UG ଓ PGର ଶେଷବର୍ଷ ପରୀକ୍ଷାର ସମୟସୀମା ପରିବର୍ତ୍ତନ କରାଯାଇପାରିବ – ସୁପ୍ରିମ କୋର୍ଟ

ବାସ୍ତବ ବ୍ୟୁରୋ : UGC ପରୀକ୍ଷା ଗାଇଡଲାଇନ ଏବଂ ଅନ୍ତିମ ବର୍ଷ ବିଶ୍ୱବିଦ୍ୟାଳୟ ପରୀକ୍ଷା ୨୦୨୦ ଉପରେ ସୁପ୍ରିମ କୋର୍ଟ ଚୂଡାନ୍ତ ନିଷ୍ପତ୍ତି ଘୋଷଣା କରିଛନ୍ତି । ପରୀକ୍ଷା ବାତିଲ ପାଇଁ ହୋଇଥିବା ଆବେଦନ ସୁପ୍ରିମ୍‌ କୋର୍ଟରେ ଖାରଜ ହୋଇଯାଇଛି । UGCର ଜୁଲାଇ ୬ ନିର୍ଦ୍ଦେଶକୁ କାଏମ ରଖିଛନ୍ତି କୋର୍ଟ । ଜଷ୍ଟିସ୍‌ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠର ରାୟ ଶୁଣାଇଛନ୍ତି । 

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ବାର୍ଷିକ ପରୀକ୍ଷା ନ କରାଇ ସ୍ନାତକ ଓ ସ୍ନାତକତ୍ତୋର ଛାତ୍ରଛାତ୍ରୀଙ୍କୁ ପଦୋନ୍ନତି ପ୍ରଦାନ କରାଯାଇ ପାରିବ ନାହିଁ ।ସେଥିପାଇଁ ରାଜ୍ୟଗୁଡିକ ପରୀକ୍ଷା କରିବା ଜରୁରୀ । ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟଗୁଡିକ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ପରୀକ୍ଷା ଘୁଞ୍ଚାଇପାରିବେ । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ପରୀକ୍ଷା ଘୁଞ୍ଚାଇବା ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (SDMA) ର ନିଷ୍ପତ୍ତି ପ୍ରାଧାନ୍ୟ ଦିଆଯିବ । ଏହାସହ ଏହା ଦର୍ଶାଯାଇଛି ଯେ ପରୀକ୍ଷା ନକରି ଛାତ୍ରଛାତ୍ରୀମାନଙ୍କୁ ପଦୋନ୍ନତି ଦେବାକୁ SDMA ନିଷ୍ପତ୍ତି ନେଇପାରିବ ନାହିଁ । ତେଣୁ ଏଥିପାଇଁ ସଂପୃକ୍ତ ରାଜ୍ୟ UGCକୁ ଆବେଦନ କରି ସମାଧାନର ରାସ୍ତା ବାହାର କରିବେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମହାନଦୀ ରେ ବଡ ବନ୍ୟାର ସମ୍ଭାବନା...

Fri Aug 28 , 2020
ବାସ୍ତବ ବ୍ୟୁରୋ-ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ନଦୀବନ୍ଧରେ ପାଣି ଭର୍ତ୍ତି ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ୨୪ ଟି ଗେଟ ଖୋଲାଯାଇଛି । ଆଗକୁ ଆଉ ୩୬ଟି ଗେଟ ଖୋଲାଯିବ । ଯାହା ମହାନଦୀରେ ମଧ୍ୟମରୁ ବଡ଼ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।  ଏହି ଡ୍ୟାମକୁ ୬ […]

You May Like

Pin It on Pinterest