି ‘କୃଷି ଭବନ’। ସମ୍ବଲପୁରୀ ଇକତ୍ ଡିଜାଇନ୍ ଅନୁକରଣରେ ନିର୍ମିତ ଏହି କୋଠା ଆନ୍ତର୍ଜାତିକ ସ୍ତରରେ ଦୃଷ୍ଟି ଆକର୍ଷଣ କରିପାରିଛି ।
‘ନିଟ୍’ ଓ ‘ଜେଇଇ’ ପରୀକ୍ଷା ସମୟସୂଚୀରେ ପରିବର୍ତ୍ତନ ହେବନାହିଁ; ପରୀକ୍ଷା ପରିଚାଳନା ଲାଗି ନୂଆ ସୁରକ୍ଷା ବ୍ୟବସ୍ଥା ଘୋଷଣା କଲା ‘ଏନ୍ଏଟି’ ।
ସେପ୍ଟେମ୍ବର ପହିଲାରୁ ଅନଲକ୍-୪ ଆରମ୍ଭ ହେବ । ଅନଲକ୍-୪ ଚାଲିବ ମେଟ୍ରୋ, ଖୋଲିବନି ସ୍କୁଲ ।
ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧ ଯାଏ ସଂସଦର ମୌସୁମୀ ଅଧିବେଶନ ।
ବିଶ୍ୱରେ ୨ କୋଟି ୪୦ ଲକ୍ଷ ୪୩ ହଜାର ୪୮୦ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୮ ଲକ୍ଷ ୨୨ ହଜାର ୫୮୦ ଜଣଙ୍କର ମୃତ୍ୟୁ ହୋଇଛି । ୬୫ ଲକ୍ଷ ୯୨ ହଜାର ୪୫୩ ଜଣ ସୁସ୍ଥ ହୋଇଥିବା ବେଳେ ୬୬ ଲକ୍ଷ ୨୮ ହଜାର ୫୯୯ ଜଣ ଲୋକ ସକ୍ରିୟ ଅଛନ୍ତି ।
ଆମେରିକାର ଭିସ୍କୋନିସରେ ପୁଣି ଥରେ ଉଠିଲା କୃଷ୍ଣକାୟ ପ୍ରସଙ୍ଗ : ହିଂସା ନିୟନ୍ତ୍ରଣ ଲାଗି ଜରୁରୀକାଳୀନ ପରିସ୍ଥିତି ଘୋଷଣା ।
