ଆଜିର ଖାସ୍ ଖବର

ଆଜି ୩୦ଟି ଜିଲ୍ଲାରୁ ରାଜ୍ୟରେ ୩୦୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ୍ ୭୭୨୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୭୯୧ ରହିଛି ।

ରାଜ୍ୟରେ ୧୧ କରୋନା ସଂକ୍ରମିତଙ୍କ ମୃତ୍ୟୁ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୦୩କୁ ବୃଦ୍ଧି ପାଇଛି ।

ସବୁ ଶନିବାର ସରକାରୀ ଅଫିସ୍‌ ଛୁଟି, ଭୁବନେଶ୍ବର ଓ କଟକରେ ୫୦% କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ୍ ।

ଖୋଲିଲା ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର । ମନ୍ଦିର ଖୋଲିଥିଲେ ମଧ୍ୟ ପର୍ଯ୍ୟଟକଙ୍କୁ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପାଇଁ କରୋନା କଟକଣାକୁ ପାଳନ କରିବାକୁ ହେବ ।

ବନ୍ଦ ହେଲା ହୀରାକୁଦର ଆଉ ୪ଟି ଗେଟ୍‌, ୨୪ ଟି ଗେଟ ଦ୍ୱାରା ଚାଲିଛି ବନ୍ୟାଜଳ ନିଷ୍କାସନ

ମୁଣ୍ଡଳୀରେ ଜଳସ୍ତର କମିଲା, ୯ ଲକ୍ଷ ୭୯ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ  ।

ଯୁକ୍ତ୨ ନାମଲେଖା ପାଇଁ ଆବେଦନ ସମୟ ବଢ଼ିଲା

ଆଜିଠୁ ଜେଇଇ ମେନ୍ ପରୀକ୍ଷା ଆରମ୍ଭ  । ଓଡିଶାର ୭ ଟି ସହରର ୨୬ଟି କେନ୍ଦ୍ରରେ ୩୮ହଜାର ୨୩୬ଜଣ ଛାତ୍ରଛାତ୍ରୀ ଜେଇଇ ମେନ୍  ପରୀକ୍ଷା ଦେବେ ।

ସମଗ୍ର ଦେଶରେ ୩୬, ୯୧ ୧୬୬ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୨୮୩୯୮୮୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ବାକି ୬୫,୨୮୮ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୮୫୯୯୬ ରହିଛି । 

ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଦେଶବ୍ୟାପୀ ସାତ ଦିନିଆ ରାଷ୍ଟ୍ରୀୟ ଶୋକ, ଅର୍ଦ୍ଧ ନମିତ ହେଲା ତ୍ରିରଙ୍ଗା

ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପତ୍ର ଲେଖି ସମବେଦନା ଜଣାଇଲେ ବଙ୍ଗଳାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା

ଚୀନ ସେନାର ଅନୁପ୍ରବେଶ ଉଦ୍ୟମକୁ ନେଇ ଆଜି ଅନୁଷ୍ଠିତ ହେବ ଭାରତ-ଚୀନ ମଧ୍ୟରେ କମାଣ୍ଡର ସ୍ତରୀୟ ଆଲୋଚନା । 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପାଣିପାଗ ସତର୍କ ସୂଚନା

Tue Sep 1 , 2020
ବାସ୍ତବ ବ୍ୟୁରୋ-ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରି କୁହାଯାଇଛି ଯେ, ପଶ୍ଚିମବଙ୍ଗ ଏବଂ ଏହାର ପଡ଼ୋଶୀ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଏକ ଘର୍ଣ୍ଣିବଳୟ ପ୍ରଭାବରେ ଏହି ବର୍ଷା ହେବ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୪୮ ଘଣ୍ଟା ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ […]

You May Like

Pin It on Pinterest