
ବାସ୍ତବ ବ୍ୟୁରୋ-କଟକରେ ଦୁର୍ଗାପୂଜାକୁ ମିଳିଲା ଗ୍ରୀନ୍ ସିଗନାଲ୍ । ଆଜି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି କି, ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଭିତରେ ପୂଜା କମିଟି ଗୁଡିକ ଭିଡ ନ ଜମାଇ ପୂଜା କରି ପାରିବେ ।ତେବେ,ସାର୍ବଜନୀନ ସ୍ଥାନରେ ଅଦୌ ଦୁର୍ଗାପୂଜାର ଆୟୋଜନ ହେବନାହିଁ ବୋଲି ଜିଲ୍ଲାପାଳ ଙ୍କ ତରଫରୁ ସ୍ପଷ୍ଟ କରି ଦିଆଯାଇଛି ।
ଚଳିତ ବର୍ଷ ବିନା ଭକ୍ତରେ ଦୁର୍ଗାପୂଜା ଆୟୋଜନ କେବଳ ପୂଜା ପଣ୍ଡାଲ ଉପରେ ହିଁ ହେବ । କଟକର କୌଣସି ମଣ୍ଡପରେ ଭିଡ଼ କିମ୍ବା ଶ୍ରଦ୍ଧାଳୁଙ୍କ ସମାଗମକୁ ପ୍ରଶୟ ଦିଆଯିବ ନାହିଁ ।

ସୂଚନାନୁଯାୟୀ,ରାଜ୍ୟରେ ଏଯାଏଁ କରୋନା ପରିସ୍ଥିିତି କୌଣସି ସୁଧାର ଆସିନଥିବାରୁ କୋଭିଡ୍ ଗାଇଡ୍ ଲାଇନ୍କୁ ଦୃଷ୍ଟିରେ ରଖି ଚଳିତ ବର୍ଷ କଟକରେ କୌଣସି ମଣ୍ଡପରେ ଦୁର୍ଗାପୂଜା ହେବ ନାହିଁ ବୋଲି ମଙ୍ଗଳବାର ଦିନ ଜିଲ୍ଲାପାଳ କହିଥିଲେ । ଏହା ପରେ କଟକବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଅନେକ ପୂଜା କମିଟି ଜିଲ୍ଲା ପ୍ରଶାସନର ଏହି ନିଷ୍ପତିକୁ ଖୋଲା ଖୋଲି ଭାବରେ ବିରୋଧ କରିଥିଲେ । ଏବଂ ଏହି ନିଷ୍ପତି ବିରୁଦ୍ଧରେ ହାଇକୋର୍ଟରେ ଆବେଦନ କରାଯିବ ବୋଲି କହିଥିଲେ । ସବୁଆଡୁ ବିରୋଧ ବଢିବା ପରେ ଜିଲ୍ଲାପାଳ ଦୁର୍ଗାପୂଜା ପାଇଁ ଅନୁମତି ଦେଇଥିଲେ ।




