ଏବେ ଯାତ୍ରୀବାହୀ ବସ୍ ଚଳାଚଳ ସ୍ବାଭାବିକ ହେବ:ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ହ୍ରାସ ପାଉଛି ହୀରାକୁଦ ଜଳସ୍ତର । ଡ୍ୟାମକୁ ଏବେ ୩ ଲକ୍ଷ ୨୧ ହଜାର ୮୫୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଏଥିରୁ ୪ ଲକ୍ଷ ୪ ହଜାର ୪୫୦ କ୍ୟୁସେକ ଜଳ ନିଷ୍କାସନ କରାଯାଇଛି ।
ଆଜି ଗୋଟିଏ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ କୃଷି, ଐତିହ୍ୟ ଓ ରାଜ୍ୟ କ୍ୟାବିନେଟ୍ ବୈଠକ ।
ଅନଲାଇନରେ ହେବ ପିଜି ଶେଷ ସେମିଷ୍ଟର ପରୀକ୍ଷା ଓ ଅଫ୍-ଲାଇନରେ ହେବ ୟୁଜି ଶେଷ ସେମିଷ୍ଟର ପରୀକ୍ଷା ।
ଭାରତରେ ୩୭, ୬୯,୫୨୩ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୨୯୦୧୯୦୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ବାକି ୬୬,୩୩୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୦୧୨୮୨ରହିଛି ।
ଆଇଏଏସ୍ ଅଧିକାରୀ ରାଜୀବ କୁମାରଦେଶର ନୂତନ ନିର୍ବାଚନ ଆୟୁକ୍ତ ଭାବେ ଯୋଗଦେଲେ ।
ଖେଳାଳିଙ୍କ କୋଭିଡ ପରୀକ୍ଷା ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ କରିବ ବିସିସିଆଇ ।
ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାଙ୍ଘାତିକ ଯୋଜନା : ୧୧୯ ଶରଣାର୍ଥୀ ବସ୍ତିରେ ରହୁଥିବା ଅନ୍ୟ ଦେଶର ୨୦,୦୦୦ ରୁ ଅଧିକ ଲୋକଙ୍କୁ ମାଗଣା ଜମି ପ୍ରଦାନ କରିବ ।
ସମଗ୍ର ବିଶ୍ୱରେ ୬୨ ଲକ୍ଷ ୫୭ ହଜାର ୨୫୬ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୮୮ ହଜାର ୮୭୬ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୩୪ ଲକ୍ଷ ୯୬ ହଜାର ୪୩୭ ଜଣ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୭୧ ହଜାର ୯୪୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।
ମଙ୍ଗଳବାର ପୁଣି ଥରେ ଚୀନ ସେନା ଭାରତ ସୀମାକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଭାରତୀୟ ସେନା ଚୀନ ସେନାର ଉଦ୍ୟମକୁ ବିଫଳ କରିଛି ।




