ଆଜିର ଖାସ୍ ଖବର

ମୁଣ୍ଡଳିରେ ପହଞ୍ଚିଲା ମହାନଦୀ ବନ୍ୟାଜଳ, ୯ ଲକ୍ଷ ୮୦ହଜାର କ୍ୟୁସେକ୍ ଜଳ ପ୍ରବାହିତ

ଗାଁକୁ ବନ୍ୟା ଜଳ ପ୍ରବେଶ କରିଛି । ବନ୍ୟା ଜଳ ଯୋଗୁଁ ଅଟ୍ରିରେ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ, ପଟ୍ଟାମୁଣ୍ଡାଇରେ ଡଙ୍ଗା ଦାବି କରି ରାସ୍ତାରୋକ

ରାଜ୍ୟ ସରକାରଙ୍କ ଘୋଷଣା, ଜେଇଇ ଓ ନିଟ୍‌ ପରୀକ୍ଷାର୍ଥୀଙ୍କ ଯିବାଆସିବା ପାଇଁ ଆଜିଠାରୁ ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କୌଣସି ବି ସ୍ଥାନରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ କଟକଣା ଲାଗୁ ହେବନାହିଁ। 

ଭାଦ୍ରବ ମାସ ଶୁକ୍କପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ସୁନିଆଁ ଓ ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଯାଇଛି ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ଆସିଲା ଅନଲକ-୪ ଗାଇଡଲାଇନ, ସେପ୍ଟେମ୍ବର ୭ରୁ ମେଟ୍ରୋ ଟ୍ରେନ ପୁଣି ଦୌଡ଼ିବ

ଆଜି ପୂର୍ବାହ୍ନ ୧୧ଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ‘ମନ କି ବାତ୍‌’

ଆତ୍ମନିର୍ଭର ଭାରତ ନିର୍ମାଣରେ ନୂଆ ଶିକ୍ଷା ନୀତି ମାଧ୍ୟମରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଗ୍ରଣୀ ଭୂମିକା ନିର୍ବାହ କରିବ – ଧର୍ମେନ୍ଦ୍ର ପ୍ରଧାନ

ଜମ୍ମୁ କଶ୍ମୀରର ଶ୍ରୀନଗରରେ ଏନକାଉଣ୍ଟରରେ ପୁଣି ନିହତ ହେଲେ ୨ ଆତଙ୍କବାଦୀ, ସଂଖ୍ୟା ପହଂଚିଲା ୩

ରେଳ ଟ୍ରାକ୍ ପାର୍ଶ୍ୱରେ ଥିବା ମଶାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଦ୍ୱାରା ମଶା ମାରିବା ଟ୍ରେନ୍ (ମଶା ଟର୍ମିନଟର୍ ଅନ୍ ହ୍ୱିଲ୍) ଚଳାଚଳ ଆରମ୍ଭ । ଏହି ଟ୍ରେନଟି ନୂଆଦିଲ୍ଲୀ ଷ୍ଟେସନରୁ ଯାତ୍ରା ଆରମ୍ଭ କରି ଦିଲ୍ଲୀର ବିଭିନ୍ନ ଷ୍ଟେସନ ଓ ଏହାର ଆଖପାଖ ଅଂଚଳରେ ମଶା ମରା ଔଷଧ ସିଞ୍ଚନ କରିବ  ।

କରୋନା ମୃତ୍ୟୁ କ୍ଷେତ୍ରରେ ଭାରତ ଏବେ ମେକ୍ସିକୋକୁ ଟପି ବିଶ୍ବରେ ତୃତୀୟ ସ୍ଥାନରେ ରହିଛି । 

ସମଗ୍ର ବିଶ୍ୱରେ ୨ କୋଟି ୫୧ ଲକ୍ଷ ୫୫ ହଜାର ୬୮୧ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୮ ଲକ୍ଷ ୪୫ ହଜାର ୯୫୬ ଜଣଙ୍କର ମୃତ୍ୟୁ ହୋଇଛି । କୋଟିଏ ୭୪ ଲକ୍ଷ ୯୯ ହଜାର ୫୫୩ ଜଣ ସୁସ୍ଥ ହୋଇଥିବା ବେଳେ ୬୮ ଲକ୍ଷ ୧୦  ହଜାର ୧୭୨ ଜଣ ଲୋକ ସକ୍ରିୟ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଡିଜିଟାଲ୍ ପେମେଣ୍ଟ ଉପରେ କାରବାର ଶୁଳ୍କ ଆଦାୟ କଲେ ବ୍ୟାଙ୍କଗୁଡିକ ଉପରେ ହେବ କାର୍ଯ୍ୟାନୁଷ୍ଠାନ...

Sun Aug 30 , 2020
ବାସ୍ତବ ବ୍ୟୁରୋ-ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ରବିବାର ଦିନ ବ୍ୟାଙ୍କଗୁଡ଼ିକୁ ଚେତାବନୀ ଦେଇଛି ଯେ, ଯଦି ସେମାନେ ଇଲେକ୍ଟ୍ରୋନିକ୍ ପେମେଣ୍ଟ ମୋଡ୍ ଉପରେ କୌଣସି କାରବାର ଶୁଳ୍କ ଆଦାୟ କରନ୍ତି ତାହାଲେ ସେମାନଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଏକ ସର୍କୁଲାର ରେ, ସର୍ବୋଚ୍ଚ ପ୍ରତ୍ୟକ୍ଷ ଟିକସ ନୀତି ନିର୍ବାହକାରୀ ସଂସ୍ଥା କହିଛି ଯେ, ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) କାରବାର ଉପରେ କିଛି ବ୍ୟାଙ୍କ ଚାର୍ଜ […]

You May Like

Pin It on Pinterest